ବ୍ରାଣ୍ଡ ଫ୍ୟାକ୍ଟରୀ ପକ୍ଷରୁ ବାଏ ୨ ଗେଟ ୩ ଅଫର


ଭୁବନେଶ୍ୱର: ବ୍ରାଣ୍ଡ ଫ୍ୟାକ୍ଟରୀ ପକ୍ଷରୁ ଚଳିତ ଦଶହରାରେ ବାଏ ୨ ଗେଟ ୩ ଅଫର ଘୋଷଣା କରାଯାଇଛି । ଏହି ଆକର୍ଷଣୀୟ ଅଫର ଚଳିତ ବର୍ଷ ୨୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଅଫର ମାଧ୍ୟମରେ ଗ୍ରାହକମାନେ ୨୦୦ରୁ ଅଧିକ ବ୍ରାଣ୍ଡ ଏପରିକି ଭେରୋ ମେଡାରୁ ଲି କୁପର, ପାର୍କ ଆଭେନ୍ୟୁ ରୁ ଲୁଇସ ଫିଲିପ, ଆଡିଡାସ ରୁ ପୁମା, ଭିଆଇପି ରୁ ସ୍କାଏ ବ୍ୟାଗ ଭଳି ଫ୍ୟାସନ ବ୍ରାଣ୍ଡରୁ ସପିଙ୍ଗ କରିବାର ସୁଯୋଗ ପାଇ ପାରିବେ । ଏହା ବ୍ୟତୀତ ଗ୍ରାହକମାନେ ପୁରୁଷ, ମହିଳା, କିଡ, ବ୍ୟାକପ୍ୟାକ, ଲଗେଜ, ସନଗ୍ଲାସ, ସ୍ପୋର୍ଟସ ସୁଜ, ଫର୍ମାଲ ସୁଜ ଏବଂ ଆହୁରି ଅନେକ ଉତ୍ପାଦ ଉପରେ ଏହି ଅଫର ପାଇପାରିବେ । ଏହି ଅଫର ସମ୍ପର୍କରେ ବ୍ରାଣ୍ଡ ଫ୍ୟାକ୍ଟରୀର ସିଇଓ, ଶ୍ରୀ ସୁରେଶ ସାଧୱାନୀ କହିଛନ୍ତି ଯେ, “ ଅନ୍ୟ ଜନିଷ ଗୁଡ଼ିକର ମୁଲ୍ୟ ବଢ଼ୁଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ବ୍ରାଣ୍ଡ ଫ୍ୟାକ୍ଟରୀର ଏହି ବାଏ ୨ ଗେଟ ୩ ଅଫର ସେମାନଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ସପିଙ୍ଗ ସମୟରେ ସଞ୍ଚୟ କରିବାର ଏକ ବଡ଼ ସୁଯୋଗ । ଆମେ ଆଶାୟୀ ଯେ ଏହି ଅଫର ଗ୍ରାହକ ମାନଙ୍କର ପାର୍ବଣ ପ୍ରସ୍ତୁତିକୁ ଆହୁରୀ ରୋମାଞ୍ଚକ ଏବଂ ଆନନ୍ଦମୟ କରିଦେବ । ଏଣୁ ଆମେ ଆମର ସମସ୍ତ ଗ୍ରାହକଙ୍କୁ ନିଜ ବଜେଟରେ ହିଁ ସପିଙ୍ଗକୁ ଉପଭୋଗ କରିବା ପାଇଁ ଆମ ଷ୍ଟୋରକୁ ଆମନ୍ତ୍ରିତ କରୁଛୁ ।”


Share It

Comments are closed.