ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରବେଶ କଲା ସାହାରା


ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ବ୍ୟବସାୟ ସାମ୍ରାଜ୍ୟ ସାହାରା ଇଣ୍ଡିଆ ପରିବାର ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରାବଶ କରିଛି । କଂପାନି ଏହାର ଅଟୋମୋବାଇଲ୍ ବ୍ରାଣ୍ଡ୍ ନାମ “ସାହାରା ଇଭଲସ’ ରଖିଛି । ଏହି ସଂସ୍ଥା ଭାରତରେ ଇଲେକ୍ଟ୍ରିକ୍ ଯାନ ଉନ୍ମୋଚନ କରିବା ସହିତ ଅନ୍ୟାନ୍ୟ ଆନୁଷଂଗିକ ସୁବିଧା ସୁଯୋଗ ଯୋଗାଇଦେବ । ସାହାରା ଇଭଲସ୍ ପକ୍ଷରୁ ଇଲେକ୍ଟ୍ରିକ୍ ସ୍କୁଟର, ମୋଟରସାଇକଲ୍, ତିନି ଚକିଆ ଓ ମାଲବାହୀ ଯାନ ବିକ୍ରି କରାଯିବ । ପ୍ରଥମ ଥର ପାଇଁ ଏହା ବ୍ୟାଟେରି ଚାର୍ଜିଂ ତଥା ସ୍ୱାପିଙ୍ଗ ଷ୍ଟେସନ୍କୁ ଉନ୍ମୋଚନ କରିଛି ।
ସାହାରା ଇଭଲସ୍ ଏହାର ଯାତ୍ରା ଲକ୍ଷେ୍ନøରୁ ଆରମ୍ଭ କରିବ ଏବଂ ପର୍ଯ୍ୟାୟକ୍ରମେ ଚଳିତ ଆର୍ଥିକ ବର୍ଷରେ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ପ୍ରବେଶ କରିବ । ଆସନ୍ତା ଆର୍ଥିକ ବର୍ଷରେ ଏହା ନିଜର ଉତ୍ପାଦ ଓ ସେବାକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିବ ।
ଏ ସଂପର୍କରେ ସାହାରା ଗ୍ରୁପର ମୁଖ୍ୟ ତଥା ସାହାରାଶ୍ରୀ ସୁବ୍ରତ ରାୟ କହିଛନ୍ତି ଯେ, “ଭାରତରେ ଇଲେକ୍ଟ୍ରିକ ଯାନର ଏକ ସମ୍ପୂର୍ଣ୍ଣ ପରିବେଶ ପ୍ରଥମ ଥର ପାଇଁ ଉପସ୍ଥାପନ କରିବାକୁ ଯାଉଥିବାରୁ ଆମେ ବହୁତ ଖୁସି । ନିରନ୍ତର ଏବଂ ପରିବେଶ ମିତବ୍ୟୟୀ ଯାତାୟାତ ମାଧ୍ୟମ ବର୍ତମାନ ସମୟର ଆହ୍ୱାନ ହୋଇଥିବା ବେଳେ ଆମ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଭଲ । ବାୟ ପ୍ରଦୂଷଣ ବିଶେଷ କରି ଯାନବାହନରେ ପୋଡ଼ୁଥିବା ଜୈବ ଇନ୍ଧନ ଯୋଗୁ ହେଉଥିବା ଅଙ୍ଗାରକ ନିର୍ଗମନ ହେଉଛି ଆଜିର ଦିନରେ ପୃଥ୍ୱିବୀରେ ଥିବା ଜୀବନ ପାଇଁ ସବୁଠୁ ବଡ଼ ବିପଦ । ଏହା ଏକ ସତ କଥା ଯେ ବାୟୁ ପ୍ରଦୂଷଣ ଆମକୁ ବ୍ୟକ୍ତିଗତ ସ୍ତରରେ ପ୍ରଭାବିତ କରୁଛି ଏବଂ ଏହାର ବହୁତ ଖରାପ ପ୍ରଭାବ ପଡ଼ୁଛି । ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ପ୍ରତିଟି ଆଠଟି ମୃତ୍ୟୁରୁ ଜଣଙ୍କ ବାୟୁ ପ୍ରଦୂଷଣରେ ମୃତ୍ୟୁ ହେଉଛି । ଏହା ବ୍ୟତୀତ ଅଶୋଧିତ ତୈଳ ଆମଦାନି ଯୋଗ ଅର୍ଥନୀତି ଉପରେ ତାହାର ପ୍ରଭାବ ପଡ଼ୁଛି । ଏହି ଅର୍ଥରାଶିକୁ ଆମର ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ବ୍ୟବହାର କରିପାରନ୍ତେ ।’’
ସାହାରାର ଇଲେକ୍ଟ୍ରିକ ଯାନରେ ଜିପିଏସ୍ ଭିତିକ ଲୋକେସନ ଟ୍ରାକିଂ, ଅନଲାଇନ୍ ପ୍ରଦର୍ଶନ ଅନୁଶୀଳନ ବ୍ୟବସ୍ଥା, ଲିଥିଅମ୍ ଆୟନ ବ୍ୟାଟେରି ଓ ମହିଳାଙ୍କ ସୁରକ୍ଷା ପାଇଁ ଶିଳ୍ପର ପ୍ରଥମ ଡିଷ୍ଟ୍ରେସ୍ ଆଲାର୍ମ ବଟନ ରହିବ । ଏହା ଉପରେ କିମି ପିଛା ୨୦ ପଇସା ଖର୍ଚ ହେବ । ଗାଡ଼ିକୁ ଥରେ ଚାର୍ଜ କଲେ ୫୫-୧୫୦ କିମି ଯାତ୍ରା କରିହେବ । କିଲେସ୍ ପୁସ୍ ଷ୍ଟାର୍ଟ ବଟନ, ମୋବାଇଲ୍ ଆପ୍ରେ ଅନଲାଇନ୍ ଲକିଂ ବ୍ୟବସ୍ଥା, ଉନ୍ନତ ବ୍ରେକିଂ ସିଷ୍ଟମ ଓ ୨୪ ଘଂଟିଆ ସଡ଼କ ପାଶ୍ୱର୍ ସହାୟତା ସୁବିଧା ମିଳିବ ।


Share It

Comments are closed.