କଂଗ୍ରେସ ଏବଂ ଏନସିପିକୁ ଲାଗିପାରେ ବଡ ଝଟକା, ବିଜେପିରେ ସାମିଲ ହୋଇପାରନ୍ତି ୨୫ ବିଧାୟକ


ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପିକୁ ଲାଗିପାରେ ବଡ ଝଟକା । ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଗିରିଶ ମହାଜନ ଦାବୀ କରିଛନ୍ତି ଯେ, ତାଙ୍କ ସହ କଂଗ୍ରେସ ଏବଂ ଏନସିପିର ୨୫ ଜଣ ବିଧାୟକ ଯୋଗାଯୋଗରେ ଅଛନ୍ତି । ଏବଂ ୧୭ ଜୁନରେ ଆରମ୍ଭ ହେବାକୁ ଥିବା ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ଏହି ବିଧାୟକମାନେ ବିଜେପିରେ ସାମିଲ ହୋଇପାରନ୍ତି । କେବଳ ଏତିକି ନୁହେଁ ୧୭ଜୁନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ମୁକ୍ତ ରାଜ୍ୟ ହେବ ବୋଲି ସେ ଦାବୀ ମଧ୍ୟ କରିଛନ୍ତି ।
ପ୍ରକାଶ ଥାଉକି ମହାରାଷ୍ଟ୍ରରେ ଚଳିତ ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ବିଧାନସଭା ନିର୍ବାଚନ ହେବାର ଅନେକ ସମ୍ଭାବନା ରହିଥିବାବେଳେ ସେଠାକାର ମୋଟ ଆସନ ସଂଖ୍ୟା ହେଉଛି ୨୮୮ । ବିଜେପି ମନ୍ତ୍ରୀ ଗିରିଶ ମହାଜନ ଏହା ଦାବୀ ମଧ୍ୟ କରିଛନ୍ତି ଯେ, ମହାରାଷ୍ଟ୍ରରେ ହେବାକୁ ଥିବା ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଏନସିପି ମିଶିକରି ମଧ୍ୟ ୫୦ଟି ଆସନ ହାତେଇ ପାରିବେ ନାହିଁ ।


Share It

Comments are closed.