ଦୁନିଆର ଏମିତି ପାଞ୍ଚୋଟି ରୋଚୋକ ତଥ୍ୟ ଯାହା ଆପଣଙ୍କୁ ମଧ୍ୟ ଅଜଣା


ଏଇ ଦୁନିଆ ଯେତିକି ସୌନ୍ଦର୍ଯ୍ୟମୟ ସେତିକି ରୋଚକମୟ ମଧ୍ୟ । ଆପଣ ଏଇ ଦୁନିଆ ସହ ସମ୍ପର୍କିତ ଅନେକ ରୋଚକ ତଥ୍ୟ ବିଷୟରେ ଶୁଣିଥିବେ ଯାହା ଆପଣଙ୍କୁ ଚକିତ କରିଦେଇଥିବ । ଆଜି ଆମେ ଆପଣଙ୍କୁ କିଛି ଏପରି ହିଁ ତଥ୍ୟ ବିଷୟରେ ଜଣାଇବାକୁ ଯାଉଛୁ ।
ମେଘାଳୟରେ ‘ଉମଂଗୋଟ’ ନାମକ ଗୋଟିଏ ନଦୀ ରହିଛି । ଯାହାକୁ ଭାରତର ସବୁଠାରୁ ପରିଷ୍କାର ନଦୀ ବୋଲି କୁହାଯାଇଥାଏ । ଏହି ନଦୀ ସାୱଲ୍ୟାତ୍ରାଙ୍ଗ ଗାଁ ପାଖରେ ରହିଛି ଯାହାକୁ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ମଧ୍ୟ କୁହାଯାଏ । ଏହି ଗାଁରେ ପାଖାପାଖି ୩୦୦ ଘର ରହିଛି ଏବଂ ସଭିଏଁ ମିଶିକରି ଏହି ନଦୀକୁ ସଫା କରନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ନଦୀରେ କଚରା ଖେଳାଇବା ଦ୍ୱାରା ଲୋକମାନଙ୍କଠାରୁ ୫୦୦୦ଟ ପଯ୍ୟନ୍ତ ଜୋରିମାନା ଆଦାୟ କରାଯାଏ ।

ନାମୀବିଆ ରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଆଟଲାଣ୍ଟିକ ମହାସାଗର ଏଠାର ପଶ୍ଚିମ ତଟ ମରୁଭୂମି ସହ ମିଶିଛି । ଏହା ଦୁନିଆର ସବୁଠାରୁ ପୁରୁଣା ମରୁଭୂମି ଅଟେ । ଖାସ କଥା ହେଉଛି ଏଠାରେ ଦୁନିଆରେ ସବୁଠାରୁ ବଡ଼ ବାଲିକୁଦ ଦେଖାଯାଏ ।

ଦୁନିଆଯାକରେ ପିଇବା ପାଣିର ମାତ୍ରା କେତେ ଯେ ଦୁର୍ଲଭ ଏହା ସମସ୍ତଙ୍କୁ ଜଣା । କିନ୍ତୁ କଣ ଆପଣ ଜାଣନ୍ତି ଯେ ଦୁନିଆରେ ଏମିତି ଦେଶ ରହିଛି ଯେଉଁଠାରେ ସବୁଠାରୁ ଅଧିକ ପାନୀୟଯୋଗ୍ୟ ଜଳ ରହିଛି ? ତେବେ ଏହି ଦେଶ ହେଉଛି ବ୍ରାଜିଲ ଯେଉଁଠାରେ ନବୀକରଣ ଯୋଗ୍ୟ ଜଳ ସମାଧାନର ଉଚ୍ଚତ୍ତମ ମାତ୍ରା ରହିଛି, ଯାହା ସମୁଦାୟ ୮,୩୩୩ ଘନ କି.ମି. ଅଟେ ।

ସାଧାରଣ ଭାବେ ଲୋକମାନେ ଏପରି ଭାବନ୍ତି ଯେ ନୋଟ କାଗଜରୁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନୋଟ କାଗଜରୁ ନୁହେଁ ବରଂ କପାରୁ ତିଆରି । କାରଣ କପା କାଗଜ ତୁଳନାରେ ଅଧିକ ମଜବୁତ ହୋଇଥାଏ ଏବଂ ତାହା ଜଲଦୀ କଟିନଥାଏ ।

ମହାରାଷ୍ଟ୍ରର ରାଜକୀୟ ପକ୍ଷୀ ହରିୟାଲ ଏଭଳି ଏକ ପକ୍ଷୀ ଯେ କି ଭୂମି ଉପରେ ନିଜର ପାଦ କେବେ ମଧ୍ୟ ରଖେନାହିଁ । ସେମାନଙ୍କୁ ଉଚ୍ଚ ଉଚ୍ଚ ବୃକ୍ଷ ଥିବା ଜଙ୍ଗଲ ବହୁତ ପସନ୍ଦ । ହରିୟାଲ ପକ୍ଷୀ କଇଁଆ ଏବଂ ବରଗଛରେ ସବୁବେଳେ ନିଜର ବଷା କରିବାକୁ ପସନ୍ଦ କରେ । ଏହା ସମାଜିକ ପ୍ରାଣୀ, ଯେକି ସବୁବେଳେ ଦଳରେ ହିଁ ରହିଥାନ୍ତି ।


Share It

Comments are closed.