ମଲାଇକା ଏବଂ ଅର୍ଜୁନଙ୍କ ସଂପର୍କକୁ ନେଇ ଖୁସି ଅଛନ୍ତି ପୁଅ ‘ଆରହାନ’


ମଲାଇକା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କୁ ନେଇ ଖୁବ ଜୋରସେ ଚର୍ଚ୍ଚା ଲାଗି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମଲାଇକା ଏହି ସଂପର୍କକୁ ନେଇ ମୁହଁ ଖୋଲି ନାହାନ୍ତି । ସବୁଠାରୁ ମୁଖ୍ୟ କଥା ଏହା ଯେ, ଉଭୟଙ୍କୁ ପ୍ରାୟତଃ ଏକାଠି ଡେଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଉଭୟଙ୍କ ମଧ୍ୟରେ ଗଢିଉଠିଥିବା ସଂପର୍କକୁ ନେଇ ବିଭିନ୍ନ ମହଲରୁ ଅନେକ ପ୍ରତିକ୍ରିୟା ମଧ୍ୟ ଶୁଣିବାକୁ ମିଳୁଛି ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସଂପର୍କକୁ ନେଇ ମଲାଇକାଙ୍କ ପୁଅ ‘ଆରହାନ ଖାନ’ଙ୍କର କଣ ରହିଛି ପ୍ରତିକ୍ରିୟା ମା’ ମଲାଇକା ସମସ୍ତଙ୍କ ସାମନାରେ କହିଛନ୍ତି । କେବଳ ଏତିକି ନୁହେଁ ଆରହାନ, ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ସଂପର୍କକୁ ସମର୍ଥନ ଜଣାଇବା ସହ ସମସ୍ତଙ୍କୁ ଏକା ସାଙ୍ଗେ ଏକ ଲଞ୍ଚ ଡେଟରେ ମଧ୍ୟ ଦେଖିବାକୁ ମିଳିଥିଲା ।
ପ୍ରକାଶ ଥାଉକି ମଲାଇକା, କରୀନାଙ୍କ ସୋ ରୋଡିସରେ ଅତିଥି ରୂପେ ଆସି ପହଞ୍ଚିଥିଲେ । ସେ ଏଠାରେ ନିଜ ଜୀବନ ସଂପର୍କରେ ଅନେକ ରହସ୍ୟ ଉପରୁ ମଧ୍ୟ ପରଦା ଉଠାଇଥିଲେ । ସେ ନିଜର ଛଡାପତ୍ର ଏବଂ ଆଫେୟାର ସଂପର୍କରେ ଖୋଲାଖୋଲି କଥା ହୋଇଥିଲେ ।

କେବଳ ଏତିକି ନୁହେଁ ମଲାଇକା, ଅରବାଜଙ୍କ ସହ ବିଚ୍ଛେଦ ହେବା ପରେ ତାଙ୍କ ପୁଅ ଅରହାନଙ୍କର କ’ଣ ଥିଲା ପ୍ରତିକ୍ରିୟା ସେ ସଂପର୍କରେ ମଧ୍ୟ ଖୋଲା ଖୋଲି କଥା ହୋଇଥିଲେ ।
ମଲାଇକା ଏହି ସଂପର୍କରେ କହିଛନ୍ତି ଯେ, “ଆରହାନ ସର୍ବଦା ଖୁସି ଜୀବନ ବିତାଇବା ସହ ଉନ୍ନତ ପରିବେଶରେ ଜୀବନଯାପନ କରନ୍ତୁ ବୋଲି ମୋ ଇଚ୍ଛା ।” ବର୍ତ୍ତମାନ ଆରହାନ ପୂର୍ବ ଅପେକ୍ଷା ଅଧିକ ଖୁସି ଥିବା ସହ ସକାରତ୍ମକଭାବେ ସମସ୍ତ ଜିନିଷକୁ ସ୍ୱୀକାର କରୁଛନ୍ତି ବୋଲି ମଲାଇକା କହିଛନ୍ତି । “ସମୟ ବିତିବା ସହ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଖୁସି ଥିବାର ମଧ୍ୟ ଜଣାପଡୁଛି ।”
ପ୍ରକାଶ ଥାଉକି ମଲାଇକା ୧୯୯୮ରେ ଅରବାଜଙ୍କୁ ବିବାହ କରିଥିବାବେଳେ ୨୦୧୭ରେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହା ଫଳରେ ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ ।


Share It

Comments are closed.