ଦଶହରାରେ ଠାକୁର ଘରକୁ କେଉଁ ରଙ୍ଗରେ ସଜାଇଲେ ମିଳିଥାଏ ଶୁଭଫଳ, ଜାଣନ୍ତୁ


ଶରତର ଶାନ୍ତ ପରିବେଶରେ ଜଗତଜନନୀ ମା’ ଧରାରେ ବିଦ୍ୟମାନ । ମା’ଙ୍କୁ ବହୁ ଦିନରୁ ଅପେକ୍ଷା କରିରହିଥିବା ଏ ମାନବ ସମାଜ ତାଙ୍କ ସ୍ୱାଗତ ପାଇଁ କେତେଯେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏ ପ୍ରସ୍ତୁତିଯେ କେବଳ ଦେବାଳୟରେ କିମ୍ବା ସାର୍ବଜନୀନ ସ୍ଥାନରେ ହେଉଛି ତାନୁହେଁ, ଘରେ ଘରେ ମଧ୍ୟ ମା’ଙ୍କ ଆଗମନରେ ଉତ୍ସାହ ଦେଖିବାକୁ ମିଳିଛି । ଦଶହରାର ମାହୋଲ ଏବଂ ସାଜସଜ୍ଜାରେ ସମ୍ପୁର୍ଣ୍ଣ ପୁରପଲ୍ଲି ଉଲ୍ଲସିତ ହେଉଥିବାବେଳେ ଘରେ ଘରେ ମଧ୍ୟ ମା’ଙ୍କ ଆରାଧନା ଚାଲିଛି । ତେବେ ଆସନ୍ତୁ ଜାଣିବା ମା’ଙ୍କ ଅପାର କରୁଣା ପାଇବା ପାଇଁ ଏହି ପବିତ୍ର ତିଥିରେ ଘରେଥିବା ଠାକୁର ଘରକୁ କେଉଁ ରଙ୍ଗରେ ସଜାଇବା । ମାଙ୍କ ଆରଧନା ଯେଉଁ ଘରେ କରାଯାଏ, ସେହି ଘରକୁ ନାଲି କିମ୍ବା ହଳଦିଆ ରଙ୍ଗରେ ସଜାଇବାକୁ ବାସ୍ତୁ ଅନୁଯାୟୀ ଶୁଭବୋଲି ମନେକରାଯାଇଥାଏ ।
ଏହା ବ୍ୟତୀତ ଆପଣମାନେ ଘରର ମନ୍ଦିରକୁ ଗୋଲାପୀ, ନାରଙ୍ଗି କିମ୍ବା ସିନ୍ଦୁର ରଙ୍ଗ ମଧ୍ୟ ବ୍ୟବହାର କରିପାରିବେ କିନ୍ତୁ ଏହି ଲାଲ ଏବଂ ହଳଦିଆ ଗାଢ ରଙ୍ଗର ହେବା ଆବଶ୍ୟକ । ମନ୍ଦିରରେ ବିଭିନ୍ନ ରଙ୍ଗ ଗୁଡ଼ିକର ମିଶ୍ରଣ ହେବା ଉଚିତ୍ ନୁହେଁ । ଘରେ ସକରାତ୍ମକ ଶକ୍ତିର ସଂଚାର ପାଇଁ ଏବଂ ନକରାତ୍ମକ ଶକ୍ତିର ଆପେ ଆପେ ବିଲୋପ ପାଇଁ ହଳଦିଆ ରଙ୍ଗ ହେଉଛି ସର୍ବୋକୃଷ୍ଟ । ନାଲି ରଙ୍ଗ ହେଉଛି ମା’ଙ୍କ ଅତି ପ୍ରିୟ ରଙ୍ଗ । ମା’ଙ୍କ ପରିଧାନ କରୁଥିବା ବସ୍ତ୍ରଠାରୁ ଆରମ୍ଭକରି ତାଙ୍କଠାରେ ଲାଗି ହେଉଥିବା ପୁଷ୍ପ ତଥା ତାଙ୍କ ମସ୍ଥକରେ ଜୋଜୁଲ୍ୟମାନ ସିନ୍ଦୁର ମଧ୍ୟ ନାଲି ରଙ୍ଗ । ଯେଉଁ ସିନ୍ଦୁରକୁ ଦେଖି ଭକ୍ତମାନଙ୍କ ମନ ଅଧିର ହୋଇଯାଏ, ତାହା ହେଉଛି ଅଧର୍ମ ଉପରେ ଧର୍ମର ବିଜୟର ପ୍ରତିକ । ତେଣୁ ଠାକୁର ଘରେ ମା’ ଆରାଧନା ପାଇଁ ହଳଦିଆ ରଙ୍ଗ ସହିତ ନାଲି ରଙ୍ଗ ବ୍ୟବହାର ହେଉଛି ସର୍ବଧର୍ମ ସମ୍ମତ ।


Share It

Comments are closed.