‘ବେଶ୍ୟା’ କହି ଜରିନଙ୍କୁ ଗାଳିଦେଲେ ତାଙ୍କ ମ୍ୟାନେଜର, ମାମଲା ରୁଜୁ


ବଲିଉଡ ଅଭିନେତ୍ରୀ ଜରିନ ଖାନ ନିଜର ଷ୍ଟାଇଲ ଏବଂ ବୋଲ୍ଡ ଅନ୍ଦାଜକୁ ନେଇ ଖୁବ ଚର୍ଚ୍ଚାରେ ରହିଥିବାବେଳେ ବର୍ତ୍ତମାନ ଏକ ବିବାଦକୁ ଟାଣି ହୋଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଭିନେତ୍ରୀ ଜିରନ ନିଜର ପୂର୍ବତ୍ତନ ମ୍ୟାନେଜର ଅଞ୍ଜଳୀ ଆସ୍ଥାଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି । ଜରିନଙ୍କ ପୂର୍ବତ୍ତନ ମ୍ୟାନେଜର ତାଙ୍କ ଉପରେ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆଣି ଆଞ୍ଚଳିକ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମାମଲା ରୁଜୁ ହେବା ପରେ ଏବେ ପୋଲିସ ଏହାର ଯାଞ୍ଚ କରୁଛି ।
ମିଳିଥିବା ସୂଚନା ମୁତାବକ, ଟଙ୍କାକୁ ନେଇ ଜରିନ ଏବଂ ତାଙ୍କ ମ୍ୟାନେଜରଙ୍କ ଭିତରେ ବିବାଦ ଲାଗିଥିଲା । ଯେଉଁଥିରେ କି ମ୍ୟାନେଜର ଜଣକ ରାଗି ଯାଇ ତାଙ୍କୁ ‘ବେଶ୍ୟା’ କହି ଗାଳି ଗୁଲଜ କରିଥିଲେ । ସେଥିପାଇଁ ଜରିନ ତାଙ୍କ ଓକିଲଙ୍କ ସହ କାଲି ରାତିରେ ପୋଲିସ ଷ୍ଟେସନ ପହଞ୍ôଚ ଆଇପିସି ଧାରା ୫୦୯ ଅଧିନରେ ଏକ ମାମଲା ରୁଜୁ କରିଛନ୍ତି । ଅଞ୍ଜଳୀ, ଜିରିନଙ୍କ ପାଖରେ ଦୀର୍ଘ ୩-୪ ବର୍ଷ ଯାଏଁ ମ୍ୟାନେଜର ଦାୟିତ୍ୱ କାର୍ଯ୍ୟରତ ଥିଲେ ।
ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ମୋବାଇଲ ମେସେଜ ଦ୍ୱାରା ହୋଇଥିଲା । ଯେଉଁଥିରେ ଅଞ୍ଜଳୀ ଏହି ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ ।
ପ୍ରକାଶ ଥାଉକି, ଜରିନ, ସଲମାନ ଖାନଙ୍କ ସହ ଫିଲ୍ମ ‘ବୀର’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ । ଜରୀନଙ୍କୁ ହିନ୍ଦୀ ଫିଲ୍ମ ସମେତ ତାମିଲ ଏବଂ ପଞ୍ଜବୀ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି ।


Share It

Comments are closed.