କୁଖ୍ୟାତ ଆତଙ୍କବାଦି ବାଗଦାଦିକୁ ମାରିଥିବା ଆମେରିକାର ଡ଼େଲଟା ଫୋର୍ସର ବିଶେଷତା, ଏହି ଫୋର୍ସ କାହିଁକି ଅନ୍ୟ ସାମରିକ ଫୋର୍ସଠାରୁ ଭିନ୍ନ


ନିକଟରେ ଆମେରିକାର ଡ଼େଲଟା ଫୋର୍ସ ଆଠଟି ହେଲିକାପ୍ଟର ମାଧ୍ୟମରେ ତୁର୍କି ସୀମାର ଇଡ଼ଲିବ୍ ପ୍ରାନ୍ତରେ ରାତ୍ରିର ଘୋର ଅନ୍ଧକାରରେ ପହଞ୍ଚି କୁଖ୍ୟାତ ଆତଙ୍କି ଅବୁ ବକ୍କର ଅଲ ବାଗଦାଦିକୁ ତାରି କମ୍ପାଉଣ୍ଡରେ ନିପାତ କରିଥିଲେ । ଏହି ଅପରେସନ୍ ସମୟରେ ଆମେରିକାର ଡ଼େଲଟା ଫୋର୍ସଙ୍କଠାରୁ ବଞ୍ଚିବା ପାଇଁ ବାଗଦାଦି ଏକ ସୁଡ଼ଙ୍ଗ ଭିତରେ ଦଉଡ଼ିଥିଲା କିନ୍ତୁ ସୁଡ଼ଙ୍ଗର ଶେଷ ସ୍ଥାନରେ ଅନ୍ୟ କୌଣସି ଉପାୟ ନପାଇ ନିଜକୁ ଆତ୍ମଘାତୀ ଜ୍ୟାକେଟରେ ଉଡ଼ାଇଦେଇଥିଲା । ଯିଏ ସମ୍ପୁର୍ଣ୍ଣ ବିଶ୍ୱରେ ଆତଙ୍କର ଭୟ ସଂଚାର କରୁଥିଲା, ଡ଼େଲଟା ଫୋର୍ସ ତାକୁ ଡ଼ରିବା ପାଇଁ ବାଧ୍ୟ କରିଥିଲା । ତେବେ ଆସନ୍ତୁ ଜାଣିବା କେବଳ ଏହିଭଳି ଅସମ୍ଭବ ଅପରେସନକୁ ସମ୍ଭବ କରିବା ପାଇଁ ଡ଼େଲଟା ଫୋର୍ସକୁ କାହିଁକି ପଠାଯାଇଥାଏ ।


ଆମେରିକାର ଡ଼େଲଟା ଫୋର୍ସ ନିକଟରେ ସବୁଠାରୁ ଭୟଙ୍କର ଶବ୍ଦବି ଛୋଟ ପଡ଼ିଥାଏ । ଡ଼େଲଟା ଫୋର୍ସ ସୈନିକ ମାନଙ୍କ ଟ୍ରେନିଂ ଏତେ କଷ୍ଟସାଧ୍ୟ ହୋଇଥାଏକି ସାଧାରଣ ମଣିଷ ମଧ୍ୟ ଏବିଷୟରେ ଚିନ୍ତାକଲେ ତା’ର ଲୋମ ଟାଙ୍କୁରି ଉଠିବ । ଆମେରିକା ଆର୍ମିରେ ସର୍ବୋଚ୍ଚ କମାଣ୍ଡୋ ୟୁନିଟ୍ ପାଇଁ ପ୍ରବେଶ ପ୍ରକ୍ରିୟା ବହୁତ କଷ୍ଟସାଧ୍ୟ ହୋଇଥାଏ । ସେମାନଙ୍କୁ ରାତିର ଅନ୍ଧକାରରେ ଆବୁଡ଼ୁ ଖାବୁଡ଼ୁ ଜଙ୍ଗଲରେ ଓଜନିଆ ଜିନିଷଧରି ୪୦ ମାଇଲ ପର୍ଯ୍ୟନ୍ତ ଦୌଡ଼ିବାକୁ ପଡ଼ିଥାଏ, ଯେଉଁଥିରେ ପ୍ରତ୍ୟେକ ଟାର୍ଗେଟ ପୂରଣ କରିବା ପରେ ପୂର୍ବ ଓଜନରେ ଆହୁରି ୫୦ ପାଉଣ୍ଡ ଓଜନ ଅଧିକ ବୃଦ୍ଧି କରାଯାଇଥାଏ । ଏହା ବ୍ୟତୀତ ଉକ୍ତ ଚାକିରୀରେ ଆବେଦନ କରିବା ପାଇଁ ପ୍ରଥମରୁ ଆପଣଙ୍କୁ ଏକ ଏରୋପ୍ଲେନରୁ ଡ଼େଇଁବାକୁ ପଡ଼ିଥାଏ । ଇନସାଇଡ଼ ଡ଼େଲଟା ଫୋର୍ସ ପୁସ୍ତକର ଲେଖକ ଏରିକ ହେନେ ତାଙ୍କ ରଚିତ ପୁସ୍ତକରେ ଏହିପରି ଅନେକ ଭୟଙ୍କର ଅନୁଭୂତିସବୁ ବର୍ଣ୍ଣନା କରିଛନ୍ତି ।
ଆତଙ୍କବାଦ ନିରୋଧୀ ଦଳ ଡ଼େଲଟା ଫୋର୍ସ ୧୯୮୦ରୁ ହିଁ ଅନେକ ଭୟଙ୍କର ଅପରେସନକୁ ସଫଳ କରିଆସିଛି । ଗ୍ରେନେଡ଼୍ ଦ୍ୱାରା ରାଜନୈତିକ ବନ୍ଦି ମାନଙ୍କୁ ଛଡ଼େଇବା ପାଇଁ ହେଉ କିମ୍ବା ଆଇଏସଆଇଏସ ଆତଙ୍କିଙ୍କୁ ନିପାତ କରିବା ହେଉ, ଇରାକି ମିସାଇଲ୍ ମାନଙ୍କୁ ଶୀକାର କରିବା ହେଉ, ସମସ୍ତ ଯାଗାରେ ଡ଼େଲଟା ଫୋର୍ସ ନିଜର ବିଜୟ ଧ୍ୱଜା ଉଡ଼ାଇଛନ୍ତି । ଡ଼େଲଟା ଫୋର୍ସ ଏହିପରି ଅନେକ ସଙ୍କେତ ଛାଡ଼ିଯାଇଛନ୍ତି,ସେଥିମଧ୍ୟରୁ ଅନେକକୁ ଗୋପନ ରଖାଯାଇଛି । କିନ୍ତୁ ଡ଼େଲଟା ଫୋର୍ସର ଅସ୍ତିତ୍ୱ ବିଷୟରେ ଆମେରିକା ସରକାର ଅଧିକାରୀଙ୍କ ତରଫରୁ ସ୍ୱିକାର କରାଯାଇନାହିଁ କିନ୍ତୁ ଏହିସବୁ ଘଟଣା ଗୁଡ଼ିକ କେତେକ ପୂର୍ବ ଅଧିକାରୀଙ୍କ ଦ୍ୱାରା ଅନେକ ପୁସ୍ତକ ମାଧ୍ୟମରେ ଲେଖାଯାଇଛି ଏବଂ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି ।


ଡ଼େଲଟା ଫୋର୍ସକୁ କର୍ଣ୍ଣଲ ଚାର୍ଲସ ବେକବିଦ୍ ପ୍ରତିଷ୍ଠା କରିଥିଲେ । ବେକବିଦ୍ ୧୯୬୦ ମସିହାରେ ବ୍ରିଟିସ୍ ସ୍ପେଶାଲ ଏୟାର ସର୍ଭିସରେ ଏକ୍ସଚେଞ୍ଚ ଅଫିସର ଭାବରେ ମାଲେସିଆରେ କମ୍ୟୁନିଷ୍ଟ ଗୁରିଲା ବିରୁଦ୍ଧରେ ସଫଳତାର ସହିତ ଅଭିଯାନ ଚଲାଇଥିଲେ । ବେକବିଦ୍ ଜଙ୍ଗଲରେ ଏକ ଅଭିଯାନ ସମୟରେ ଜୀବାଣୁ ସଂକ୍ରମଣ ଦାଉରୁ ମୃତ୍ୟୁ ମୁଖରୁ ବଞ୍ଚିଥିଲେ, ଯେବେକି ଭିଏତନାମରେ ୫୦ କ୍ୟାଲିବରର ଗୁଳି ଖାଇ ମଧ୍ୟ ମୃତ୍ୟୁ ମୂଖରୁ ବଞ୍ଚିଯାଇଥିଲେ । ବେକବିଦ୍ଙ୍କ ଅନୁଯାୟୀ ଏପରି ଏକ ଟିମ୍ ହେବା ଆବଶ୍ୟକ, ଯିଏକି ଉଭୟ ଶାରୀରିକ ଏକ ମାନସିକ ସ୍ତରରେ ମଜଭୂତ ହେବା ଆବଶ୍ୟକ ଏବଂ ଫିଲ୍ଡରେ ସ୍ୱତନ୍ତ୍ର ଉପାୟରେ କାମ କରିବା ପାଇଁ ସକ୍ଷମ । ବେକବିଦ୍ ଚାହୁଁଥିଲେକି ଉକ୍ତ ଟିମରେ କେବଳ ଅନୁଭବି ଅଧିକାରୀ ଏବଂ ନନ୍ କମିସନଡ଼ ଅଫିସରମାନେ ସାମିଲ ହୁଅନ୍ତୁ, ଯେଉଁମାନେକି ପୂର୍ବରୁ ସେମାନଙ୍କ ପରାକାଷ୍ଠା ଯୁଦ୍ଧ କ୍ଷେତ୍ରରେ ପ୍ରମାଣିତ କରିଥିବେ । ବର୍ତ୍ତମାନ ବେକବିଦ୍ଙ୍କ ଲକ୍ଷ୍ୟକୁ ସମ୍ପୁର୍ଣ୍ଣରୂପେ ଡ଼େଲଟା ଫୋର୍ସରେ ଲାଗୁକରାଯାଇଛି । ଡ଼େଲଟା ଅପରେଟର ଟ୍ରେନିଂ କୋର୍ସ ସମ୍ପୁର୍ଣ୍ଣ କରିବା ପାଇଁ ଆପଣଙ୍କ ନିକଟରେ ଅନେକ କାମର ଅନୁଭୂତି ଥିବା ଆବଶ୍ୟକ । ଏହା ବ୍ୟତୀତ ପାରାସୁଟ୍ ଅପରେଟ କରିବାର କ୍ଷମତା ଏବଂ ସିକ୍ରେଟ ସିକ୍ୟୁରିଟି କ୍ଲିୟରାନ୍ସ ମଧ୍ୟ ନିହାତି ଆବଶ୍ୟକ ।


ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେକି ଡ଼େଲଟା ଫୋର୍ସରେ ଅଧିକ ଟ୍ରେନି ଆମେରିକା ଆର୍ମିର ଦୁଇଟି ପ୍ରମୁଖ ଅପରେସନ ଦଳ, ୭୫ ରେଞ୍ଜର ରେଜିମେଣ୍ଟ ଏବଂ ଗ୍ରିନ୍ ବେଷ୍ଟରୁ ହିଁ ହୋଇଥାଆନ୍ତି । ଅପରେଟର ଟ୍ରେନିଂ କୋର୍ସରେ ବନ୍ଧକ ରଖାଯାଇଥିବା ବ୍ୟକ୍ତିଙ୍କୁ ମୁକୁଳାଇବା ପାଇଁ ବହୁତ କଠିନ ଟ୍ରେନିଂ ଦିଆଯାଇଥାଏ ଏବଂ ସେମାନଙ୍କୁ ବମ୍ ତିଆରିକରିବା ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ । ଏହା ବ୍ୟତୀତ ସେମାନଙ୍କୁ ସିଆଇଏରୁ ଜାସୁସିର କଳା ମଧ୍ୟ ଶିକ୍ଷା ଦିଆଯାଇଥାଏ । ଡ଼େଲଟା ଫୋର୍ସର ଟ୍ରେନିଂ ଜାଣିଶୁଣି ଏହପରି କଠିନ ଏବଂ ନିଷ୍ଠୁର କରାଯାଇଛି କାରଣ ଭୟଙ୍କର ଏବଂ ଅସମ୍ଭବ ଜଣାଯାଉଥିବା ଅପରେସନରେ ସାମିଲ ହେବା ପାଇଁ ସାହାସ ଏବଂ ଶକ୍ତିଥିବା ଲୋକହିଁ ଏଥିରେ ସାମିଲ ହୋଇପାରିବେ ।


Share It

Comments are closed.