ସିରିଡି ସାଇବାବାଙ୍କ ମନ୍ଦିରକୁ ୨୦୧୯ରେ ମିଳିଛି ୨୮୭ କୋଟି ଟଙ୍କା


ଶ୍ରୀ ସାଇ ବାବା ମନ୍ଦିରର ପରିଚାଳନା କରୁଥିବା ଟ୍ରଷ୍ଟ ଏସ୍ଏସ୍ଏସଟି, ସିରିଡିକୁ ୨୦୧୯ରେ ଦାନ ଆକାରରେ ୨୮୭ କୋଟି ଟଙ୍କା ମିଳିଛି । ଏସଏସଏସଟିର ସିଇଓ ଦୀପକ ମୁକଲିକରଙ୍କ ସୂଚନା ମୁତାବକ, ଗତବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ବିଭିନ୍ନ ମୁଦ୍ରା ଆକାରରେ ମିଳିଥିବା ଦାନ ପରିମାଣ ପ୍ରାୟ ୨୮୭ କୋଟି ଟଙ୍କା ରହିଛି । ଏହାମଧ୍ୟରୁ ପ୍ରାୟ ୨୧୭ କୋଟି ଟଙ୍କା ନଗଦ ଆକାରରେ ମିଳିଛି । ସେହିପରି ୭୦ କୋଟି ଟଙ୍କା (ମୋଟ ଦାନର ୩୩%) ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ମନି-ଅର୍ଡର, କ୍ରେଡିଟ୍-ଡେବିଟ୍ କାର୍ଡ, ଅନଲାଇନ୍ ଟ୍ରାନ୍ସଫର, ବିଦେଶୀ ମୁଦ୍ରା ଅଦେି ମାଧ୍ୟମରେ ମିଳିଛି । ଏହି ଦାନ ମଧ୍ୟରେ ସୁନା ଅଳଙ୍କାର, ସ୍ୱର୍ଣ୍ଣ ମୁଦ୍ରା ଓ ପ୍ରାୟ ୧୭ କିଲୋଗ୍ରାମର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସାମିଲ ରହିଛି । ଏହାବ୍ୟତୀତ ୩୯୧ କିଲୋଗ୍ରାମର ଚାନ୍ଦି ଦାନ ଆକାରରେ ମିଳିଛି ।
କ୍ୟାସ୍ କାଉଂଟରରୁ ୬୦.୮୪ କୋଟି ଟଙ୍କା ଓ ସଂଗ୍ରହ ପେଟିରୁ ୧୫୬.୪୯ କୋଟି ଟଙ୍କା ଦାନ ମାଧ୍ୟମରେ ମିିଥିବା ବେଳେ ବିଦେଶୀ ମୁଦ୍ରା ଆକାରରେ ମୋଟ ୧୦.୫୮ କୋଟି ଟଙ୍କା ମିଳିଛି । ସେହିପରି ୨୩.୩୫ କୋଟି ଟଙ୍କା ଚେକ୍ ମାଧ୍ୟମରେ, ୨.୧୭ କୋଟି ଟଙ୍କା ମନି ଅର୍ଡର, ୧୭.୫୯ କୋଟି ଟଙ୍କା କ୍ରେଡିଟ୍/ଡେବିଟ୍ କାର୍ଡ ଓ ୧୬.୦୨ କୋଟି ଟଙ୍କା ଅନଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ମିଳିଛି ।


Share It

Comments are closed.