ଅଜ୍ଞାତ ନମ୍ବରରୁ ଭାରତୀୟ ଖେଳାଳୀଙ୍କୁ ଆସୁଛି ମେସେଜ, ବିସିସିଆଇ ପକ୍ଷରୁ ଆରମ୍ଭ ହେଲା ତଦନ୍ତ


ଭାରତୀୟ ଖେଳାଳୀଙ୍କୁ କୌଣସି ଏକ ଅଜ୍ଞାତ ନମ୍ବରରୁ ମେସେଜ ଅସୁଛି, ଯାହାଦ୍ୱାରା ବିସିସିଆଇର ଆଣ୍ଟି କରପସନ ୟୁନିଟ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତାମିଲନାଡୁ ପ୍ରିମିୟ ଲିଗର କିଛି ଖେଳାଳୀଙ୍କୁ କେତେକ ଅଜ୍ଞାତ ଲୋକମାନେ ହ୍ୱାଟସଆପରେ ମେସେଜ କରୁଥିବାର ଜାଣିବାକୁ ମିଳିଛି । ଉକ୍ତ ଖେଳାଳୀମାନେ ନିଜେ ଏହି ସଂପର୍କରେ ସୂଚନା ଦେଇଛନ୍ତି ।


ବିସିସିଆଇର ଆଣ୍ଟି କରପସନ ୟୁନିଟକୁ ଉକ୍ତ ଖେଳାଳୀମାନେ ଯେତେବେଳେ ଏହି ସଂପର୍କରେ ଅଭିଯୋଗ ଆଣିଲେ ତେବେ ବିସିସିଆଉ ପକ୍ଷରୁ ତତକ୍ଷଣାତ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଦିଆଯାଇଛି । ଆଣ୍ଟି କରପସନ ୟୁନିଟର ମୁଖ୍ୟ ଅଜିତ ସିଂହ କହିଛନ୍ତି ଯେ, “ତାମିଲନାଡୁ ପ୍ରିମିୟର ଲେଗିର କେତେକ ଖେଳାଳୀଙ୍କୁ ଅଜ୍ଞାତ ନମ୍ବରରୁ ମେସେଜ ଆସିଥିବାର ଜାଣିବାକୁ ମିଳିଛି । ଆମେ ଏହି ନମ୍ବରକୁ ଟ୍ରାକ କରି ମେସେଜ ପଠାଇଥିବା ଲୋକଙ୍କ ନିକଟରେ ପହଞ୍ଚିପାରିବା । ”\nପ୍ରକାଶ ଥାଉକି, ତାମିଲନାଡୁ ପ୍ରମିୟର ଲିଗର ରବିଚନ୍ଦ୍ର ଅଶ୍ୱନୀ, ମୁରଲୀ ବିଜୟ ଏବଂ ଦୀନେଶ କାର୍ତ୍ତିକ ଭଳି ବିଶିଷ୍ଟ ଖେଳାଳୀମାନେ ଖେଳୁଛନ୍ତି ।


Share It

Comments are closed.