ରାଜନୀତିରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ରିତେଶ


ନିଜର ଅଭିନୟ ଏବଂ କମେଡି ବଳରେ ଲୋକଙ୍କ ମନ ଜିଣିଥିବା ଅଭିନେତା ରିତେଶ ଦେଶମୁଖ ସର୍ବଦା ଚର୍ଚ୍ଚାରେ ରହିଆସୁଥିବାବେଳେ ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ମରଜାୱା’ର ପ୍ରମୋସନକୁ ନେଇ ଖୁବ ବ୍ୟସ୍ତ ଥିବାର ଜଣାପଡୁଛନ୍ତି । ତେବେ ଏହି ମଧ୍ୟରେ ରିତେଶଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ସାମ୍ବାଦିକଙ୍କ ଦ୍ୱାରା ପଚରାଯାଇଥିଲା କିଛି ପ୍ରଶ୍ନ । ରିତେଶ ସାମ୍ବାଦିକମାନଙ୍କ ଉତ୍ତର ରଖି କହିଥିଲେ ଯେ, “ମୋ ନିଷ୍ପତି ମୁଁ ନିଜେ ନିଏ ଏବଂ ମୁଁ ଜଣେ ଅଭିନେତା ଅଟେ, ଯିଏକି ଫିଲ୍ମରେ ଅଭିନୟ କରେ । ମୋ ଭାଇ ପାଇଁ ମୁଁ ରାଜନୀତି ଛାଡି ଦେଇଛି । ମୁଁ ସମସ୍ତଙ୍କ ଭାବନାକୁ ସମ୍ମାନ କରିବାକୁ ଚାହେଁ । ”
ପ୍ରକାଶ ଥାଉକି, ରିତେଶ, ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖ ପୁତ୍ର ଅଟନ୍ତି । ସେ ବର୍ତ୍ତମାନ ଫିଲ୍ମ ଜଗତରେ ନିଜ କ୍ୟାରିୟର ପ୍ରସ୍ତୁତ କରୁଛନ୍ତି । ସେ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ମରଜାୱା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଯାହାକି ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ରିତେଶ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ ।
ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମଲୋହତ୍ରା ରହିଥିବାବେଳେ ଫିଲ୍ମ “ ଭିଲିୟାନ ” ପରେ ଉଭୟଙ୍କୁ ପୁଣିଥରେ ‘ମରଜାୱା’ରେ ଏକାଠି ଦେଖିବାକୁ ମିଳିବ ।


Share It

Comments are closed.