ତୃତୀୟ ସିଡ୍ ମାନ୍ୟା ଅଭଲାନୀଙ୍କୁ ହରାଇଲେ ଅଶିତା


ଭୁବନେଶ୍ୱର: କର୍ଣ୍ଣାଟକ ଝିଅ ଅଶିତା ସିଂ ଆଜି ଭୁବନେଶ୍ୱର ଶହିଦନଗର ଇଣ୍ଡୋର ହଲଠାରେ ଚାଲିଥିବା ୟୋନେକ୍ସ-ସନ୍ରାଇଜ ୩୩ତମ ଜାତୀୟ ଉପ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ର ମୁକାବିଲାରେ ବଡ଼ ସଫଳତା ହାସଲ କରିଛନ୍ତି । ସେ ନିଜର ୧୫ ବର୍ଷରୁ କମ୍ ସିଙ୍ଗଲ୍ସରେ ମହାରାଷ୍ଟ୍ରର ତୃତୀୟ ସିଡ୍ ମାନ୍ୟା ଅଭଲାନୀଙ୍କୁ ୨୧-୧୮, ୨୧-୧୯ରେ ପରାସ୍ତ କରିଛନ୍ତି ।
କିନ୍ତୁ ଅଗ୍ରଣୀ ସିଡ୍ ଓ ଏସିଆନ ଜନିୟର ରନରଅପ୍ ତାରା ଶାହ(ମହାରାଷ୍ଟ୍ର), ଦ୍ୱିତୀୟ ସିଡ୍ ଅନୁପମା ଉପାଧ୍ୟାୟ(ହରିୟାଣା) ଏବଂ ଚତୁର୍ଥ ସିଡ୍ ରାଧିକା ଶର୍ମା (ପଞ୍ଜାବ) ପ୍ରାକ୍ କ୍ୱାଟରଫାଇନାଲରେ ଅଶିତାଙ୍କ ସହ ଯୋଗଦେବା ପାଇଁ ସିଧାସଳଖ ବିଜୟ ହାସଲ କରିଛନ୍ତି ।
ଇତିମଧ୍ୟରେ ୧୫ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ ଅଗ୍ରଣୀ ସିଡ୍ ରାଘବ (ହରିୟାଣା) ବିନା କୌଣସି ପରିଶ୍ରମରେ କ୍ୱାଟର୍ଫାଇନାଲ୍ରେ ନିଜର ସ୍ଥାନ ସଂରକ୍ଷିତ କରିଛନ୍ତି । କାରଣ ସେ ପୂର୍ବତଟ ରେଲବାଇ ଇଣ୍ଡୋର୍ ଷ୍ଟାଡିୟମ ଠାରେ ୟୋହେନବା ସିଂ ଏନ(ଆସାମ)ଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି ।
ଓଡ଼ିଶା ଦ୍ୱାରା ପ୍ରଥମଥର ପାଇଁ ଆୟୋଜିତ ଏହି ପ୍ରତିଯୋଗୀତାର ତୃତୀୟ ଦିନରେ ୧୫ ବର୍ଷରୁ କମ୍ ବାଳିକା ଡବଲ୍ସ ଇଭେଣ୍ଟରେ କ୍ୱାଟରଫାଇନାଲ୍ ପାଇଁ ଦୁଇଟି ଯୋଡ଼ି ଚୟନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଅଗ୍ରଣୀ ସିଡ୍ କେରଳ ଯୋଡ଼ି ଆଣ୍ଡ୍ରିଆ ଶାର୍ହା କୁରିଏନ, ପବିଥ୍ରା ନବୀନ ଏବଂ ଦ୍ୱିତୀୟ ସିଡ୍ କର୍ଣ୍ଣାଟକ ଯୋଡ଼ି ଗାୟତ୍ରୀ ରାନୀ ଜୈଶୱାଲ ଏବଂ କର୍ଣ୍ଣିକା ଶ୍ରୀ ଏସ୍ ।
ଫଳାଫଳ :
୧୫ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ: ରାଉଣ୍ଡ ୩୨: ତାରା ଶାହ(ମହାରାଷ୍ଟ୍ର)(୧), ଅଂଶିକା କୁମାୱତ (ରାଜସ୍ଥାନ)ଙ୍କୁ ୨୧-୧୮,୨୧-୧୮ରେ ହରାଇଛନ୍ତି । ଅନୁପମା ଉପାଧ୍ୟାୟ (ହରିୟାଣା)(୨), କାର୍ତ୍ତୀକେୟାନୀ ପେରାମ୍ବୁରୀ(ଆନ୍ଧ୍ର ପ୍ରଦେଶ)ଙ୍କୁ ୨୧-୧୧, ୨୧-୧୩ରେ ହରାଇଛନ୍ତି । ରାଧିକା ଶର୍ମା(ପଞ୍ଜାବ)(୪), ଶ୍ରୁତି ଡିଭି(ତାମିଲନାଡ଼ୁ)ଙ୍କୁ ୨୧-୧୦, ୨୧-୧୮ରେ ହରାଇଛନ୍ତି ଏବଂ ଅଶିତା ସିଂ(କର୍ଣ୍ଣାଟକ) ମାନ୍ୟା ଅଭଲାନୀ(ମହାରାଷ୍ଟ୍ର)ଙ୍କୁ (୩)୨୧-୧୮,୨୧-୧୯ରେ ହରାଇଛନ୍ତି ।
୧୫ବର୍ଷରୁ କମ୍ ବାଳିକା ଡବଲ୍ସ: ରାଉଣ୍ଡ ୧୬: ଆଣ୍ଡ୍ରିଆ ଶାରହା କୁରିଏନ-ପଭିଥ୍ରା ନବୀନ(କେରଳ)(୧), ମୁସ୍କାନ ଚାଟର୍ଜୀ-ଆହାନା ଧର(ପଶ୍ଚିମବଙ୍ଗ)ଙ୍କୁ ୨୧-୧୦, ୨୧-୮ରେ ହରାଇଛନ୍ତି । ଗାୟତ୍ରୀ ରାନୀ ଜୈଶୱାଲ-କର୍ଣ୍ଣିକା ଶ୍ରୀ ଏସ(କର୍ଣ୍ଣାଟକ)(୨)ରଶ୍ମିଥା, ଦୋନେପୁଦୀ-ନବ୍ୟା କାନ୍ଦେରୀ(ଆନ୍ଧ୍ରପ୍ରଦେଶ)ଙ୍କୁ ୨୧-୧୯, ୨୧-୧୪ରେ ହରାଇଛନ୍ତି ।
୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ: ରାଉଣ୍ଡ ୩୨: ରାଘବ(ହରିୟାଣା)(୧) ୟୋହେନ୍ବା ସିଂ ଏନ(ଆସାମ)ଙ୍କୁ ପରାସ୍ତ କରିଛନ୍ତି ।
୧୭ ବର୍ଷରୁ କମ୍ ମିକ୍ସଡ ଡବଲ୍ସ : ରାଉଣ୍ଡ ୩୧: ଆୟନ ରସିଦ-ତାସନିମ ମିର(ଆସାମ-ଗୁଜୁରାଟ)(୧), ହରସିତ ଗୁପ୍ତ ଜୁନିୟର-ଜଶମିନ ରାୱତ(ରାଜସ୍ଥାନ-ଛତିଶଗଡ଼)ଙ୍କୁ ୨୧-୧୪, ୨୧-୧୩ରେ ହରାଇଛନ୍ତି ।


Share It

Comments are closed.