ବାଗଦାଦିକୁ ମାରିବା ପରେ ତା’ ଶବକୁ ଆମେରିକା କ’ଣ କରିଥିଲା, ଜାଣନ୍ତୁ


ଆମେରିକାର ସ୍ପୋଶାଲ ଫୋର୍ସ, ଶନିବାର ଦିନ ସିରିୟାରେ ଦୁନିଆର ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ‘ଅବୁ-ବକ୍କର-ବାଗଦାଦି’କୁ ମାରି ତାଙ୍କ ତା’ର ଆତଙ୍କ ସାମ୍ରାଜ୍ୟର ଅନ୍ତ ଘଟାଇଛି । ଆମେରିକା, କୁଖ୍ୟାତ ଆତଙ୍କବାଦୀ ବାଗଦାଦିର ମୃତ ଦେହ ସହିତ କ’ଣ କରିଛି ତାହାକୁ ଜାଣିବା ପାଇଁ ବର୍ତ୍ତମାନ ସମସ୍ତଙ୍କ ମନରେ ବ୍ୟାକୁଳତା ବଢିଯାଇଛି ।
ଆମେରିକା ଇସଲାମିକ ଷ୍ଟେଟର ମୁଖ୍ୟ ବାଗଦାଦିର ଦେହାବଶେଷକୁ ସମୁଦ୍ରରେ ସଂସ୍କାର କରାଇ ଦେଇଛି । ମିଳିଥିବା ସୂଚନା ମୁତାବକ ଏହି ସମସ୍ତ କାର୍ଯ୍ୟ ଇସଲାମିକ ପରମ୍ପରା ଅନୁଯାୟୀ କରାଯାଇଛି । ଏହାକୁ ନେଇ ଆମେରିକାର ଜଏଣ୍ଟ ଚିପ ଅଫ ଷ୍ଟାଫର ପ୍ରମୁଖ କହିଛନ୍ତି ଯେ, ଇସଲାମିକ ଷ୍ଟେଟର ମୁଖ୍ୟ ବାଗଦାଦିର ଦେହାବଶେଷର ଅନ୍ତିମ ସଂସ୍କାର ସଠିକ ମର୍ଯ୍ୟଦା ସହକାରେ ଇସଲାମିକ ପରମ୍ପରା ଅନୁଯାୟୀ କରାଯାଇଛି ।
ଆମେରିକାର ଜଏଣ୍ଟ ଚିପ ଅଫ ଷ୍ଟାଫର ପ୍ରମୁଖ ମାର୍କ ମିଲେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବାଗଦାଦୀ ଶରୀରର ଦେହାବଶେଷକୁ ସୁରକ୍ଷିତ ଭାବେ ଫରେନ୍ସି ଡିଏନଏ ଯାଞ୍ଚ ପାଇଁ ସୁରକ୍ଷିତ କେନ୍ଦ୍ରକୁ ନିଆଯାଇଥିଲା କାରଣ ତାର ପରିଚୟର ପ୍ରମାଣ ଯେପରି ସଠିକ ରୂପେ ମିଳିପାରିବ । ଏବଂ ଏହା ପରେ ତା’ର ଅନ୍ତିମ ସଂସ୍କାର କରାଯାଇଥିଲା । ”
ପ୍ରକାଶ ଥାଉକି, ଏହା ପୂର୍ବରୁ ଆଲ-କାଏଦା ମୁଖ୍ୟ ଓସାମାବିନ-ଲାଡେନକୁ ମଧ୍ୟ ସମାନ ରୂପେ ସମ୍ୁଦ୍ରରେ ଅନ୍ତିମ ସଂସ୍କାର କରାଯାଇଥିଲା । ୨୦୧୧ରେ ପାକିସ୍ତାନର ଏବଟାବାଦରେ ଆମେରିକାର କାର୍ଯ୍ୟନୁଷ୍ଠାନ ପରେ ଲାଡେନକୁ ବି ମଧ୍ୟ ମରାଯାଇଥିଲା ।


Share It

Comments are closed.