ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇ ପାରନ୍ତି ଟେଲି ଅଭିନେତ୍ରୀ ‘ଶିଲ୍ପା ସିନ୍ଦେ’


ଟେଲି ଅଭିନେତ୍ରୀ ତଥା ବିଗ ବିସ ୧୧ର ବିଜେତା ‘ଶିଲ୍ପା ସିନ୍ଦେ’ ରାଜନିତୀରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ ସେ ଖୁବ ଶୀଘ୍ର କଂଗ୍ରେସ ଯୋଗ ଦେଇ ପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଶିଲ୍ପା ଏହି ସଂପର୍କରେ କିଛି ବି କହି ନଥିବାବେଳେ ମିଳିଥିବା ସୂଚନା ମୁତବାକ ସେ ଆଜି କଂଗ୍ରେସରେ ଯୋଗ ଦେଇପାରନ୍ତି ।
ସେ ୧୯୯୯ରେ ଟେଲି ଜଗତରେ ପାଦ ଥାପିଥିଲେ । ସେ ଲୋକପ୍ରିୟ ସିରିଏଲ “ଭାବି ଜି ଘର ପର ହେଁ”ରେ ‘ଅଙ୍ଗୁର ଭାବି’ଙ୍କ ଭୂମିକାରେ ନଜର ଆସୁ ଥିଲେ । ସେ ୨୦୧୭ରେ ଲୋକପ୍ରିୟ ରିଆଲିଟି ସୋ ବିଗ ବସ ୧୧ରେ ଭାଗ ନେଇଥିଲେ ଏବଂ ୨୦୧୮, ୧୪ ଜାନୁଆରୀରେ ଏହାର ବିଜେତା ଘୋଷିତ ହୋଇଥିଲେ ।
ତାଙ୍କର ଜନ୍ମ ୧୯୭୭ ମସିହା ୨୮ ଅଗଷ୍ଟରେ ମହାରାଷ୍ଟ୍ରର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ତାଙ୍କର ପିତା ଡଃ.ସତ୍ୟଦେବ ସିନ୍ଦେ ହାଇକୋର୍ଟରେ ଜଜ ଥିଲେ ।


Share It

Comments are closed.