ବିଏସପିକୁ ଲାଗିଲା ଶକ୍ତ ଝଟକା, କଂଗ୍ରେସରେ ସାମିଲ ହେଲେ ୬ ବିଧାୟକ


ରାଜସ୍ଥାନରେ ବିଏସପିକୁ ଲାଗିଛି ଏକ ଶକ୍ତ ଝଟକା ଲଗିଛି । କାରଣ ବିଏସପିର ସମସ୍ତ ୬ଜଣ ବିଧାୟକ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ପରେ ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୬ ହୋଇଯାଇଛି । ପୂର୍ବରୁ ରାଜସ୍ଥାନରେ କଂଗ୍ରେସର ୧୦୦ ବିଧାୟକ ଥିବାବେଳେ ବିଏସଏପି ପକ୍ଷରୁ ରାଜସ୍ଥାନକୁ ବାହ୍ୟ ସମର୍ଥନ ମିଳିଥିଲା । ମିଳିଥିବା ସୂଚନା ମୁତାବକ, ବିଏସପି ବିଧାୟକ ସୋମବାର ଦିନ ରାତି ୯.୩୦ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ଉକ୍ତ ବିଏସପି ବିଧାୟକ ଗଣ ବିଧାନସଭା ବାଚସ୍ପତି ସିପି ଜୋଶୀଙ୍କ ସହ ସାକ୍ଷାତ କରି ବିଏସପିକୁ କଂଗ୍ରେସର ବିଲୟ କରିବାର ଏକ ପତ୍ର ପ୍ରଧାନ କରିଥିଲେ । ଏହା ପରେ ବିଧାନସଭା ଅଧ୍ୟକ୍ଷ, ବିଏସପି ବିଧାୟକ ଦ୍ୱାରା ପ୍ରଦାନ କରାଯାଇଥିବା ବିଲୟ ପତ୍ରକୁ ଅନୁମୋଦନ ଦେଇଥିଲେ ।


Share It

Comments are closed.