ଭାରତ ବିପକ୍ଷ ସିରିଜ ପରେ କ୍ରିକେଟକୁ ଅଲବିଦା କହିବେ ‘କ୍ରିସ ଗେଲ’


ୱେଷ୍ଟଇଣ୍ଡିଜର ଧୂଆଁଦାର ବ୍ୟାଟ୍ସମ୍ୟାନ ‘କ୍ରିସ ଗେଲ’ ଖୁବ ଶୀଘ୍ର ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବ ବୋଲି ଘୋଷଣା କରିଛନ୍ତି । ସେ ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ଏବଂ ଦିନିକିଆ ସିରିଜ ପରେ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି ।
ପ୍ରକାଶ ଥାଉକି, ଗେଲ ଚଳିତ ବର୍ଷ ଫେବୃଆରୀରେ କହିଥିଲେ ଯେ, ସେ ବିଶ୍ୱକପ ପରେ ସନ୍ୟାସ ନେବାକୁ କହିଥିବାବେଲେ ବର୍ତ୍ତମାନ ସେ ନିଜ ମନ ବଦଳାଇ ଦେଇଛନ୍ତି । ସେ କହିଛନ୍ତି ଯେ, “ବର୍ତ୍ତମାନ କିଛି ଶେଷ ହୋଇ ନାହିଁ । ଏବେ ଆହୁରୀ ମ୍ୟାଚ ଖେଳିବାକୁ ବାକି ରହିଛି । ହୁଏତ ଆଉ ଏକ ସିରିଜ ଖେଳିପାରେ କିଏ ଜାଣିଛି, ଆଗକୁ କ’ଣ ହେବ ମୋ ଯୋଜନା ବିଶ୍ୱକପ ପରେ ଥିଲା । ମୁଁ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟ ବି ଖେଳିପାରେ ଏବଂ ନିଶ୍ଚିତ ଭାବେ ଭାରତ ବିପକ୍ଷରେ ଦିନିକିଆ ସିରିଜ ମଧ୍ୟ ଖେଳିବି । ମୁଁ ଆଉ ଟି-୨୦ ଖେଳିବି ନାହିଁ । ବିଶ୍ୱକପ ପରେ ଏହା ହେଉଛି ମୋ ଯୋଜନା ।”
ପ୍ରକାଶ ଥାଉକି ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଏବଂ ଟି-୨୦ ମ୍ୟାଚ ଖେଳିବାର ଯୋଜନା ରହିଛି ।


Share It

Comments are closed.