ଶାନ୍ତି ପାଇଁ ଭାରତର ପଦକ୍ଷେପକୁ ସ୍ବାଗତ କରିବୁ: ଇରାନ


ଇରାନ ନିଜ ସେନାର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବା ଲାଗି ଇରାକସ୍ଥିତ ଆମେରିକାର ବାୟୁସେନା ଘାଟିରେ ୨୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ୮୦ ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଇରାନ ଏମାନଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଇଛି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଦୃଢ଼ୀଭୂତ ହୋଇଛି। ଏପରି କି ଇରାନ ମସଜିଦରେ ନାଲି ପତାକା ଲଗାଇ ଯୁଦ୍ଧର ସଙ୍କେତ ଦେଇଛି। ତେବେ ଏହା ମଧ୍ୟରେ ଇରାନ ଶାନ୍ତି ପାଇଁ ଭାରତର ପ୍ରଶଂସା କରିଛି।
ଭାରତରେ ନିଯୁକ୍ତ ଇରାନ ରାଷ୍ଟ୍ରଦୂତ ଅଲୀ ଚେଗେନୀ କହିଛନ୍ତି, ଇରାନ ଆମେରିକା ସହିତ ଉତ୍ତେଜନା ହ୍ରାସ କରିବା ଦିଗରେ ଭାରତର ଯେକୌଣସି ଶାନ୍ତି ପଦକ୍ଷେପକୁ ସ୍ବାଗତ କରିବ। ଆମେ ଯୁଦ୍ଧ ଚାହୁଁନାହୁଁ। ଆମେ ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି କାମନା କରୁଛୁ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଇରାକ ରାଜଧାନୀ ବାଗଦାଦରେ ଆମେରିକା ଏୟାରଷ୍ଟ୍ରାଇକ୍ କରି ଇରାନ କମାଣ୍ଡର ସୋଲେମାନିଙ୍କୁ ହତ୍ୟା କରିଥିଲା। ଏହାର ୪ଦିନ ପରେ ଇରାନ ଇରାକସ୍ଥିତ ଆମେରିକାର ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରତିଶୋଧ ନେଇଛି, ଯେଉଁଥିରେ ପ୍ରାୟ ୮୦ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି।


Share It

Comments are closed.