ନିଜ ବାପାଙ୍କୁ ନ୍ୟାୟ ଦେବା ଲାଗି ଲଣ୍ଡା ହେଲା ଝିଅ


ବାପାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବୀରେ ଜଣେ ଝିଅ ଲଣ୍ଡା ହେବାର ଘଟଣା ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ଖେଲାଇଦେଇଛି । ଝିଅର ଅଭିଯୋଗ ଏହା ଯେ, ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ, ପୋଲିସ ଷ୍ଟେସନରେ ଅନେକ ଦିନ ହେବ ଦାୟର କରାଯିବା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆସାମୀ ଧରା ପଡି ନାହିଁ । ହତ୍ୟାକାରୀମାନେ ମୃତକଙ୍କ ସମ୍ପତି ହଡପ କରିବା ଆଳରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ନେଇ ମୃତକଙ୍କ ଝିଅ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ଏବଂ କହିଛନ୍ତି ଯେ, “ଯେଉଁ ପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ହୋଇନାହିଁ ଏବଂ ତାଙ୍କୁ ନ୍ୟାୟ ମିଳି ନାହିଁ ସେତେଦିନ ପର୍ଯ୍ୟନ୍ତ ସେ ଲଣ୍ଡା ହୋଇ ରହିବେ । ” ଏହି ଘଟଣା ଉତ୍ତରପ୍ରଦେଶର ଝାନ୍ସିର ଅଟେ । ସୂଚନାଯୋଗ୍ୟ, ଉକ୍ତ ଝିଅଙ୍କ ବାପା(ନାମ- ୟୋଗେନ୍ଦ୍ର ସିଂହ) ଜଣେ ଇଞ୍ଜିନୟର ଥିବାବେଳେ ଅଗଷ୍ଟ ୨୨ରେ ତାଙ୍କରି ଘରୁ ହିଁ ୟୋଗେନ୍ଦ୍ର ସିଂହ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ୟୋଗେନ୍ଦ୍ରଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଅଭିଯୋଗ କରିଥିଲେ କି ତାଙ୍କ ପୋଡିଶୀ ବିରେନ୍ଦ୍ର କୁମାର ଏବଂ ତାଙ୍କ ପୁତ୍ର ଜମି ହଡପ କରିବା ଆଳରେ ସେମାନେ ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି । ଘଟଣାର ଦୁଇ ଦିନ ପରେ ପୋଲିସ ପକ୍ଷରୁ ଉକ୍ତ ଆସାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସତ୍ତେ୍ୱ ମଧ୍ୟ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦଣ୍ଡ ପାଇଁ ନଥିବା ହେତୁ ଝିଅ ପୁନିତ ଲଣ୍ଡା ହୋଇ ରହିବାର ଶପଥ ନେଇଛନ୍ତି ।


Share It

Comments are closed.