ମୃତ ତିମି ପେଟରୁ ବାହାରିଲା ୧୦୦କେଜି ପ୍ଲାଷ୍ଟିକ ବର୍ଜ୍ୟ


ଏହି ଖବର ଏବଂ ଫଟୋ ଆପଣଙ୍କୁ ବିଚଳିତ କରିପାରେ । କିନ୍ତୁ ଏହା ସଂପୂର୍ଣ୍ଣ ମନୁଷ୍ୟକୃତ ଅଟେ । ନିକିଟ କିଛି ଦିନ ତଳେ ଗାଇ, ହରିଣ ଏବଂ ତିମି ମାଛ ପେଟରୁ ଶହ ଶହ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିଥିବାର ଖବର ସାମନାକୁ ଆସିଥିବାବେଳେ ଠିକ ଏଭଳି ଏକ ଘଟଣା ସ୍କଟଲ୍ୟାଣ୍ଡରେ ଘଟିଛି । ଏଠାରେ ଏକ ମୃତ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିଛି ।ô


ତିମି ମାଛ ପେଟରୁ ପ୍ଳାଷ୍ଟିକ ବର୍ଜ୍ୟବସ୍ତୁ ସ୍ୱରୁପ ବିରାଟକାୟ ମାଛ ଜାଲ, ପ୍ଲାଷ୍ଟିକ ଦୈଡି, ପ୍ଲାଷ୍ଟିକ କପ୍ ଏବଂ ସେହିଭଳି ଅନେକ ମାତ୍ରରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରିଥିବାବେଳେ ଏହିସବୁ ପେଟ ଭିତରେ ରହି ଏକ ବଲ ଆକାରରେ ହୋଇଯାଇଛି । ମୋଟ ଉପରେ ଏହି ବର୍ଜ୍ୟବସ୍ତୁର ଓଜନ ୧୦୦ କିଲୋ ହୋଇଥିବାବେଳେ ମୃତ ତିମି ମାଛଟିକୁ ଲୁସକେନଟାୟର ବିଚରେ ଠାବ କରାଯାଇଛି ।


ମିଳିଥିବା ସୂଚନା ମୁତାବକ ମୃତ ତିମି ମାଛଟିକୁ ଠାବ କରାଯିବା ଦୁଇ ଦିନ ପୂର୍ବରୁ ତାହାର ମୃତ୍ୟୁ ହୋଇଯାଇଥିଲା । ପ୍ଲାଷ୍ଟିକ କାରଣରୁ ତିମି ମାଛଟିର ମୃତ୍ୟୁ ହୋଇଥିବାବେଳେ ଏହା ଏକ ଯୁବ ତିମି ମାଛଟି ବୋଲି ଜଣାପଡିଛି ।


Share It

Comments are closed.