ଅତୁଲ୍ୟ ଓଡିଶାରେ ଭରି ରହିଛି ଅନେକ ଭ୍ରମଣୀୟ ସ୍ଥାନ, ଜୀବନରେ ଥରେ ନିଶ୍ଚତ ବୁଲନ୍ତୁ ଏହି ସ୍ଥାନ


ପିକନିକ ଯିବା ପାଇଁ ଶୀତ ଦିନ ପ୍ରକୃଷ୍ଟ ସମୟ । ଓଡିଶା ମଧ୍ୟ ସଂସ୍କୃତି ଏବଂ ପରମ୍ପରାର ରାଜ୍ୟ । ଏଠାରେ କୋଣ ଅନୁକୋଣରେ ଭ୍ରମଣ ପାଇଁ ସ୍ଥାନ ରହିଛି । ତେଣୁ ଆପଣ ପିକନିକ ଯିବାର ଯୋଜନା କରୁଥିଲେ ଓଡିଶାର କେତୋଟି ସୁନ୍ଦର ତଥା ମନମୁଗ୍ଧକର ସ୍ଥାନକୁ ଯିବାକୁ ଭୁଲନ୍ତୁ ନାହିଁ ।

୧. କଟକ-

୧୦୦୦ ବର୍ଷର ଏହି କଟକ ସହରରେ ଲୁଚି ରହିଛି ଅନେକ ଇତିହାସ, ଯାହାକୁ ପଢିଲେ ମଧ୍ୟ ଶେଷ ହେବା ନାହିଁ । ସାରା ବିଶ୍ୱରେ ଯଦି ଭାଇଚାରା ସହର ବୋଲି କେହି ଜାଣିଥାଏ, ତାହା ହେଉଛି କଟକ । ଏହା ବଶ୍ୱର ସବୁଠାରୁ ପୁରାତନ ସହ ବୋଲି ମଧ୍ୟ ସମସ୍ତେ ଜାଣିଥାନ୍ତି । କଟକ, କଳିଙ୍ଗ ବା ଓଡିଶାର ପୁରାତନ ରାଜଧୀନ ଥିବାବେଳେ ଏଠି ପ୍ରାଚୀନ କାଳର ଅନେକ ରାଜପ୍ରସାଦ ଏବଂ ଦୁର୍ଗ ମଧ୍ୟ ରହିଛି, ଯାହାକୁ ଦେଖିବା ପାଇଁ କାହିଁ କେଉଁ ଦୂରରୁ ବିଦେଶୀ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଏଠି କାର ଏøତିହାସିକା ବାଲିଯାତ୍ରା ସାରା ବିଶ୍ୱ ପ୍ରସିଦ୍ଧ ।

୨. ଭୁବନେଶ୍ୱର –

ଭୁବନେଶ୍ୱର ଓଡିଶାର ରାଜଧାନୀ ଅଟେ । ଏହା ଏକ ମନ୍ଦିର ମାଳିନୀ ସହର । ଏଠାରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ସହିତ ବିଭିନ୍ନ ଅଭୟାରଣ୍ୟ, ଗୁମ୍ଫା ମଧ୍ୟ ରହିଛି । ଆମ୍ଭମାନଙ୍କର ଇତିହାସରେ ମଧ୍ୟ ଭୁବନେଶ୍ୱରର ସଂସ୍କୃତି, କଳା ଇତ୍ୟାଦି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏଠାର ଥିବା ଦର୍ଶନୀୟ ସ୍ଥାନଗୁଡିକ ମଧ୍ୟରେ ଧଉଳିଗିରି, ଉଦୟଗିରି, ରତ୍ନଗିରି, ବିନ୍ଦୁ ସାଗର, ନନ୍ଦନ କାନନ,  ରାମ ମନ୍ଦିର, ମୁକ୍ତେଶ୍ୱର, ଲିଙ୍ଗରାଜ, ବ୍ରହ୍ମେଶ୍ୱର ଏବଂ ପରଶୁରାମେଶ୍ୱର ଇତ୍ୟାଦି ରହିଛି ।

୩. ପୁରୀ –

ଶ୍ରୀକ୍ଷେତ୍ର ତଥା ଜଗନ୍ନାଥ ଧାମ ନାମରେ ଏହା ଖୁବ ପରିଚିତ । ପୁରୀରେ ଥିବା ଜଗନ୍ନାଥ ମନ୍ଦିରକୁ ସମଗ୍ର ବିଶ୍ୱରୁ ବିଭିନ୍ନ ସ୍ଥାନରୁ ଦର୍ଶକ ଛୁଟିଆସିଥାନ୍ତି । ଏହା ଚାରି ଧାମ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ ରହିଛି । ଏଠାରେ ଖୁବ ସୁନ୍ଦର ସମୁଦ୍ର ତଟ ସହିତ ବହୁ ପୁରାତନ ମନ୍ଦିରଗୁଡିକ ମଧ୍ୟ ରହିଛି । ଏଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରେ ପୁରୀ ସମୁଦ୍ରତଟ, ପୁରୀ ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଚିଲିକା ହ୍ରଦ,ବାଲି ହରଚଣ୍ଡୀ, ଇନ୍ଦ୍ରଦୁମ୍ନ ପୋଖରୀ ଏବଂ ନରେନ୍ଦ୍ର ପୋଖରୀ ଇତ୍ୟାଦି ରହିଛି ।

୪. କୋଣାର୍କ –

ଓଡିଶା ଇତିହାସରେ କଳା ଏବଂ ସଂସ୍କୃତିର ଗନ୍ତାଘର ଭାବେ ପରିଚିତ କୋଣାର୍କ କଳା ପ୍ରେମୀଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ । କୋଣାର୍କ ମନ୍ଦିର ବିଶ୍ୱର ସାତ ଅଦ୍ଭୁତ ମଧ୍ୟରୁ ଏକ । ଏହାର କାରୁକାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ବହୁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ଥିବା ମେରାଇନ ଡ୍ରାଇଭ,ଆର୍କିଓଲୋଜିକାଲ ମ୍ୟୁଜିୟମ, କୋଣାର୍କ ମନ୍ଦିର, ଚନ୍ଦ୍ରଭାଗା ସମୁଦ୍ରତଟ, ରାମଚଣ୍ଡୀ ଇତ୍ୟାଦି ପିକନିକ ଏବଂ ଭ୍ରମଣ ପାଇଁ ଖୁବ ଭଲ ।

୫. ସମ୍ବଲପୁର –

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପଶ୍ଚିମ ଓଡିଶା ଖୁବ ପରିଚିତ । ସେହିପରି ସମ୍ବଲପୁର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଜିଲ୍ଲ୍ା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରେ ବହୁ ଘନ ଜଙ୍ଗଲ, ମନ୍ଦିର, ଝରଣା ଏବଂ ନଦୀ ଭ୍ରମଣକାରୀଙ୍କ ପାଇଁ ଉକ୍ରୃଷ୍ଟ ସ୍ଥାନ । ଏଠାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ହିରାକୁଦ ଡ୍ୟାମ, ହୁମା, ସମଲେଶ୍ୱରୀ, ଚିପଲିମା, ବିକ୍ରମଖୋଲ, ବୁଢାରାଜା, ହାତୀବାଡି, ଦେବୀଗଡ, ଅସୁରକୁମାରୀ ଏବଂ ଉଷାକୋଠୀ ଅଭୟାରଣ୍ୟ ଇତ୍ୟାଦି ରହିଛି ।

୬. ବଡବିଲ –

କେଉଁଝରର ଶେଷକୁ ଏହି ସ୍ଥାନ ବଡବିଲ ରହିଛି । ଏହି ସ୍ଥାନଟି ବହୁ ଘଞ୍ଚ ଜଙ୍ଗଲ ଏବଂ ନଦୀ ସହିତ ଆଚ୍ଛାଦିତ । ଏଠାରେ ବହୁ ଭ୍ରମଣକାରୀ ସ୍ଥାନ ମଧ୍ୟରେ ହୱା ମହଲ, ଗୋନାସିକା, ଠାକୁରାଣୀ ପାହାଡ, ମୃଗା ମହାଦେବ ଜଲପ୍ରପାତ, ଉଲିବୁରୁ ସଂରକ୍ଷଣ ଇତ୍ୟାଦି ରହିଛି ।

୭. ଜୟପୁର –

ଓଡିଶାର ବିଭିନ୍ନ ଭ୍ରମଣ ସ୍ଥାନ ମଧ୍ୟରୁ ଜୟପୁର ଅନ୍ୟତମ । ଏହି ସ୍ଥାନଗୁଡିକ ପ୍ରକୃତିପ୍ରେମୀଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ । ଏଠାରେ ଥିବା ବିଭିନ୍ନ ପ୍ରଦର୍ଶନ ସ୍ଥଳୀ ମଧ୍ୟରେ ଦେଓମାଳି, ଗୁପ୍ତେଶ୍ୱର, ସୁନା ବେଡା, ଡୁଡୁମା ଜଳପ୍ରପାତ, ଜଗନ୍ନାଥ ସାଗର, ହାତୀ ପଥର ଏବଂ କୋଲାବ ଜଳପ୍ରପାତ ରହିଛି ।


Share It

Comments are closed.