ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଆଠଗଡ ହେବ ସଶକ୍ତ : ‘ରାଜା ସ୍ୱାଇଁ’


ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ କେଇଟା ଦିନ ବାକି ରହିଥିବାବେଳେ ଏହି ଅବସରରେ ସାମ୍ବାଦିକ ମାନଙ୍କ ସହ ବିଜୁ ଜନତା ଦଳର ହେଭିୱେଟ ନେତା ‘ରାଜା ସ୍ୱାଇଁ’ଙ୍କ ସହ ହୋଇଥିଲା ଏକ ସ୍ୱତନ୍ତ୍ର ସାକ୍ଷାତକାର । ଯେଉଁଥିରେ ସେ ସାମ୍ବାଦିକ ଭାଇମାନଙ୍କ ସହ, ଆଠଗଡ ପ୍ରଗତି ପାଇଁ ନେଇଥିବା ଉନ୍ନୟନମୂଳକ ପଦକ୍ଷେପ ସଂପର୍କରେ ମନଖୋଲି କଥା ହୋଇଥିଲେ ।
ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଆଠଗଡ କେତେ ସଶକ୍ତ ? ସାମ୍ବାଦିକ ମାନଙ୍କ ଦ୍ୱାରା ପଚରାଯାଉଥିବା ଏହି ପ୍ରଶ୍ନର ଉତ୍ତର ରଖି ରାଜା କହିଥିଲେ ଯେ, “ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଆଠଗଡ ଅନ୍ୟ ଅଞ୍ଚଳ ମାନଙ୍କ ତୁଳନାରେ ବେଶ ଆଗୁଆ ରହିଛି । କେବଳ ଏତିକି ନୁହେଁ ଗତ ୩୦ ବର୍ଷ ମଧ୍ୟରେ ଏଠାରେ ୨୦,୦୦୦ ହଜାରରୁ ଅଧିକ ଯୁବ ଶକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଯାହାକି ଆଠଗଡର ବେକାରି ସମସ୍ୟା ଦୂର କରିବାରେ ସହାୟକ ହୋଇଛି ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ଆଠଗଡ ସମଗ୍ର ଜିଲ୍ଲାରେ ଆଗୁଆ ରହିଛି । ସାକ୍ଷରତା କ୍ଷେତ୍ରରେ ଆଠଗଡ, ସମଗ୍ର ଜିଲ୍ଲାରେ ୮୪ ପ୍ରତିଶତ ହାସଲ କରି ଆଗୁଆ ରହିଛି । କେବଳ ଏତିକି ନୁହେଁ କେରଳ ଭଳି ଆଠଗଡକୁ ମଧ୍ୟ ଏକ ଶିକ୍ଷିତ ଅଞ୍ଚଳ ରୂପେ ଗଢି ତୋଳିବା ମୋର ମୂଳ ଲକ୍ଷ୍ୟ । ”
ପ୍ରକାଶ ଥାଉକି, ୧୯୯୦ ମସିହାରୁ ରାଜା, ଆଠଗଡର ବିଧାୟକ ରୂପେ ନିର୍ବାଚିତ ହୋଇଆସୁଛନ୍ତି । ପୂର୍ବରୁ ଆଠଗଡ କଂଗ୍ରେସ ଗଢ ରୂପେ ପରିଚିତ ଥିବାବେଳେ ରାଜା ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ହରାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜାଙ୍କ ଶାସନ କାଳରେ ରାସ୍ତାଘାଟ ଏବଂ ଗମନାଗମନ କ୍ଷେତ୍ରରେ ଏହି ନିର୍ବାଚନ ମଣ୍ଡଳୀରେ ବେଶ ପ୍ରଗତି ଘଟିଥିବାବେଳେ କଟକରୁ ଆଠଗଡକୁ ସଂଯୋଗ କରୁଥିବା ମଧୂସୁଦନ ସେତୁ ଏବଂ ଓଡିଶାର ପ୍ରଥମ ଝୁଲା ସେତୁ ତାଙ୍କ କରମଣ୍ଡଳରେ ହିଁ ନିର୍ମାଣ ହୋଇଛି ।
୬ଥର ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଥିବା ରାଜା ସ୍ୱାଇଁ ଚଳିତ ନିର୍ବାଚନରେ ପୁଣି ଥରେ ବିଜୟୀ ଲାଭ କରିବେ ସମର୍ଥକମାନେ ବୋଲି ବେଶ ଆଶାବାଦୀ ରହିଛନ୍ତି ।


Share It

Comments are closed.