ଆଜି କାର୍ତ୍ତିକ ପୂର୍ଣ୍ଣିମାରେ କିଛି ଏପରି ରହିଛି ଗ୍ରହଯୋଗ,ଜାଣନ୍ତୁ ଏହାର ଶୁଭଫଳ


ଆଜି ହେଈଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହା କାର୍ତ୍ତିିକ ମାସର ଅନ୍ତିମ ଦିନ ତଥା ଗୁରୁନାନକଙ୍କର ୫୫୦ତ୍ତମ ଜୟନ୍ତୀ ମଧ୍ୟ । ଆମ ହିନ୍ଦୁ ଶାସ୍ତ୍ରରେ କାର୍ତ୍ତିକ ମାସର ବିଶେଷ ମହତ୍ୱ ରହିଥାଏ । ଏହି ମାସ ଭଗବାନଙ୍କୁ ଧ୍ୟାନ, ସ୍ନାନ ଏବଂ ଦାନର ମାସ ବୋଲି ମାନ୍ୟତା ରହିଛି । କାର୍ତ୍ତିକ ମାସର ସମାପ୍ତି ଦିନରେ କିଛି ଗ୍ରହର ଯୋଗ ମଧ୍ୟ ରହିଛି । ଏହି ଦିନରେ ସୂର୍ଯ୍ୟ, ମଙ୍ଗଳ, ଏବଂ ବୁଧ ତୁଳା ରାଶିରେ ବିଚରଣ କରିବେ । ଗୋଟିଏ ରାଶିରେ ଏହି ତିନୋଟି ଗ୍ରହଯୋଗ ରହିବା ଦ୍ୱାରା ପୂର୍ଣ୍ଣିମା ଶୁଭଫଳ ଦାୟୀ ହୋଇପାରେ ।
ଏହି ଦିନରେ ସର୍ବାର୍ଥ ସିଦ୍ଧି ଯୋଗ ରହିଥାଏ । ଜ୍ୟୋତିଶଙ୍କ ଅନୁସାରେ ଏହି ଯୋଗରେ କରାଯାଇଥିବା ଶୁଭ କାର୍ଯ୍ୟ ଜଲଦି ସଫଳ ହୋଇଥାଏ । ଏହି ଦିନରେ ସୁର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଶୁଭଫଳ ମିଳିଥାଏ । ଏହାବାଦ ସୁର୍ଯ୍ୟଦେବଙ୍କୁ ତମ୍ବା ଢ଼ାଳରେ ପାଣି ଟେକିବା ସମୟରେ ଓଁ ସୁର୍ଯ୍ୟାୟଃ ନମଃ ଯାପ କରିବାର ନିୟମ ରହିଛି ।
ଏହି ପୂର୍ଣ୍ଣମାରେ ସୂର୍ଯ୍ୟାସ୍ତ ପରେ ଘରର ମୁଖ୍ୟର ଅଂଶରେ ଦୀପ ଜଳାନ୍ତୁ ତା ସହ ତୁଳସୀ ମୂଳରେ ଦୀପ ଜଳାଇବାକୁ ଭୁଲନ୍ତୁ ନାହିଁ । କାର୍ତ୍ତିକ ପୂର୍ଣ୍ଣିମା ଦିନ ହନୁମାନ ଚାଳିଶା ଏବଂ ସୁନ୍ଦରକାଣ୍ଡ ପାଠ କରିବା ଦ୍ୱାରା ଶାନ୍ତି ମିଳିଥାଏ ।


Share It

Comments are closed.