ରୁପେ କାର୍ଡରେ ଟ୍ରାଞ୍ଜାକ୍ସନ ଉପରେ ମିଳିବ ୧୬୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍


ଯଦି ଆପଣ ରୁପେ କାର୍ଡର ବ୍ୟବହାର କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ଖବର । ରୁପେ କାର୍ଡ ପକ୍ଷରୁ ଏହାର ଅନ୍ତର୍ଜାତୀୟ କାର୍ଡଧାରକମାନଙ୍କୁ ୪୦% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେବାକୁ ଘୋଷଣା କରାଯାଇଛି । ନ୍ୟାସନାଲ ପେମେଂଟ୍ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଜାରି ବୟାନ ଅନୁସାରେ, ୟୁଏଇ, ସିଙ୍ଗାପୁର, ଶ୍ରୀଲଙ୍କା, ବ୍ରିଟେନ, ଆମେରିକା, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ ଓ ଥାଇଲ୍ୟାଣ୍ଡ ଆଦି ଦେଶକୁ ଗସ୍ତ କରୁଥିବା ଭାରତୀୟ ଏହି ଅଫର୍ର ଲାଭ ଉଠାଇପାରିବେ । ଅର୍ଥାତ୍ କିଛି ନିର୍ଦ୍ଦିଷ୍ଟ ଦେଶଗୁଡିକରେ ହିଁ ଏହି ଅଫର୍୍ର ମିଳିପାରିବ । ଏହି ଦେଶଗୁଡିକରେ ରୁପେ ଇଂଟରନ୍ୟାସନାଲ କାର୍ଡକୁ ଆକ୍ଟିଭ୍ କରାଇଲେ ମାସିକ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ ।
ଏହି କ୍ୟାସବ୍ୟାକର ଲାଭ ପାଇବା ପାଇଁ ଉପଭୋକ୍ତାଙ୍କୁ ସର୍ବନିମ୍ନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିବାକୁ ହେବ । ଗୋଟିଏ ଟ୍ରାଞ୍ଜାକ୍ସନ ଉପରେ ସର୍ବାଧିକ ୪୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ଗ୍ରାହକ ଗୋଟିଏ ମାସରେ ୪ ଥର ରୁପେ ଇଂଟରନ୍ୟାସନାଲ କାର୍ଡର ବ୍ୟବହାର କରି ଏହି ଲାଭ ପାଇପାରିବେ । ସେମାନଙ୍କ ପାଖରେ ଗୋଟିଏ ମାସରେ ୧୬୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବାର ସୁଯୋଗ ରହିବ ।


Share It

Comments are closed.