ଜାନୁଆରୀ ୧୦ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, କେଉଁ ରାଶି ଉପରେ କ’ଣ ପଢିବ ପ୍ରଭାବ, ଜାଣନ୍ତୁ


ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣର ପ୍ରତ୍ୟେକ ରାଶି ଉପରେ ଭଲ ତଥା ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଆସନ୍ତା ଜାନୁଆରୀ ୧୦ ତାରିଖରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ଗ୍ରହଣ ରାତି ୧୦ଟା ୩୭ ମିନିଟ୍ରୁ ବିଳମ୍ବିତ ରାତି ୨ଟା ୪୨ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଛି । ଏହି ଚନ୍ଦ୍ରଗ୍ରହଣର ମୋଟ ଅବଧି ୪ ଘଂଟାରୁ ଅଧିକ ସମୟ ରହିବ । ଭାରତ ବ୍ୟତୀତ ୟୁରୋପ, ଏସିଆ, ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦ୍ୱୀପଗୁଡିକରେ ମଧ୍ୟ ଏହାକୁ ଦେଖାଯାଇପାରିବ । ଏହି ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରମା ମିଥୁନ ରାଶିରେ ବିରାଜମାନ ରହିବେ । ଯେଉଁ କାରଣରୁ ମିଥୁନ ରାଶିର ଲୋକଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି ।
ମେଷ ରାଶି: ଏହି ରାଶିର ଲୋକଙ୍କ ଉପରେ ଚନ୍ଦ୍ରଗ୍ରହଣର ମିଶ୍ରିତ ପ୍ରଭାବ ପଡିବ । ଗ୍ରହଣ କାରଣରୁ ମେଷ ରାଶିର ବ୍ୟକ୍ତିଙ୍କ ପରାକ୍ରମରେ ବୃଦ୍ଧି ହେବ କିନ୍ତୁ ପରିବାରର କୌଣସି ସଦସ୍ୟଙ୍କୁ କଷ୍ଟ ଭୋଗିବାକୁ ପଡିପାରେ ।
ବୃଷ ରାଶି: ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗ୍ରହଣ ଧନହାନିର ସଙ୍କେତ ନେଇ ଆସିଛି । ଏହି ସମୟରେ ବୃଷ ରାଶିର ଲୋକେ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଝଗଡା ହୋଇପାରେ ।
ମିଥୁନ ରାଶି: ଚନ୍ଦ୍ରଗ୍ରହଣର ସର୍ବାଧିକ ପ୍ରଭାବ ମିଥୁନ ରାଶି ଉପରେ ପଡିବ । ମିଥୁନ ରାଶି ପାଇଁ ଚନ୍ଦ୍ରଗ୍ରହଣ ପ୍ରଭାବ ଖରାପ ରହିବ । ଏହି ଗ୍ରହଣ ଯୋଗୁଁ ମାନସିକ କଷ୍ଟ କିମ୍ବା ପରିବାରରେ କଳହର ସାମନା କରିବାକୁ ପଡିପାରେ ।
କର୍କଟ୍ ରାଶି: କର୍କଟ ରାଶିର ଲୋକଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି । ନଚେତ୍ ବିନା କୌଣସି କାରଣରେ ମଧ୍ୟ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।
ସିଂହ ରାଶି: ଏହି ଚନ୍ଦ୍ରଗ୍ରହଣ ସିଂହ ରାଶିର ବ୍ୟକ୍ତିଙ୍କୁ ଅପ୍ରତ୍ୟାଶିତ ଲାଭ ଦେବା ସହ ସେମାନଙ୍କ ଆୟରେ ବୃଦ୍ଧି କରିପାରେ । ଏହି ରାଶିର ଲୋକଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିଛି ।
କନ୍ୟା ରାଶି: ଏହି ରାଶିର ଲୋକଙ୍କୁ ବର୍ତମାନ ସମୟରେ ନିଜ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବାକୁ ହେବ । ଏହି ରାଶିର ଲୋକଙ୍କ ଉପରେ ଗ୍ରହଣର ମିଶ୍ରିତ ପ୍ରଭାବ ପଡିବ ।
ତୁଳା ରାଶି: ଏହି ରାଶିର ଲୋକଙ୍କ ଉପରେ ଗ୍ରହଣର କୁପ୍ରଭାବ ପଡିବ । ଆପଣଙ୍କ କାମ ବିଗିଡିବା ସହ ପରିବାରରେ ଅଯଥା ବାଦବିବାଦ ସୃଷ୍ଟି ହୋଇପାରେ ।
ବିଛା ରାଶି: ଏହି ରାଶି ପାଇଁ ଚନ୍ଦ୍ରଗ୍ରହଣ କୌଣସି ଦୁର୍ଘଟଣା କିମ୍ବା ଧନ ହାନିର ଯୋଗ ଆଣିପାରେ । ତେଣୁ ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ସାବଧାନ ରହିବାକୁ ହେବ ।
ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କ ସମ୍ପର୍କ ଉପରେ ଗ୍ରହଣର ପ୍ରଭାବ ପଡିବ । ପରିବାର କିମ୍ବା ସହଯୋଗୀ ବ୍ୟବସାୟୀଙ୍କ ସହ ଆପଣଙ୍କର ବିବାଦ ହୋଇପାରେ ।
ମକର ରାଶି: ଏହି ରାଶି ଉପରେ ଚନ୍ଦ୍ର ଗ୍ରହଣ ଭଲ ପ୍ରଭାବ ପକାଇବ । ଶତ୍ରୁଙ୍କଠାରୁ ମୁକ୍ତି ମିଳିବ । ତେବେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ । ବିଶେଷ କରି ଜଳ ସମ୍ବନ୍ଧିତ ରୋଗକୁ ନେଇ ସତର୍କ ରୁହନ୍ତୁ
କୁମ୍ଭ ରାଶି: କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ଗ୍ରହଣ ଶୁଭ ଫଳଦାୟକ ହେବ । ପ୍ରେମ ସମ୍ବନ୍ଧ ପାଇଁ ଏହା ସଠିକ୍ ସମୟ ହେବ ।
ମୀନ ରାଶି: ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣର ପ୍ରଭାବ ମିଶ୍ରିତ ରହିବ । ଏହି ସମୟରେ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବେ । ତେବେ ବାଣିଜ୍ୟରେ ସଫଳତାର ସମ୍ଭାବନା ରହିଛି ।


Share It

Comments are closed.