ଏୟାରଟେଲରେ ଏବେ ମିଳିବ ଲାୟନସଗେଟର ଉକୃଷ୍ଟ ସିନେମା


ଭାରତର ଗ୍ରାହକମାନଙ୍କ ପାଇଁ ଲାୟନସଗେଟ ପ୍ଲେର ପ୍ରିମିୟମ କଣ୍ଟେଣ୍ଟ ନେଇ ଆସିବା ପାଇଁ ଭାରତର ବୃହତ୍ତମ ଟେଲିକମ୍ୟୁନିକେସନ କମ୍ପାନୀ ଭାରତୀ ଏୟାରଟେଲ(ଏୟାରଟେଲ), ଗ୍ଲୋବାଲ କଣ୍ଟେଣ୍ଟରେ ଅଗ୍ରଣୀ ଲାୟନ୍ସଗେଟ(ଏନୱାଇଏସଇ:ଏଲଜିଏଫ.ଏ, ଏଲଜିଏଫ.ବି) ଏବଂ ଷ୍ଟାର୍ଜ ପକ୍ଷରୁ ଅନ୍ତରାଷ୍ଟ୍ରିୟ ପ୍ରିମିୟମ ସବ୍ସକ୍ରିପ୍ସନ ପ୍ଲାଟଫର୍ମ ଷ୍ଟାର୍ଜପ୍ଲେ ଏକତ୍ରୀତ ହୋଇଛନ୍ତି । ଏହି ସହଯୋଗୀତା ଏୟାରଟେଲର ଗ୍ରାହକମାନଙ୍କୁ ବହୁ ପ୍ରଶଂସିତ ଲାୟନସ୍ଗେଟ ଫିଚର ଫିଲ୍ମ କଣ୍ଟେଣ୍ଟର ଗଭୀର ପୋର୍ଟଫୋଲିଓ ପର୍ଯ୍ୟନ୍ତ ପହଞ୍ଚ ପ୍ରଦାନ କରିବ, ଯାହାକି ଏୟାରଟେଲ ଏକ୍ସଟ୍ରିମ ଆପ୍ ଏବଂ ୱେବ ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ହେବ । ଏହି କଣ୍ଟେଣ୍ଟ ଗୁଡ଼ିକ ଏକାଧିକ ଭାଷାରେ ଉପଲବ୍ଧ ହେବା ସହ ହରର,ଡ୍ରାମା, କମେଡି ଏବଂ ଅନ୍ୟାନ୍ୟ ଜେନରରକୁ ସଂପ୍ରସାରିତ । ଲାୟନ୍ସଗେଟର ପ୍ରାରମ୍ଭିକ ଅଫରରେ ରହିଛି ବ୍ଳକବଷ୍ଟର ହଙ୍ଗର ଗେମସ ଏବଂ ଟ୍ୱିଲାଇଟ ସାଗା ଫ୍ରାଞ୍ଚାଇଜ, ଏକାଧିକ ଏକାଡେମୀ ପୁରସ୍କାର ନିଜେତା ଲା ଲା ଲ୍ୟାଣ୍ଡ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା ୱଣ୍ଡର ଏବଂ ଏହା ବ୍ୟତୀତ ଏୟାରଟେଲର ଗ୍ରାହକମାନେ ଆହୁରି ଅନେକ ଆନ୍ତର୍ଜାତୀୟ ହିଟ୍ର ମଜା ନେଇପାରିବେ ।

ଏହି ସହବନ୍ଧିତା ସମ୍ପର୍କରେ ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଆମେ ଏୟାରଟେଲ ଥ୍ୟାଙ୍କ୍ସ କାର୍ଯ୍ୟକ୍ରମର ଅଂଶ ଭାବେ ଆମ ଗ୍ରାହକଙ୍କ ପାଇଁ ଲାୟନ୍ସଗେଟ ଲାଇବ୍ରେରୀରୁ ଆକର୍ଷଣୀୟ କଣ୍ଟେଣ୍ଟ ନେଇ ଆଣିବା ପାଇଁ ଲାୟନ୍ସଗେଟ ସହ ହାତ ମିଳାଇ ବେଶ୍ ଉତ୍ସାହିତ ।” ଏହା ବ୍ୟତୀତ ଲାୟନ୍ସଗେଟ ପ୍ଲେ ସାଉଥ ଏସିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରୋହିତ ଜୈନ କହିଛନ୍ତି ଯେ, “ଡିଜିଟାଲ ପ୍ଲାଟଫର୍ମରେ ପ୍ରିମିୟମ କଣ୍ଟେଣ୍ଟର ଉପଲବ୍ଧତାକୁ ବଢ଼ାଇବା ପାଇଁ ଟେଲ୍କୋଜ ଏକ ବୃହତ ଭୂମିକା ଗ୍ରହଣ କରିଥାଏ ଏବଂ ଆମେ ଏୟାରଟେଲ ଭଳି ସହଯୋଗୀ ପାଇ ବେଶ୍ ଗୌରବାନ୍ୱିତ ।”


Share It

Comments are closed.