କୋଲକାତାରେ କାଳବୈଶାଖୀ, ଭୁବନେଶ୍ୱରରେ ଅବତରଣ କଲା ୮ ବିମାନ

Share It

କୋଲକାତାରେ ଶନିବାର କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିଲା। ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କୋଲକତା ଯାଉଥିବା ବିମାନ ଯାତ୍ରୀଙ୍କୁ ଶନିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲା। କୋଲକାତା ଯାଉଥିବା ୮ ବିମାନ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ଲ୍ୟାଣ୍ଡ କରିଥିଲା। ପରେ ୬ଟି ବିମାନ କୋଲାକତା ଉଡାଣ ଭରିଥିବାବେଳେ ଅନ୍ୟ ୨ଟି ବିମାନ କୋଲକାତା ଯାଇପାରିନଥିଲା। ଅନ୍ୟ ଦୁଇଟି ଫ୍ଲାଇଟର ଯାତ୍ରୀ ଯାଇପାରିନଥିଲେ। ପାଗ ଭଲ ହେବାର ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ଯାତ୍ରୀ ନ ପହଞ୍ଚତ୍ପାରିବାରୁ ବିମାନ ବନ୍ଦରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ୨ଟି ଫ୍ଲାଇଟର ପ୍ରାୟ ୨୯୮ଜଣ ଯାତ୍ରୀ ଭୁବନେଶ୍ୱରରେ ଅଟକି ରହିଥିଲେ। ଏନେଇ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ସ୍ପାଇସ ଜେଟ ସେବା ଭୁବନେଶ୍ବର ବିମାନ ବନ୍ଦରରେ ନାହିଁ ତେଣୁ ଅସୁବିଧା ହେଇଥିଲା । ଭୁବନେଶ୍ବର ବିମାନ ବନ୍ଦର ତରଫରୁ ଯାତ୍ରା ପାଇଁ ସୁବିଧା କରାଯାଇଥିଲା । ସକାଳୁ ମଧ୍ୟ ଜଳଖିଆ ଦିଆଯାଇଥିଲା। ନିର୍ଦ୍ଦେଶକ ପ୍ରଧାନ କହିଛନ୍ତି, ଖରାପ ପାଗ କାରଣରୁ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୮ଟି ବିମାନ ଭୁବନେଶରକୁ ଡାଇଭର୍ଟ କରାଯାଇଥିଲା । ସ୍ପାଇସ ଜେଟର ବିମାନ କର୍ମଚାରୀ କିମ୍ବା କର୍ମଚାରୀ ଭୁବନେଶରରେ ନ ଥିବା କାରଣରୁ ଏଭଳି ପରସ୍ଥିତି ଉପୁଜିଥିଲା। ଏହାରି ମଧ୍ୟରେ କୋଲକାତାରେ ପରୀକ୍ଷା ପାଇଁ ଯାଉଥିବା ଜଣେ ଛାତ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି, ମୋର କୋଲକାତାରେ ପରୀକ୍ଷା ଥିଲା । ବିମାନ ବାତିଲ ହେବାରୁ ଭୁବନେଶ୍ୱରରେ ରହିବାକୁ ପଡ଼ିଲା । ଏହାସହ ୫୦ ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଲା ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି।


Share It

Comments are closed.