ପରୋକ୍ଷ ଭାବେ ନିଜ ଗଡ ସୁରକ୍ଷା କଲେ ଆର୍ଶୀବାଦ


ଅନେକ କଳ୍ପନା ଜଳ୍ପନାର ଅନ୍ତ ପରେ ଓସିଏର ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ପ୍ରଥମ କରି ନୂଆ ମୁହଁ ଦେଖିବାକୁ ମିଳିଥିଲା । ତେବେ ଓସିଏର ପୂର୍ବତ୍ତନ ସମ୍ପାଦକ ତଥା ଆର୍ଶୀବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କ ଗୋଷ୍ଠୀ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ପ୍ରଥମ କରି ନୂଆ ମୁହଁ ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ବିଜୟ ସହ ଓସିଏରେ ପୂର୍ବତ୍ତନ ସଂପାଦକ ଆର୍ଶୀବାଦ ବେହେରାଙ୍କ ରାଜୁତି ପୁଣି ଥରେ ଦେଖିବାକୁ ମିଳିଛି ।
ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଅସୁସ୍ଥ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଆର୍ଶୀବାଦ ଚଳିତ ଓସିଏ ନିର୍ବାଚନରେ ଖୁବ ଚତୁରତାର ସହ ଗୋଟି ଚାଳନା କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଚଳିତ ନିର୍ବାଚନରେ ମୋଟ ୭୦ଟି ଭୋଟ ଗ୍ରହଣ ହୋଇଥିବାବେଳେ ଏଥିରେ ସଭାପତି ନିର୍ବାଚନ ପାଇଁ ଖୁବ କଡା ଟକ୍କର ଦେଖିବାକୁ ମିଳିଥିବା ।
ସଭାପତି ପଦବୀ ପାଇଁ ପଙ୍କଜ ମହାନ୍ତି ଏବଂ ପ୍ରଦୀପ ଚୌହାନଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦୀ ଦେଖିବାକୁ ମିଳିଥିବାବେଳେ ପଙ୍କଜ ମାତ୍ର ୬ ଖଣ୍ଡ ଭୋଟ ବ୍ୟବଧାନରେ ଏହି ନିର୍ବାଚନରେ ବାଜିମାତ କରିଛନ୍ତି । ସେହିଭଳି ସଂପାଦକ ପଦବୀ ପାଇଁ ଆର୍ଶୀବାଦଙ୍କ ପୁଅ ସଞ୍ଜୟ ଏବଂ ନବ ନିରଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦୀ କରୁଥିବାବେଳେ ସଞ୍ଜୟ ତାଙ୍କ ବିରୋଧୀ ପ୍ରାର୍ଥୀ ନବ ନିରଞ୍ଜନ ପଟ୍ଟନାୟକଙ୍କୁ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।


Share It

Comments are closed.