ଭାରତରେ ନୋକିଆ ୮.୧ର ଶୁଭାରମ୍ଭ


ନୋକିଆ ଫୋନର ଘର ଏଚଏମଡି ଗ୍ଲୋବାଲ ପକ୍ଷରୁ ନୂତନ କନଫିଗ୍ୟୁରେସନ ସହିତ ନୂତନ ଭାରିଆଣ୍ଟର ନୋକିଆ ୮.୧ର ଶୁଭାରମ୍ଭ କରାଯାଇଛି ଯାହା ମଧ୍ୟରେ ୬ଜିବି ରାମ ଏବଂ ୧୨୮ ଜିବି ରୋମ ରହିଛି । ଏହି ଫ୍ଲାଗସିପ ବାସ୍ତବ ଡିସପ୍ଲେ ସହିତ ଅତ୍ୟନ୍ତ ଶକ୍ତିଶାଳୀ ଅବତାରରେ ଅତିରିକ୍ତ ପ୍ରଦର୍ଶନ ଏବଂ ଷ୍ଟୋରେଜ ସହିତ ପ୍ରସ୍ତୁ. ଯାହା ଟ.୨୯,୯୯୯ର ଶ୍ରେଷ୍ଠ ମୂଲ୍ୟରେ ଭାରତର ଗ୍ରାହକମାନଙ୍କ ପାଇଁ ଅତ୍ୟାଧୁନିକଭାବେ ୬ ଫେବୃୟାରୀ ୨୦୧୯ରୁ ନୋକିଆ.କମ/ ଫୋନ, ଆମାଜନ.ଇନ ଏବଂ ଅଗ୍ରଣୀ ମୋବାଇଲ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନ ମଧ୍ୟ ନୋକିଆ.କମ ଇନରେ ପ୍ରି ବୁକିଙ୍ଗ ଏବଂ ଆମାଜନ.ଇନରେ ୧ ଫେବୃଆରୀରୁ ନୋଟିଫାଏ ମିର ଅ୍ରାରମ୍ଭ ହେବ ।
ଏହି ପରିପ୍ରେକ୍ଷୀରେ ଏଚଏମଡି ଗ୍ଲୋବାଲର ଉପସଭାପତି ଏବଂ ଦେଶ ମୁଖ୍ୟ ଅଜୟ ମେହେତା କହିଛନ୍ତି ଯେ, “ଭାରତରେ ନୋକିଆ ୮.୧ ଆମ୍ଭମାନଙ୍କର ପ୍ରଶଂସକମାନଙ୍କ ଠାରୁ ଖୁବ ଭଲପାଇବା ପାଇଛି । ଏହା ସୁନ୍ଦରଭାବେ ପ୍ରସ୍ତୁତ ହୋଇଥିବା ମୂଲ୍ୟବାନ ଫ୍ଲାଗସିପ ସ୍ମାର୍ଟଫୋନ ଯାହାମଧ୍ୟରେ ଶ୍ରେଷ୍ଠ ମୂଲ୍ୟରେ ଶ୍ରେଷ୍ଠ ଇଞ୍ଜିନିୟରିଂ ରହିଥିବା, ନୋକିଆ ୮.୧ ଉଦ୍ୟୋଗର ଶ୍ରେଷ୍ଠ ସେନସର, ଡୁଆଲ କ୍ୟାମେରା, ଓଆଇଏସ ଏବଂ ଜେସିସ ଅପ୍ଟିକ୍ସ ସହିତ ପ୍ର୍ଥମ-ଶ୍ରେଣୀର ପ୍ରୋସେସର ଆର୍କିଟେକଚର ଏବଂ ପିଓର ଡିସପ୍ଲେ ଏଚଡିଆର ସ୍କ୍ରିନ ପ୍ରଯୁକ୍ତିବିଦ୍ୟା ରହିଛି । ସମ୍ପ୍ରତି ୬ଜିବି ୧୨୮ ଜିବି କନଫିଗ୍ୟୁରେସନ ସହିତ ନୋକିଆ ୮.୧ ଅଧିକ ତଥା ତୀବ୍ରଭାବେ କାମ କରିବ । ଆମ୍ଭେମାନେ ଏହି ନୂତନ ଅବତାରକୁ ଭାରତର ପାୱାର ବ୍ୟବହାରକାରୀଙ୍କୁ ପ୍ରଦାନ କରୁଥିବାରୁ ଉତ୍ସାହିତ, ଯେଉଁମାନେ କି ସେମାନଙ୍କ ଫୋନ ମାଧ୍ୟମରେ ବିଭିନ୍ନ ଅନୁଭୂତି ତଥା ଗେମ ଖେଳିବା, ଫଟୋ ଏବଂ ଭିଡିଓ ସଂଗ୍ରହ କରିବା କିମ୍ବା ବିଭିନ୍ନ ହେଭି ଡ୍ୟୁଟି ଆପକୁ ବ୍ୟାକଗ୍ରାଉଣ୍ଡରେ ତୀବ୍ରଭାବେ ଚଲାଇଥାନ୍ତି ।”


Share It

Comments are closed.