ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ନିଜ ଆଧିପତ୍ୟ ବଜାୟ ରଖିଲେ କୋହଲି


ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପୁଣିଥରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଟେଷ୍ଟ କ୍ରିକେଟକୁ ନେଇ ଆଇସିସି ପକ୍ଷରୁ ଜାରି କରାଯାଇଥିବା ନୂଆ ର‌୍ୟାଙ୍କିଙ୍ଗ ତାଲିକାରେ ବିରାଟ ୯୨୮ ପଏଣ୍ଟ ସହ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାବେଳେ ସେ ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇ ଦେଇଛନ୍ତି । ପାକିସ୍ତାନ ବିପକ୍ଷରେ ସ୍ମିଥଙ୍କ ସେତେଟା ଭଲ ପ୍ରଦର୍ଶନ ନଥିବାବେଳେ ସେ ତାଲିକା ସୂଚୀରେ ସଂଖ୍ୟା ଦୃଷ୍ଟିରୁ ବିରାଟଙ୍କ ଠାରୁ ଟିକେ ପଛରେ ପଡିଯାଇଛନ୍ତି । ସେ ୯୨୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ମୟଙ୍କ ଟପ-୧୦ରୁ ବାହାରି ୧୨ତମ ସ୍ଥାନକୁ ଖସି ଆସିଥିବାବେଳେ ବର୍ତ୍ତମାନ ଟପ-୧୦ରେ ଭାରତର ତିନୋଟି ଖେଳାଳୀ ମହଜୁଦ ରହିଛନ୍ତି । ସେମାନେ ହେଲେ ବିରାଟ, ପୂଜାରା ଏବଂ ରାହାଣେ ।
ସେହିଭଳି ବ୍ୟାଟ୍ସମ୍ୟାନଙ୍କୁ ଛାଡି ଦେଲେ ବୋଲରଂଙ୍କ କ୍ଷେତ୍ରରେ ଅଷ୍ଟ୍ରେଲିଆ ଦଳର ଦ୍ରୁତ ବୋଲର ଫ୍ୟାଟ କମିଙ୍ଗସ ନିଜ ଶ୍ରେଷ୍ଠ ସ୍ଥାନ ବଜାୟୀ ରଖିଥିବାବେଳେ ସେ ୯୦୦ ପଏଣ୍ଟ ସହ ଟେଷ୍ଟ ବୋଲରଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହା ପରେ ଦ୍ୱିତୀୟ ସ୍ଥାନରେ ରାବଡା, ଜେଶନ ହୋଲଡର, ନୀଲ ୱିଙ୍ଗର ଏବଂ ଜଶପ୍ରୀତ ବୁମରା ଶ୍ରେଷ୍ଠ ପଞ୍ଚମରେ ରହିଛନ୍ତି ।


Share It

Comments are closed.