ମଥାରେ ତିଲକ ଲଗାଇବାର କ’ଣ ରହିଛି ମହତ୍ତ୍ୱ, ଜାଣନ୍ତୁ


ମଥାରେ ତିଲକ ଧାର୍ମିକ ବିଶ୍ୱାସର ପ୍ରତିଫଳନ । ଏହାର ରଙ୍ଗ ଏବଂ ପ୍ରକାର ଜାତି ଧର୍ମର ଭିନ୍ନତାକୁ ଦର୍ଶାଇଥାଏ । ପୂର୍ବରୁ ଚାରିଗୋଟି ଭିନ୍ନ ଜାତିର ବ୍ୟକ୍ତିମାନେ ଭିନ୍ନ ପ୍ରକାରର ଏବଂ ଭିନ୍ନ ରଙ୍ଗର ତିଲକ ଲଗାଉଥିଲେ । ଚାରୋଟି ଧର୍ମ ତଥା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ର ବିଭିନ୍ନ ପ୍ରକାରର ତିଲକ ବ୍ୟବହାର କରନ୍ତି । ବ୍ରାହ୍ମଣମାନେ ପୂଜାପାଠ କରୁଥିବାରୁ ଧଳା ଚନ୍ଦନ ତିଲକର ବ୍ୟବହାର କରନ୍ତି । ସେହିପରି କ୍ଷତ୍ରୀୟମାନେ ବୀରତା ପ୍ରଦର୍ଶନ ପାଇଁ ନାଲି କୁମକୁମ ତିଲକ, ବୈଶ୍ୟମାନେ ବ୍ୟବସାୟ କରୁଥିବାରୁ ହଳଦିଆ ତିଲକ ଚିହ୍ନ ଏବଂ ଶୂଦ୍ରମାନେ କଳା ଭସ୍ମ, ଚାରକୋଲ ତିଲକର ବ୍ୟବହାର କରନ୍ତି । ଭଗବାନ ବିଷ୍ଣୁଙ୍କୁ ଆରାଧାନା କରୁଥିବା ଭକ୍ତମାନେ ‘ୟୁ’ ଆକାରର ଚନ୍ଦନ ତିଲକ, ଶୈବ ଭକ୍ତମାନେ ‘ଗୋଲ’ ତିଲକ ଏବଂ ଦେବୀ ଭକ୍ତମାନେ ମଧ୍ୟ ଗୋଲ ତିଲକ ଲଗାଇଥାନ୍ତି । ଏହି ତିଲକ ଲଗାଇବାର ଧାର୍ମିକ ବିଶ୍ୱାସ ରହିଲେ ମଧ୍ୟ ଏହାର ବହୁ ବୈଜ୍ଞାନିକ ବିଶ୍ୱାସ ରହିଛି । ଆସନ୍ତୁ ଜାଣିବା ବୈଜ୍ଞାନିକ ବିଶ୍ୱାସ ସମ୍ପର୍କରେ . .

୧. ଯୋଗରେ ସ୍ୱତନ୍ତ୍ରତା –  ଯୋଗ ଅନୁଯାୟୀ ସିନ୍ଦୁର କିମ୍ବା ତିଲକ ଲଗାଉଥିବା ସ୍ଥାନକୁ ଆଜ୍ଞା ଚକ୍ର କୁହାଯାଏ । ଏହା ଶରାରର ଷଷ୍ଠ ଏବଂ ଖୁବ ଶକ୍ତିଶାଳୀ ଚକ୍ର । ଏହି ଚକ୍ର ମେଡିକେସନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏହା ମନରେ ଏକାଗ୍ରତା ସୃଷ୍ଟି କରିଥାଏ । ଭଗବାନ ଶିବଙ୍କ ତୃତୀୟ ନୟନ ଏହି ଠାରେ ଅବସ୍ଥିତ ଏବଂ ଏହା ବିଶ୍ୱାସ କରାଯାଏ କି ଏହା ଜ୍ଞାନ, ବୁଦ୍ଧି ଏବଂ ଏକାଗ୍ରତାର କେନ୍ଦ୍ର ବିନ୍ଦୁ ।
୨. ଆକ୍ୟୁପ୍ରେସରରେ ସାହାଯ୍ୟକାରୀ –
ଦୁଇ ଆଖିର ମଝି ତଥା ଦୁଇ ଆଇବ୍ରୋରର ମଝିରେ ତିଲକ ଲଗାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ବହୁ ସୁଫଳ ମିଳିଥାଏ । ସିନ୍ଦୁର କିମ୍ବା ତିଲକ ଲଗାଇବା ସମୟରେ ଏହି ସ୍ଥାନରେ ଧିରେ ଧିରେ ଚାପ ପଡିଥାଏ ଯାହା ଶରୀରରେ ଆକ୍ୟୁପ୍ରେସର ପରି କାମ କରିଥାଏ । ଏହା ବିଭିନ୍ନ ପ୍ରକାର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ।
୩. ମୁଣ୍ଡ ବିନ୍ଧାରୁ ମୁକ୍ତି –
ଆକ୍ୟୁପ୍ରେସ ଅନୁଯାୟୀ ଏହି ସ୍ଥାନରେ ମୁଣ୍ଡ ବିନ୍ଧା ସମୟରେ ସିନ୍ଦୁର କିମ୍ବା ତିଲକ ଲଗାଇବା ଦ୍ୱାରା ତୁରନ୍ତ କିଛି ପରିମାଣର ସୁଫଳ ମିଳିଥାଏ । ଏଠାରେ ଥିବା ନର୍ଭ ଏବଂ ବ୍ଲଡ ଭେସେଲ ଟିକେ ମସାଜ କରିବା ଦ୍ୱାରା ରକ୍ତ ସଂଚାଳନ ହୋଇ ମୁଣ୍ଡ ବିନ୍ଧା ଏବଂ ସାଇନସରୁ ମୁକ୍ତି ପ୍ରଦାନ କରିଥାଏ । ତେଣୁ ପ୍ରତିଦିନ ସିନ୍ଦୁର ଏବଂ ତିଲକ ଲଗାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଖୁବ କମ ଦେଖାଯାଇଥାଏ ।
୪. ଆଖିର ସ୍ୱାସ୍ଥ୍ୟରେ ଉନ୍ନତି –
ଏହି ସ୍ଥାନ ଦେଇକି ସ୍ପେକ୍ଟ୍ରାଟ୍ରକିଲାର ନର୍ଭ ଗତି କରୁଛି । ଏହି ନର୍ଭ ଆଖିର ସୁସ୍ଥତାକୁ ସଠିକ ରଖିଥାଏ । ଏହା ଆଖି ଚତୁପାଶ୍ୱର୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ତିଲକ ଲଗାଇବା ସମୟରେ ଏହି ଚକ୍ର ଉପରେ ପଡୁଥିବା ହାଲକା ଚାପ ଦୃଷ୍ଟି ଶକ୍ତି ବଜାୟ ରଖିଥାଏ ।
୫. ଡିପ୍ରେସନ କମ କରିଥାଏ –
ଏହି ସ୍ଥାନରେ ଟ୍ରାଇଜିମାଲ ନର୍ଭ ରହିଛି । ଏହି ନର୍ଭକୁ ପ୍ରତିଦିନ କିଛି ସମୟ ପାଇଁ ପ୍ରେସ କରିବା ଦ୍ୱାରା ଏହି ନର୍ଭ ମାନସିକ ଶାନ୍ତି ପ୍ରଦାନ କରିଥାଏ । ମେଡିକାଲ ସାଇନ୍ସରେ ଏହି ନର୍ଭକୁ ସକ୍ ପ୍ରଦାନ କରି ସଠିକ କରାଯାଇଥାଏ । ତେଣୁ ଏହି ସ୍ଥାନରେ ତିଲକ କିମ୍ବା ସିନ୍ଦୁର ଲଗାଇବା ଦ୍ୱାରା ଏହାର ଚାପରେ କିଛି ପରିମାଣର ସୁଫଳ ମିଳିବ ବୋଲି ବୈଜ୍ଞାନିକ ବିଶ୍ୱାସ ରହିଛି ।


Share It

Comments are closed.