ଆହୁରୀ ଦୁଇ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ ଲତା, କାରଣ କହିଲେ ଭଉଣୀ


ରବିବାର ବିଳମ୍ବିତ ରାତ୍ରିରେ ସ୍ୱର ସାମ୍ରାଗୀ ଲତା ମଙ୍ଗେସକରଙ୍କୁ ଶ୍ୱାସ ପ୍ରଶ୍ୱାସ ନେବାରେ ଉପୁଜୁଥିବା ସମସ୍ୟା ଯୋଗୁଁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଲତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଘରକୁ ପଠାଇ ଦିଆଯାଇଛି ବୋଲି ଖବର ଶୁଣିବାକୁ ମିଳିଥିଲା । ମିଳିଥିବା ସୂଚନା ମୁତାବକ ଭାଇରାଲ ଜ୍ୱର ଜନିତ ସମସ୍ୟା ଯୋଗୁଁ ଲତାଙ୍କ ଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜୁ ଥିଲା । ଏହା ସହ ଲତାଙ୍କ ବର୍ଦ୍ଧିତ ବୟସକୁ ଦୃଷ୍ଟିରେ ରଖି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଲତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସୂଚନା ଦେଇ ଭଉଣୀ ଉଶା ମଙ୍ଗେସକର କହିଛନ୍ତି ଯେ, ଲତା ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ସେ ଆହୁରୀ ଗୋଟିଏ – ଦୁଇ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଲତା ଦିଦି ବର୍ତ୍ତମାନ ୯୦ ବର୍ଷରେ ପଦାର୍ପଣ କଲେଣି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ଦିଦିଙ୍କ ବର୍ଦ୍ଧିତ ବୟସକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ହସ୍ପିଟାଲରେ ଆହୁରୀ ୧-୨ ଦିନ ରଖିବା ପାଇଁ ନିଷ୍ପତି ନେଇଛୁ । ”


Share It

Comments are closed.