ବର ପସନ୍ଦ ନଆସିବାରୁ ଆତ୍ମହତ୍ୟା କଲା ଯୁବତୀ


ଉତ୍ତରପ୍ରଦେଶର ସାହାଜାନପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ସେଠାରେ ଜଣେ ଯୁବତୀ ଦୈଡି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଆପଣ ଯୁବତୀ ଜଣଙ୍କର ଆତ୍ମହତ୍ୟାର କାରଣ ଜାଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣଙ୍କର ଏକ ବ୍ୟକ୍ତି ସହ ବିବାହ ଠିକ ହୋଇଥିଲା କିନ୍ତୁ ତାଙ୍କୁ ଉକ୍ତ ବ୍ୟକ୍ତି ପସନ୍ଦ ନ ଆସିବାରୁ ସେ ଦୈଡି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି ।
ଉକ୍ତ ଯୁବତୀଙ୍କର ଯେଉଁ ବ୍ୟକ୍ତି ସହ ବିବାହ ଠିକ ହୋଇଥିଲା ତାଙ୍କୁ ସେହି ବର ପସନ୍ଦ ନଥିଲା କିନ୍ତୁ ପରିବାର ଲୋକେ ତାଙ୍କୁ ଜୋର ଜବରଦସ୍ତ ବିବାହ କରିବାକୁ ଚାହୁଁଥିଲେ । ଯୁବତୀ ଜଣକ ଏହି ଘଟଣାକୁ ନେଇ ଶେଷରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲେ ।
ଯୁବତୀଙ୍କର ପରିବାର ଲୋକେ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନଥିବାବେଳେ ସୋମବାର ତାଙ୍କର ନିର୍ବନ୍ଧ ସରିଥିଲା । ଆତ୍ମହତ୍ୟା ପୂର୍ବରୁ ଉକ୍ତ ଝିଅ ଜଣକ ଏକ କାଗଜରେ ଆତ୍ମହତ୍ୟାର କାରଣ ସଂପର୍କରେ ଲିଖିତ ଭାବରେ ଜଣାଇଛନ୍ତି । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି ।


Share It

Comments are closed.