ଓଡ଼ିଶାରେ ୩.୧୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଲା ରିଲାଏନ୍ସ ଜିଓ


ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ତରଫରୁ ୨୦୧୮ ଡିସେମ୍ବର ମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ମୋବାଇଲ ଗ୍ରାହକ ସମ୍ପର୍କିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ରିଲାଏନ୍ସ ଜିଓ ଏକମାତ୍ର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଯାହା ନୂତନ ଗ୍ରାହକ ଯୋଗ କରିପାରିଛି । ଏହି ମାସରେ ଅନ୍ୟ ସମସ୍ତଙ୍କ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, ୨୦୧୮ ଡିସେମ୍ବରରେ ଜିଓ ୩.୧୩ ଲକ୍ଷ ନୂତନ ଗ୍ରାହକ ନିଜ ନେଟୱର୍କରେ ସାମିଲ କରିଥିବା ବେଳେ ଭୋଡାଫୋନ୍ ଆଇଡିଆ ୧.୭୭ ଲକ୍ଷ ଗ୍ରାହକ ହରାଇଛି ଏବଂ ଭାରତୀ ଏୟାରଟେଲ୍ ୪୧୪୦୬ ଗ୍ରାହକଙ୍କୁ ହରାଇଛି । ଭାରତୀ ଏୟାରଟେଲ୍ ସହ ମିଶ୍ରଣ ପ୍ରକ୍ରିୟାରେ ଥିବା ଟାଟା ଟେଲି ସର୍ଭିସେସର ଗ୍ରାହକ ସଂଖୃା ୩୬,୧୮୯ କମିଥିବା ବେଳେ ଆଲୋଚ୍ୟ ଡିସେମ୍ବରରେ ବିଏସ୍ଏନ୍ଏଲ୍ ୧୮,୧୩୩ ଜଣ ଗ୍ରାହକ ହରାଇଛି ।
ମାତ୍ର, ମୋଟ ଉପରେ ୨୦୧୮ ଡିସେମ୍ବରରେ ଓଡ଼ିଶାରେ ପ୍ରାୟ ୪୦ ହଜାର ନୂତନ ମୋବାଇଲ ଗ୍ରାହକ ଯୋଗ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩.୩୧ କୋଟିରୁ ଅଧିକ ହୋଇଯାଇଥିବା ରିପୋର୍ଟରୁ ଜଣାପଡିଛି । ଗ୍ରାହକ ବଜାର ଅଂଶ ଅନୁସାରେ ୨୦୧୮ ଡିସେମ୍ବରରେ ଭାରତୀ ଏୟାରଟେଲ୍ର ସାମାନ୍ୟ ହ୍ରାସ ଘଟି ୩୯.୬% ରହିଥିବା ବେଳେ ରିଲାଏନ୍ସ ଜିଓ ୨୪.୪% ସ୍ତରରେ ପହଂଚିଛି, ଭୋଡାଫୋନ୍ ଆଇଡିଆର ୧୭.୮%, ବିଏସଏନଏଲର ୧୬.୭% ଏବଂ ଟାଟା ଟେଲିର ୧.୬% ବଜାର ଅଂଶ ରହିଛି ।
ଏଠାରେ ଉଲ୍ଲେଖ େ ଯାଗ୍ୟ ଯେ, ସମ୍ପୂର୍ଣ୍ଣ ୨୦୧୮ ବର୍ଷରେ ଓଡ଼ିଶାରେ ନୂତନ ଗ୍ରାହକ ଯୋଡ଼ିବାରେ ଜିଓ ଅଗ୍ରଣୀ ସ୍ଥାନରେ ରହିଆସିଛି, ଫଳରେ ଏହାର ବଜାର ଅଂଶ ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୨୪.୪% ପହଂଚିଥିବା ବେଳେ ଗ୍ରାହକ ସଂଖ୍ୟା ୮୦ ଲକ୍ଷରୁ ଅଧିକ ହୋଇଛି । ବର୍ଷ ଆରମ୍ଭରେ କଂପାନିର ବଜାର ଅଂଶ ୧୨.୫% ଏବଂ ଗ୍ରାହକ ସଂଖ୍ୟା ୪୨ ଲକ୍ଷ ରହିଥିଲା ।
ଜାତୀୟ ସ୍ତରରେ ମଧ୍ୟ ନୂତନ ଗ୍ରାହକ ଯୋଗ କରିବାରେ ୨୦୧୮ ଡିସେମ୍ବରରେ ଜିଓ ଅନ୍ୟମାନଙ୍କ ଠାରୁ ଆଗରେ ରହିଛି । ଏହି ମାସରେ କଂପାନି ଦେଶରେ ୮୫.୬୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି । ଯେକୌଣସି ଟେଲିକମ୍ କଂପାନି ତୁଳନାରେ ଜିଓ ଅଧିକ ଗ୍ରାହକ ଯୋଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ମାସରେ ବିଏସଏନଏଲର ନେଟ୍ ଗ୍ରାହକ ଯୋଗଦାନ ସଂଖ୍ୟା ୫.୫ ଲକ୍ଷ ରହିଥିବା ବେଳେ ଅନ୍ୟସବୁ କଂପାନିର ଗ୍ରାହକ ସଂଖ୍ୟା ହ୍ରାସ ପାଇଛି । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଭାରତରେ ଜିଓର ଗ୍ରାହକ ସଂଖ୍ୟା ୨୮ କୋଟିରୁ ଅଧିକ ହୋଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି ।


Share It

Comments are closed.