ସୋନାଲିକାର ବ୍ୟବସାୟିକ କାରବାରରେ ଅଭିବୃଦ୍ଧି


ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଦ୍ରୁତ ବିକଶିତ ଟ୍ରାକ୍ଟର ବ୍ରାଣ୍ଡ, ସୋନାଲିକା ଟ୍ରାକ୍ଟର, ଡିସେମ୍ବର ୧୯ରେ ୭୩୨୦ ଭଲ୍ୟୁମ ବିକ୍ରୟ ସହିତ ୧୪.୭%ର ଅଭ୍‌ୁ୍‌ତପୁର୍ବ ବଜାର ଅଂଶ ଏବଂ ୨୦.୭% ଭଲ୍ୟୁମ୍ ଅଭିବୃଦ୍ଧି ହାସଲ କରିଛି । ଡିସେମ୍ବର ୧୯ରେ କମ୍ପାନୀ ୨୩୫୮ଟି ଟ୍ରାକ୍ଟର ବିକ୍ରୟ ସହିତ ୧୩୨.୫%ର ମଜବୁତ ଅଭିବୃଦ୍ଧି ଏବଂ ୩୨% ବଜାର ଅଂଶ ହାସଲ କରିଛି ।
ଡିସେମ୍ବର ୧୯ର ପ୍ରଦର୍ଶନ ଉପରେ ସୋନାଲିକା ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶକ, ଶ୍ରୀ ରମଣ ମିତଲ କହିଛନ୍ତିଯେ, “୧୪.୭%ର ସମୁଦାୟ ବଜାର ଅଂଶ ସମେତ ୨୦.୭%ର ଭଲ୍ୟୁମ୍ ଅଭିବୃଦ୍ଧି ବଢ଼ୁଥିବା ଉପଭୋକ୍ତା ମନୋଭାବ ଏବଂ ବଜାର ସକ୍ରିୟତାରେ ଆମର ମଜବୁତ ମୂଳଦୁଆ, ଚ୍ୟାନେଲ ଉପସ୍ଥିତିର ସମୃଦ୍ଧି ଏବଂ ନୂତନ ଉତ୍ପାଦ ଶୁଭାରମ୍ଭର ଏକ ସୂଚକ ଅଟେ । ଆମର ଚ୍ୟାନେଲ ସହଯୋଗୀ ଏବଂ କର୍ମଚାରୀମାନଙ୍କ ସହିତ ଆଗାମୀ ଦିନ ଗୁଡ଼ିକରେ ଆମେ ନୂତନ ସଫଳତା ହାସଲ କରିବାର ଧାରା ବଜାୟ ରଖିବୁ ।”
ସେ ଆହୁରି ମଧ୍ୟ କହିଛନ୍ତିଯେ, “ନୁତନ ବର୍ଷର ପ୍ରାରମ୍ଭ ସହିତ ଆମେ ଏକ ସକାରାତ୍ମକ ଉପଭୋକ୍ତା ଚାହିଦା ଏବଂ ଉଦ୍ୟୋଗରେ ଟ୍ରାକ୍ଟର ଗୁଡ଼ିକର ବିକଳ୍ପ ବ୍ୟବହାରର ବର୍ଦ୍ଧିତ, ସରକାରଙ୍କର ଗ୍ରାମୀଣ ପ୍ରୋତ୍ସାହନ ସହିତ ସହଜ ଆର୍ଥିକ ଉପଲବ୍ଧତାର ପୁର୍ବାନୁମାନ କରିପାରୁଛୁ । ସୋନାଲିକା କ୍ଷେତ୍ରରେ ଆମେ କ୍ରମାନ୍ୱୟ ଭାବେ ଅଗ୍ରଣୀ କୃଷି ବିବର୍ତ୍ତନ ଏବଂ ବାହ୍ୟପ୍ରଦର୍ଶନ ଉଦ୍ୟୋଗ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଲକ୍ଷ ରଖିଛୁ ।”


Share It

Comments are closed.