ପୁଣିଥରେ ବିବାହ କରିବେ ରଜନୀକାନ୍ତଙ୍କ ଝିଅ ‘ସୌନ୍ଦର୍ୟା’


ସୁପରଷ୍ଟାର ରଜନୀକାନ୍ତଙ୍କ ବଡ ଝିଅ ସୌନ୍ଦର୍ୟା ଖୁବ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସୌନ୍ଦର୍ୟାଙ୍କ ଦ୍ୱିତୀୟ ବିବାହକୁ ନେଇ ଅନେକ ଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଶେଷରେ ଫେବୃଆରୀ ୧୧ରେ ତାଙ୍କ ବିବାହ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ସେ ବିଶିଷ୍ଟ ବ୍ୟବସାୟୀ ତଥା ଅଭିନେତା ‘ଭିଷାଗନ ଭାନାଙ୍ଗାମୁଡି’ଙ୍କୁ ବିବାହ କରିବାକୁ ଯାଉଛନ୍ତି ।
ସୌନ୍ଦର୍ୟା ତାଙ୍କ ଦ୍ୱିତୀୟ ବିବାହର ସୂଚନା ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ସୌନ୍ଦର୍ୟା ଟ୍ୱିଟରରେ ନିଜ ବିବାହ ସଂପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, #OneWeekToGo #BrideMode #Blessed #VedVishaganSoundarya । ତାଙ୍କର ଏହି ସୂଚନାରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ସେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ।

ମିଳିଥିବା ସୂଚନା ମୁତାବକ ୧୦ ଫେବୃଆରୀରେ ସୌନ୍ଦର୍ୟାଙ୍କ ବିବାହ ରୀତିନିତି ଆରମ୍ଭ ହେବ ଏବଂ ୧୧ ଫେବୃଆରୀରେ ତାଙ୍କ ବିବାହ ସମ୍ପନ୍ନ ହେବ ।
ପ୍ରକାଶ ଥାଉକି ସୌନ୍ଦର୍ୟା ପୂର୍ବରୁ ବ୍ୟବସାୟୀ ଅଶ୍ୱିନୀ କୁମାରଙ୍କୁ ବିବାହ କରିଥିଲେ । ୮ ବର୍ଷ ଏକାଠି ରହିବା ପରେ ୨୦୧୬ରେ ସେମାନେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଥିଲେ । ସୌନ୍ଦର୍ୟାଙ୍କ ଗୋଟିଏ ଝିଅ ମଧ୍ୟ ଅଛି ଯାହାଙ୍କ ନାମ ହେଉଛି ‘ବେଦ କୃଷ୍ଣା’ ।
ସୌନ୍ଦର୍ୟା ପ୍ରଥମେ ଗ୍ରାଫିକ୍ସ ଡିଜାଇନର ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ‘ବାବା’, ‘ମଜା’, ‘ସନ୍ଦକୋଇ’ ଏବଂ ‘ଶିବାଜୀ’ ଭଳି ଅନେକ ଫିଲ୍ମରେ କାମ କରି ସାରିଛନ୍ତି ।ତାଙ୍କର ଭାବି ସ୍ୱାମୀ ଭିଷାଗନ ୨୦୧୮ରେ ଏକ ତାମିଲି ଫିଲ୍ମରେ ନଜର ଆସିଥିଲେ ।


Share It

Comments are closed.