ରିଅଲମିର ନୂଆ ‘ରିଅଲମି ଏକ୍ସ୨’ ଏବଂ ‘ରିଅଲମି ବଡସ ଏୟାର’ ଏବେ ବଜାରରେ


ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଆଜି ଏହାର ନୂତନ ଶକ୍ତିଶାଳୀ ସ୍ମାର୍ଟଫୋନ୍ ରିଅଲମି ଏକ୍ସ୨ ଲଞ୍ଚ୍ କରାଯାଇଛି ଏବଂ ଏହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ନିଜର ନୂତନ ସର୍ବୋତ୍ତମ ୱାୟାରଲେସ୍ ଇୟରଫୋନ୍ ରିଅଲମି ବଡସ ଏୟାର ସହ ନିଜ ଆକସୋସରି ପୋର୍ଟଫୋଲିଓକୁ ବିସ୍ତାର କରିଛି । ଯୁବପୀଢୀଙ୍କ ଜୀବନଶୈଳୀକୁ ଉନ୍ନତ କରୁଥିବା ମଜବୁତ ଉତ୍ପାଦ ଡେଲିଭରି କରିବାର ଲକ୍ଷ୍ୟ ସହ ବ୍ରାଣ୍ଡକୁ ପ୍ରମୁଖ ଟେକ୍ ଲାଇଫଷ୍ଟାଇଲ ବ୍ରାଣ୍ଡରେ ପରିଣତ କରିବା ପାଇଁ ଏହି ଉତ୍ପାଦଗୁଡିକ ହେଉଛନ୍ତି ପ୍ରମାଣପତ୍ର ସଦୃଶ ।
ବ୍ରାଣ୍ଡର ବିଚାରଧାରା ‘ଡେୟାର ଟୁ ଲିପ୍’କୁ ପାଳନ କରି ରିଅଲମି ବଡସ ଏୟାର ବାସ୍ତବରେ ୱାୟାରଲେସର ହେବାର ଧାରଣାକୁ ଆଗକୁ ବଢାଉଛି । ରିଅଲ୍ମି ବଡସ ଏୟାରରେ ସୁପର୍ ଲୋପ ଲାଟେନ୍ସି କଷ୍ଟମ ଆରୱାନ୍ ଚିପ୍ ଓ ବ୍ଲୁଟୁଥ୍ ୫.୦ ରହିଛି ଯାହା ଏହାକୁ ସ୍ମାର୍ଟଫୋନ୍ ଓ ଇୟରବଡ୍ସ ମଧ୍ୟରେ ତ୍ୱରିତ ଓ ସ୍ଥାୟୀ ସଂଯୋଗ ସ୍ଥାପନ କରିବାରେ ସହଯୋଗ କରିଥାଏ । ଏଥିରେ ୧୨ ଏମଏମ୍ ଡାଇନାମିକ୍ ବାସ୍ ବୁଷ୍ଟ ଡ୍ରାଇଭର, ୧୭ ଘଣ୍ଟାର ମ୍ୟୁଜିକ୍ ପ୍ଲେବ୍ୟାକ୍, ଆକସେସିବୁଲ ସ୍ମାର୍ଟ କଣ୍ଟ୍ରୋଲ, ଏନଭାୟରନ୍ମେଣ୍ଟ ନଏଜ୍ କ୍ୟାନସେଲେସନ୍ ଭଳି ସୁବିଧା ରହିଛି । ଏହାର ବଜାର ମୂଲ୍ୟ ୩୯୯୯ ଟଙ୍କା ରହିଥିବା ବେଳେ ଏହା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ସହ କ୍ଲାସିକ୍ ରିଅଲ୍ ମି କଲର ୟେଲୋରେ ଉପଲବ୍ଧ ହେଉଛି । ଏହି ୱାୟାରଲେସ୍ ଇୟର ବଡସ ପାଇଁ ଅପେକ୍ଷା କରିପାରୁନଥିବା ଗ୍ରାହକଙ୍କ ପାଇଁ ରିଅଲମି ରିଅଲମି ଡଟ୍ କମ୍ ଓ ଫ୍ଲିପକାର୍ଟ ଡଟ୍ କମରେ ଆଜି ଦ୍ୱିପହର ୨ଟାରୁ ‘ହେଡ୍ ଟୁ ୱେଟ୍’ ସେଲ୍ଆରମ୍ଭ କରିଛି । ରିଅଲ୍ମି ବଡସ ଏୟାରର ପରବର୍ତ୍ତୀ ସେଲ୍ ଆସନ୍ତା ୨୩ ଡିସେମ୍ବର ଦିନ ୧୨ଟାରୁ ରିଅଲମି ଡଟ୍ କମ୍ ଓ ଫ୍ଲିପକାର୍ଟ ଡଟ୍ କମରେ ଏବଂ ଖୁବଶୀଘ୍ର ଅଫଲାଇନ୍ ଷ୍ଟୋରଗୁଡିକରେ ଅରମ୍ଭ ହେବ ।
ରିଅଲ୍ମି ଏକ୍ସଟିର ଏକ ଅପଗ୍ରେଡ୍ ଏବଂ ନୂଆ ରିଅଲମି ଏକ୍ସ୨ ୨.୨ ଜିଏଚଜେଡ୍ ସିପ୍ରିୁ ସହ ୮ଏନଏମ୍ କ୍ରିୟୋ ଅକ୍ଟାକୋର୍ ସ୍ନାପଡ୍ରାଗନ୍ ୭୩୦ଜି ଦ୍ୱାରା ପରିଚାଳିତ । ଏଥିରେ ୪ର୍ଥ ପୀଢୀର ଏଆଇ ଇଞ୍ଜିନ୍ ଓ ମେସିନ ଭିଜନ ଫଙ୍କସନ୍ ରହିଛି । ଏହାଛଡା ଏଥିରେ ଆଡ୍ରେନୋ ୬୧୮ ଜିପିୟୁର ନୂତନ ସଂସ୍କରଣ ରହିଛି ଯାହା ଆକର୍ଷଣୀୟ ପ୍ରଦର୍ଶନ ଓ ଅଲ୍ଟିମେଟ୍ ଗେମିଙ୍ଗ୍ ସୁବିଧା ସୁନିଶ୍ଚିତ କରିଥାଏ । ରିଅଲମି ଏକ୍ସ୨ରେ ୪୦୦୦ ଏମଏଏଚ୍ ବ୍ୟାଟେରୀ ସହ ଲୋ ଭୋଲଟେଜ୍ ଓ ହାଇ କରେଣ୍ଟ ୩୦ଡବ୍ଲ୍ୟୁ ଭିଓଓସି ଫ୍ଲାସ୍ ଚାର୍ଜ୪.୦ ରହିଛି ଯାହା ଅନ୍ୟ ମିଡରେଞ୍ଜ ସ୍ମାର୍ଟଫୋନ ଗୁଡିକ ତୁଳନାରେ ସର୍ବାଧିକ ସ୍ପିଡରେ ଚାର୍ଜ ହୋଇଥାଏ । ଏହାର ୩ଟି ସଂସ୍କରଣ ୪+୬୪ ଜିବି, ୬+୧୨୮ ଜିବି ଓ ୮+୧୨୮ ଜିବିରେ ଯଥାକ୍ରମେ ୧୬୯୯୯ ଟଙ୍କା, ୧୮୯୯୯ ଟଙ୍କା ଓ ୧୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ବଜାରରେ ଏହା ପର୍ଲ ଗ୍ରୀନ୍, ପର୍ଲ ହ୍ୱାଇଟ୍ ଓ ପର୍ଲ ବ୍ଲୁ କଲରେ ଉପଲବ୍ଧ । ନୂଆ ରିଅଲମି ଏକ୍ସ୨ ଆସନ୍ତା ୨୦ ଡିସେମ୍ବର ୨୦୧୯ ଦିନ ୧୨ଟାରୁ ରିଅଲମି ଡଟ୍ କମ୍, ଫ୍ଲିପକାର୍ଟ ଡଟ୍ କମ୍ ଓ ଅଫଲାଇନ୍ ଷ୍ଟୋରଗୁଡିକରେ ବିକ୍ରି ପାଇଁ ଉପଲବ୍ଧ ହେବ । ରିଅଲମି ଡଟ୍ କମ୍ରେ ଏହି ସ୍ମାର୍ଟଫୋନ୍ କିଣିଲେ ଗ୍ରାହକ ୧୦% ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ସୁପରକ୍ୟାସ୍ ଏବଂ ମୋବିକ୍ୱିକ୍ରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପାଇପାରିବେ । ସେହିପରି ଏହି ସ୍ମାର୍ଟଫୋନ୍କୁ ଫ୍ଲିପ୍କାର୍ଟରୁ କିଣିଲେ ଗ୍ରାହକ ସମସ୍ତ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ଉପରେ ୧୫୦୦ ଟଙ୍କାର ଛାଡ ଏବଂ ସମସ୍ତ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମଆଇ ସୁବିଧା ପାଇପାରିବେ । ଏଥିସହିତ ଗ୍ରାହକ ୧୧,୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜିଓ ଅଫର୍ ଲାଭ ପାଇପାରିବେ ଯାହା ରିଅଲମି ଡଟ୍ କମ୍, ଫ୍ଲିପକାର୍ଟ ଓ ଅଫଲାଇନରେ ଉପଲବ୍ଧ ହେବ ।
୨୦୧୯କୁ ଏକ ଧମାକା ସହ ଶେଷ କରି ରିଅଲମି ଇଣ୍ଡିଆ ସିଇଓ ମାଧବ ସେଠ୍ କହିଛନ୍ତି ଯେ, ପ୍ରତ୍ୟେକ ମୂଲ୍ୟ ବର୍ଗରେ ସର୍ବୋତ୍ତମ ଡିଭାଇସ୍ ଉପଲବ୍ଧ କରାଇ, ପ୍ରିମିୟମ ଶ୍ରେଣୀରେ ନିବେଶ କରି ଓ ବର୍ତ୍ତମାନ ରିଅଲମି ବଡସ ଏୟାର ସହ ବାସ୍ତବରେ ୱାୟାରଲେସ୍ ହୋଇ ରିଅଲ୍ମିରେ ଆମେ ଏକ ଅତୁଳନୀୟ ବର୍ଷ ହାସଲ କରିଛୁ । ୧୮ ମାସ ତଳେ ଭାରତରେ ଏହି ବ୍ରାଣ୍ଡ ଆରମ୍ଭ କରିବା ପରଠାରୁ ଆମେ ଏଠାରେ ଡିସ୍ରପ୍ଟର ଓ ପ୍ରାଉଡ୍ ଚ୍ୟାଲେଞ୍ଜର ହୋଇ ରହିଛୁ । ଆଜି ଆମେ ଭାରତରେ ୨ୟ ସର୍ବବୃହତ୍ତ୍ ଅନଲାଇନ୍ ମୋବାଇଲ ଫୋନ୍ ବ୍ରାଣ୍ଡ ଓ ୪ର୍ଥ ସର୍ବବୃହତ୍ତ ସ୍ମାର୍ଟଫୋନ୍ ବ୍ରାଣ୍ଡ ହୋଇପାରିଛୁ ଏବଂ ଏକାଧିକ ଶିଳ୍ପ କ୍ଷେତ୍ରରେ ପ୍ରଥମେ ଦକ୍ଷତା ହାସଲ କରିଛୁ, କାରଣ ଆମେ ଆମର ଗ୍ରାହକ ଓ ଫ୍ୟାନଙ୍କ ଉପରେ ବିଶ୍ୱାସ ରଖିଛୁ । ଆମେ ୨୦୨୦ରେ କନେକ୍ଟେଡ୍ ଇକୋସିଷ୍ଟମ ଓ ଆମ ଉପଭୋକ୍ତାମାନଙ୍କର ଦୈନିକ ଜୀବନଶୈଳୀକୁ ଉନ୍ନତ କରିବା ଲକ୍ଷ୍ୟକୁ ପରିଚାଳନା କରିବା ଲାଗି ଖୁବ୍ ଉତ୍ସୁକ ରହିଛୁ ।


Share It

Comments are closed.