ଆସସ୍ ପକ୍ଷରୁ ବିଶ୍ୱର ସବୁଠାରୁ ଛୋଟ ନୋଟବୁକର ଶୁଭାରମ୍ଭ


ଆସସ୍ ପକ୍ଷରୁ ଏହାର କମ୍ପ୍ୟାକ୍ଟ ଜେନବୁକ ସିରିଜର ଏହି ତିନୋଟି ନୂଆ ଅତ୍ୟାଧୁନିକ ଲାପଟପ୍, ଜେନବୁକ ୧୫(ୟୁଏକ୍ସ୫୩୩), ଜେନବୁକ ୧୪(ୟୁଏକ୍ସ୪୩୩) ଏବଂ ଜେନବୁକ ୧୩(ୟୁଏକ୍ସ୩୩୩)ର ଶୁଭାରମ୍ଭ କରାଯାଇଛି । ଯାହାକି ୧୩ ଇଞ୍ଚ୍, ୧୪ ଇଞ୍ଚ୍ ଏବଂ ୧୫ ଇଞ୍ଚ୍ ବିଶିଷ୍ଟ ହେବା ସହିତ ନିଜର ପତଳା, ହାଲୁକା ଓ ନମନୀୟ ଡିଜାଇନ ପାଇଁ ପ୍ରସିଦ୍ଧ ଅଟେ ।
ଏହି ଶୁଭାରମ୍ଭ ଅବସରରେ ପିସି ଏବଂ ଗେମିଙ୍ଗ ହେଡ, ଆରନୋଲ୍ଡ ସୁ କହିଛନ୍ତି ଯେ, “ଶେଷ ତିନି ଦଶନ୍ଧି ଧରି ଆସସ୍ ମୂଖ୍ୟତଃ ଅତ୍ୟାଧୁନିକ ଆବିଷ୍କାର ଏବଂ କମ୍ପ୍ୟୁଟିଙ୍ଗ ଅନୁଭୂତିକୁ ପରିପୂର୍ଣ୍ଣ କରି ବଜାରକୁ ଆଣିବା ପାଇଁ ଦୃଷ୍ଟିକେନ୍ଦ୍ରିତ କରିଛି । କମ୍ପାନୀ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି ନୂତନ ନୋଟବୁକ୍ ଗୁଡ଼ିକ ବୈଶିଷ୍ଟ୍ୟ ଏବଂ ଡ଼ିଜାଇନ୍ ଦୃଷ୍ଟିରୁ ସ୍ୱତନ୍ତ୍ର ହୋଇପାରିଛି । ଆଜି ଆମ୍ଭେମାନେ ବିଶ୍ୱର ସବୁଠାରୁ ଛୋଟ ଲାପଟପର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଉତ୍ସାହିତ । ”
ଜେନବୁକ ୧୫(ୟୁଏକ୍ସ୫୩୩)ର ବୈଶିଷ୍ଟ୍ୟ ଦୃଷ୍ଟି କୋଣରୁ ଏଥିରେ ୪ କେ ଡିସପ୍ଲେ ରହିବା ସହ ୧୫.୬ ଇଞ୍ଚର ସ୍କ୍ରିନ ମଧ୍ୟ ରହିଛି । ଜେନବୁକ ୧୫ରେ ଫିଜିକାଲ ନ୍ୟୁମେରିକ କିପ୍ୟାଡ ମଧ୍ୟ ରହିବା ସହ ଏହି ଅତ୍ୟାଧୁନିକ ଲାପଟଫକୁ ଥରେ ଚାର୍ଜ କରିବା ଦ୍ୱାରା ଏହା ୧୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଏବଂ ସବୁଠାରୁ ମୁଖ୍ୟ କଥା ହେଲା ଏଥିରେ ‘ନାଭିଡିଆ ଗେଫୋର୍ସ ଜିଟିଏକ୍ସ ୧୦୫୦ ’ ରହିଛି । ସେହିଭଳି ଜେନବୁକ ୧୪(ୟୁଏକ୍ସ୪୩୩)ରେ ୧୪ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଥିବାବେଳେ ଥରେ ଚାର୍ଜ କରିବା ଦ୍ୱାରା ୧୪ ଘଣ୍ଟାର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ । ଏହା ସହ ଏଥିରେ ଏକ ଫୁଲ ସାଇଜ ଏଲଇଡି-ଇଲୁମିନେଟେଡ ନ୍ୟୁମେରିକ କିପ୍ୟାଡ ଏବଂ ନମ୍ବର ପ୍ୟାଡ ରହିଛି, ଯାହାକି ଶୀଘ୍ର ଏବଂ ନିର୍ଭୁଲ ଡାଟା ଏଣ୍ଟ୍ରି ଏବଂ କାଲକୁଲେସନ କରିବାରେ ସହଯୋଗ କରିଥାଏ । ଏହା ସହ ଏଥିରେ ‘ନାଭିଡିଆ ଗେଫୋର୍ସ ଜିଟିଏକ୍ସ ୧୫୦ ’ ମଧ୍ୟ ରହିଛି । ଅନ୍ୟପଟେ ଜେନବୁକ ୧୩(ୟୁଏକ୍ସ୩୩୩)ର ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଏଥିରେ ୧୩ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ରହିଛି । ଏହି ଲାପଟପଟି ଏ୪ ପେପର ଠାରୁ ଆହୁରୀ ଛୋଟ ହୋଇଥିବାବେଳେ ଏହା ବ୍ୟବହାର କରିବା ଅତି ସରଳ । ଏହା ସହ ଏଥିରେ ‘ନାଭିଡିଆ ଗେଫୋର୍ସ ଏମଏକ୍ସ ୧୫୦ ’ ମଧ୍ୟ ରହିଛି ।


Share It

Comments are closed.