ରୋଷେଇ ସମୟରେ ବାସ୍ତୁର ଏହି ସବୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ଘରେ ସମୃଦ୍ଧି ଆସିବ


ଅନ୍ନ ଆମ ଜୀବନ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଅନ୍ନକୁ ରାନ୍ଧିବା ତଥା ତାହାକୁ ରଖିବାର ସ୍ଥାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏହା ସିଧାସଳଖ ଆମ ସ୍ୱାସ୍ଥ୍ୟ ସହ ଜଡିତ ରହିଛି । ବାସ୍ତୁ ଶାସ୍ତ୍ରରେ ଅନ୍ନ ଓ ରୋଷେଇଘରକୁ ନେଇ ଅନେକ ଉପାୟ ଉଲ୍ଲେଖ ରହିଛି; ଯାହାକୁ ଆପଣାଇ ଆପଣ ଏକ ସୁସ୍ଥ ଜୀବନ ସହ ସମୃଦ୍ଧି ପାଇପାରିବେ ।

ଉଭୟ ବାସ୍ତୁ ଓ ବିଜ୍ଞାନ ଅନୁଯାୟୀ, ଭୋଜନ କରିବା ପୂର୍ବରୁ ହାତ, ଗୋଡ ଓ ମୁହଁ ଭଲ ଭାବେ ଧୋଇବା ଉଚିତ । ରୋଷେଇ ଘରେ କେବେି ଆଇନା ଲଗାଇବା ଉଚିତ ନୁହେଁ ଏବଂ ରୋଷେଇ ଘରର କାନ୍ଥରେ ନୀଳ ରଙ୍ଗ ଦିଅନ୍ତୁ ନାହିଁ । ରୋଷେଇ ଘରକୁ ସବୁବେଳେ ସ୍ୱଚ୍ଛ ରଖନ୍ତୁ । ଏଭଳି କରିବା ଦ୍ୱାରା ଘରର ପରିବେଶ ସୁସ୍ଥ ରହିବା ସହ ଘରେ ଲକ୍ଷ୍ମୀ ବାସ କରିଥାନ୍ତି । ଇଚ୍ଛା ନଥାଇ ରୋଷେଇ କରିବା ଦ୍ୱାରା ତାହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ରୋଷେଇ କରୁଥିବା ବ୍ୟକ୍ତି ସବୁବେଳେ ସ୍ନାନ କରି ରୋଷେଇ କରିବା ଉଚିତ ଏବଂ ରୋଷେଇ ସମୟରେ ମନ ଶାନ୍ତ ରଖି ପରିବାରର ସୁସ୍ଥତା ଉପରେ ଧ୍ୟାନ ଦେବା ଉଚିତ ।

ଭୋଜନ କରିବା ପୂର୍ବରୁ ଅନ୍ନ ଦେବତା ଓ ଅନ୍ନପୂର୍ଣ୍ଣା ମାତାଙ୍କୁ ସ୍ମରଣ କରି ତାଙ୍କୁ ଧନ୍ୟବାଦ ଦିଅନ୍ତୁ । ଭୋଜନର କେବେ ବି ତିରସ୍କାର କରନ୍ତୁ ନାହିଁ । ସେହିପରି ବିଝଣାରେ ବସି ଖାଦ୍ୟ ଖାଆନ୍ତୁ ନାହିଁ । ଘରର ରୋଷେଇଶାଳାରେ କେବେ ବି ଅଦରକାରୀ ସାମଗ୍ରୀ ରଖନ୍ତୁ ନାହିଁ । ରୋଷେଇ ଘରର ଡବା ଖାଲି ରଖନ୍ତୁ ନାହିଁ । ରୋଷେଇ କରିବା ସମୟରେ ଯେପରି ଆପଣଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଘରର ମୁଖ୍ୟଦ୍ୱାରା ସମୂଖରେ ରୋଷେଇ ଘର ବନାନ୍ତୁ ନାହିଁ ।

ଘରର ଖାଦ୍ୟରୁ ଗାଈ, କୁକୁର, ପିମ୍ପୁଡି ଓ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ପ୍ରତିଦିନ ପକ୍ଷୀମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ପିତୃପୁରୁଷ ତୃପ୍ତ ହୋଇଥାନ୍ତି । ସେହିପରି ପିମ୍ପୁଡିକୁ ଖାଦ୍ୟ ଦେବା ଦ୍ୱାରା ଆପଣଙ୍କୁ ଋଣରୁ ମୁକ୍ତି ମିଳିଥାଏ । କୁକୁରକୁ ଦୈନିକ ରୁଟି ଖୁଆଇବା ଦ୍ୱାରା ସଙ୍କଟ ଦୂର ହୋଇଥାଏ ଏବଂ ଗାଈକୁ ପ୍ରତିଦିନ ରୁଟି ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ।


Share It

Comments are closed.