୩୦୦ ଆତଙ୍କବାଦୀଙ୍କୁ ନିପାତ କରି ପ୍ରତିଶୋଧ ନେଲା ଭାରତ


ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବର୍ତ୍ତମାନ ଭାରତୀୟ ବାୟୁସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ କାଲି ମଧ୍ୟରାତ୍ରୀରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକାଧିକ ଯୁଦ୍ଧ ବିମାନ ଏଲଓସି ପାର କରି ହଜାର କିଲୋର ବୋମା ବର୍ଷଣ କରିଥିଲେ ଯାହାଫଳରେ ପାକିସ୍ତାନ ସୀମାରେ ଥିବା ଅନେକ ଆତଙ୍କବାଦୀ କ୍ୟାମ୍ପଗୁଡିକ ଧ୍ୱଂସ ବିଧ୍ୱସଂ ହୋଇଯାଇଥିଲା । ମିଳିଥିବା ସୂଚନା ମୁତାବକ ଏହି ଆକ୍ରମଣ ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ମିରଜ ୨୦୦୦’ଦ୍ୱାରା ହିଁ କରାଯାଇଥିଲା ।
ବାୟୁ ସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୨ଟି ‘ମିରଜ ୨୦୦୦’ ଲଢୁଆ ବିମାନ ଏଲଓସି ପାରି କରି ପାକିସ୍ତାନ ସୀମାରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡିକ ଧ୍ୱଂସ ବିଧ୍ୱସଂ କରିଦେଇଥିଲେ ।
ପ୍ରକାଶ ଥାଉକି ଭାରତୀୟ ସେନା ପକ୍ଷରୁ ଏହି ଆକ୍ରମଣ ମଙ୍ଗଳବାର ଭୋର ୩.୩୦ରେ କରାଯାଇଥିଲା । ପ୍ରକାଶ ଥାଉକି କାଶ୍ମୀରର ପୁଲୱାମାରେ ଘଟିଥିବା ଆତ୍ମଘାତି ଆତଙ୍କବାଦୀ ବିସ୍ପୋରଣରେ ଭାରତର ୪୪ଜଣ ସିଆରଫିଏଫ ଯବାନ ସହିଦ ହୋଇଥିଲେ ଯାହାର କି ପ୍ରତିଶୋଧ ଆଜି ଭାରତୀୟ ସେନା ପକ୍ଷରୁ ନିଆଯାଇଛି । ଏହି ଆକ୍ରମଣରେ ୩୦୦ ଆତଙ୍କବାଦୀ ନିପାତ ହୋଇଥିବାର ସୂଚନା ମଧ୍ୟ ମିଳିଛି ।


Share It

Comments are closed.