ଏହି ଦେଶର ଲୋକେ କରିଥାନ୍ତି ସବୁଠାରୁ ଅଧିକ ଅନଲାଇନ ସପିଙ୍ଗ୍, ଜାଣନ୍ତୁ ଭାରତର ସ୍ଥାନ କ’ଣ


ଅନଲାଇନ ସପିଙ୍ଗ୍କୁ ପ୍ରୋତ୍ସାହିତ କରୁଥିବା କୌଣସି ଦେଶ ଡ଼ିଜିଟାଲ ଅର୍ଥବ୍ୟବସ୍ଥାର  ପ୍ରସ୍ତୁତିରେ ଆଗରେ ଥାଏ । ବାଣିଜ୍ୟ ଓ ବିକାଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀର କାରବାର-ରୁ-ଉପଭୋକ୍ତା (ବିଟୁସି) ଇ-ବାଣିଜ୍ୟ ସୂଚକାଙ୍କ ୨୦୧୯ରେ ୧୫୨ଟି ଦେଶର ପ୍ରଦର୍ଶନ ଆଧାରରେ ର‌୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଇଉରୋପିଆନ ଦେଶର ଲୋକ ମାନେ ଅନ୍ୟ ମହାଦେଶ ମାନଙ୍କଠୁ ଆଗରେ ଅଛନ୍ତି । ଏହି ତାଲିକାରେ ନେଦରଲ୍ୟାଣ୍ଡ ପ୍ରଥମ ସ୍ଥାନରେ  ଥିବା ବେଳେ ସୁଇଜରଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଅର୍ଥାତ୍ ନେଦର୍ଲ୍ୟାଣ୍ଡର ଲୋକେ ସବୁଠାରୁ ଅଧିକ ଅନଲାଇନ ସପିଙ୍ଗ୍ କରିଥାନ୍ତି ।
ଏହି ତାଲିକାରେ ଶୀର୍ଷ ୧୦ଟି ସ୍ଥାନ ମଧ୍ୟରୁ ୮ଟିରେ ୟୁରୋପୀୟ ଦେଶ ରହିଛନ୍ତି । ଶୀର୍ଷ ୧୦ଟିରେ ୟୁରୋପୀୟ ସହର ବ୍ୟତୀତ ସିଙ୍ଗାପୁର ୩ୟରେ ଓ ଅଷ୍ଟ୍ରେଲିଆ ୧୦ମ ସ୍ଥାନରେ ରହିଛି । ଭାରତ ଏହି ତାଲିକାରେ ୭୩ତମ ସ୍ଥାନରେ ରହିଛି । ତେବେ ଭାରତ ୨୦୧୮ରେ ଏହି ତାଲିକାରେ ୮୦ତମ ସ୍ଥାନରେ ଥିବା ବେଳେ, ଏହାର ପୂର୍ବ ବର୍ଷ ଅର୍ଥାତ ୨୦୧୭ରେ ୮୩ତମ ସ୍ଥାନରେ ଥିଲା । ଭାରତଠାରୁ ଉନ୍ନତ ପ୍ରଦର୍ଶନ କରିଥିବା ଦେଶଗୁଡିକ ମଧ୍ୟରେ ଇରାନ୍ ୪୨ତମ, କଜାଖସ୍ତାନ ୫୭ତମ, ଅଜରବୈଜାନ ୬୨ତମ, ଭିଏତନାମ ୬୪ତମ ଓ ଟ୍ୟୁନିସିଆ ୭୦ତମ ସ୍ଥାନରେ ରହିଛି । ତାଲିକାରେ ସ୍ୱିଜରଲ୍ୟାଣ୍ଡ ୨ୟରେ ରହିଥିବା ବେଳେ ଏହାପରେ ସିଙ୍ଗାପୁର, ଫିନଲାଣ୍ଡ, ବ୍ରିଟେନ,ଡେନମାର୍କ, ନର୍ୱେ, ଆୟର୍ଲ୍ୟାଣ୍ଡ, ଜର୍ମାନୀ ଓ ଅଷ୍ଟ୍ରେଲିଆର ସ୍ଥାନ ରହିଛି ।

Share It

Comments are closed.