ଏ ସବୁ ଜାଗାର ସୂର୍ଯ୍ୟାସ୍ତ ଅତି ସୁନ୍ଦର


ସୂର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ । ଆମର ଏଇ ଭାରତରେ ଏପରି କେତୋଟି ସ୍ଥାନ ରହିଛି , ଯେଉଁଠି ସୂର୍ଯ୍ୟାସ୍ତର ଦୃଶ୍ୟ ଏତେ ସୁନ୍ଦର ଯେ ବାରମ୍ବାର ତାହା ଉପଭୋଗ କରିବାକୁ ମନହୁଏ । ଏଠାରେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଦର୍ଶକଙ୍କର ଭିଡ ଜମିଥାଏ ।

୧. ଆଣ୍ଡାମାନର ହେଭଲକ ବିଚ –

ଆଣ୍ଡାମାନସ୍ଥି୍ତ ହେଭଲକ ବିଚ ନିଜର ସୌନ୍ଦଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ । ଏହି ବିଚରେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିଲେ ଭିନ୍ନ ଏକ ଦୁନିଆରେ ଥିଲେ ମନେ ହୁଏ । ଏଠାକୁ ଆସି ଯଦି ଆପଣ ଏହାର ମୁଖ୍ୟ ଆକର୍ଷଣ ସୂର୍ଯ୍ୟାସ୍ତ ନ ଦେଖିଛନ୍ତି ତେବେ ଭ୍ରମଣ ମୂଲ୍ୟହୀନ ହୋଇଥାଏ ।

୨. ତାମିଲନାଡୁର କନ୍ୟାକୁମାରୀ –

ଆମ ଦେଶ କାଶ୍ମୀରରୁ କନ୍ୟାକୁମାରୀ ଯାଏ ବିସ୍ତୃତ । ଏହି କନ୍ୟାକୁମାରୀ ସାରା ବିଶ୍ୱରେ ସୂର୍ଯ୍ୟାସ୍ତ ପାଇଁ ପ୍ରସିଦ୍ଧ । ଏହି ସ୍ଥାନର ସବୁଜ ବାତାବରଣ ମଧ୍ୟ ଅତ୍ୟନ୍ତ ରମଣୀୟ । ସମୁଦ୍ର କୂଳରେ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ଦେଖିବା ପାଇଁ ଏଠାରେ ପ୍ରତିଦିନ ଭିଡ ଜମିଥାଏ ।

୩. ରାଜସ୍ଥାନର ମାଉଣ୍ଟଆବୁ –

ମାଉଣ୍ଟଆବୁର ପ୍ରକୃତ ମଜା ସେତେବେଳେ ଆସେ ଯେତେବେଳେ ସନ୍ଧ୍ୟା ସମୟ ଗଢି ଗଢି ଆସୁଥାଏ ଏବଂ ପାହାଡ ପଛରେ ସୂର୍ଯ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଦେଖା ଦେବା ଅତ୍ୟନ୍ତ ସୁନ୍ଦର ମୁହୁର୍ତ୍ତ ଅଟେ । ଏହି ଜାଗାକୁ ଭ୍ରମଣ ପାଇଁ ଗ୍ରୀଷ୍ମ ରୂତୁ ସଠିକ ଅଟେ ।

୪. ମେଘାଳୟର ଉମିୟାମ ଲେକ –

ଆପଣେ ଆକାଶକୁ ଲାଲ ଏବଂ ନୀଳ ରଙ୍ଗରେ ଦେଖିଥିବେ । କିନ୍ତୁ ଉମିୟାମ ଲେକରେ ସୂର୍ଯ୍ୟାସ୍ତ ଦେଖିଲେ ଏପରି ଲାଗେ ପ୍ରକୃତ ଏହି ଦୁଇ ରଙ୍ଗର ଏକ ମିଶ୍ରଣରେ ଏକ ନୂଆ ରଙ୍ଗ ଆକାଶରେ ପ୍ରସ୍ତୁତ ହୋଇଛି ।

୫. କେରଳର ଆଲ୍ଲେପି ବିଚ

କେରଳର ଆଲ୍ଲେପି ବିଚ ନିଜର ସୌନ୍ଦଯ୍ୟ ପାଇଁ ବିଶ୍ୱ ଦରବାରରେ ସୁପରିଚିତ । ସନ୍ଧ୍ୟାରେ ସୂର୍ଯ୍ୟ ବୁଢିବା ପୂର୍ବରୁ ଯେତେବେଳେ ସୂର୍ଯ୍ୟ କୋଳକୁ ଆସେ । ସେତେବେଳେ ସେହି ସମୟର ଦୃଶ୍ୟ ଦେଖୁଥିବା ପର୍ଯ୍ୟଟକଙ୍କ ମନ ମୋହିନିଏ ।

୬. ଗୋଆର ପାଲୋଲେମ ବିଚ –

ପ୍ରସିଦ୍ଧ ପାଲୋଲେମ ବିଚ ଗୋଆର କୈନାକୋନାରେ ଅବସ୍ଥିତ । ଏହି ବିଚର ଚତୁଃପାଶ୍ୱର୍ରେ ଲାଗିଥିବା ଖଜୁରୀ ଗଛ ଏହାର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । କାଠ ନିର୍ମିତ ଘର ଏବଂ ଖଜୁରୀ ଗଛରେ ପରିପୂର୍ଣ୍ଣ ଏହି ବିଚରେ ସୂର୍ଯ୍ୟାସ୍ତର ଦୃଶ୍ୟ ଅବିସ୍ମରଣୀୟ ।

୭. ଆସାମର ବ୍ରହ୍ମପୁତ୍ର –

ଆସାମର ଦିବ୍ରୁଗଡ ଅନ୍ତର୍ଗତ ବ୍ରହ୍ମପୁତ୍ର ନଦୀରେ ସୂର୍ଯ୍ୟସ୍ତ ଦେଖିବା ପାଇଁ ଦୂର-ଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ଭାରତର ସୁନ୍ଦର ସନସେଟ ମଧ୍ୟରୁ ଏହା ହେଉଛି ଅନ୍ୟତ୍ତମ ।


Share It

Comments are closed.