ଭୁବନେଶ୍ୱରରେ ଏୟାର ଏସିଆର ଟ୍ରାଭେଲ ଫେୟାର


ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ଏକ ଆକର୍ଷଣୀୟ ଟ୍ରାଭେଲ ଫେୟାରର ଘୋଷଣା କରାଯାଇଛି । ଏହି ଫେୟାର ଭାରତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଦର୍ଶକ ମାନଙ୍କୁ ଆକର୍ଷଣୀୟ ଡିଲ ଏବଂ ଅଫର ପ୍ରଦାନ କରିବ । ଅତିଥିମାନେ ୭ ଜାନୁଆରୀ ୨୦୧୯ ରୁ ୧୭ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ଯାତ୍ରା ପାଇଁ ୭ ଡ଼ିସେମ୍ବରରୁ ୯ ଡ଼ିସେମ୍ବର ମଧ୍ୟରେ ବୁକିଙ୍ଗ କରିବା ଦ୍ୱାରା ୨୦ ପ୍ରତିଶତ ରିହାତି ପାଇପାରିବେ । ଅତିଥିମାନଙ୍କୁ ୭ରୁ ୯ ଡ଼ିସେମ୍ବର ୨୦୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ଏସପ୍ଲାନେଡ ୱାନ ମଲ୍ରେ ଆୟୋଜିତ ହେବାକୁଥିବା ମେଳାରେ ଶ୍ରେଷ୍ଠ ଡିଲ ଗୁଡିକ ସମ୍ପର୍କରେ ଜାଣିବା ପାଇଁ ଏୟାର ଏସିଆ ପକ୍ଷରୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି ।
ଏହି ରିହାତି ଏୟାର ଏସିଆର ଗ୍ରୁପ ନେଟୱାର୍କ, ଏୟାର ଏସିଆ ଇଣ୍ଡିଆ (ଫ୍ଲାଇଟ କୋଡ ଆଇ୫), ଏୟାର ଏସିଆ ବରହଦ (ଫ୍ଲାଇଟ କୋଡ ଏକେ), ଥାଇ ଏୟାରଏସିଆ (ଫ୍ଲାଇଟ କୋଡ ଏଫଡି) ଏବଂ ଏୟାର ଏସିଆ ଏକ୍ସ (ଫ୍ଲାଇଟ କୋଡ ଡି୭) ଦ୍ୱାରା ପରିଚାଳିତ ସମସ୍ତ ଫ୍ଲାଇଟରେ ଉପଲବ୍ଧ ହେବ । ଅତିଥିମାନେ ମଧ୍ୟ ଏୟାର ଏସିଆ ଇଣ୍ଡିଆର ଘରୋଇ ନେଟୱର୍କ ଏବଂ ସ୍ୱତନ୍ତ୍ରଭାବେ ଭୁବନେଶ୍ୱରରୁ କଲିକତା ଏବଂ ବେଙ୍ଗାଲୁରରୁ ଥିବା ସିଧାସଳଖ ଫ୍ଲାଇଟରେ ଏହି ରିହାତି ପାଇପାରିବେ । ଆନ୍ତର୍ଜାତୀୟ ଯାତ୍ରା ପାଇଁ ଅତିଥିମାନେ ବିଭିନ୍ନ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳ ଯେପରିକି କୁଆଲଲମପୁର, ବ୍ୟାଙ୍କକକ, ଫୁକେଟ, ସିଙ୍ଗାପୁର, ବାଲି, ମେଲବୋର୍ଣ୍ଣ, ସିଡନୀ ଏବଂ ଆହୁରୀ ଅଧିକ ସ୍ଥାନ ଚୟନ କରିପାରିବେ ।


Share It

Comments are closed.