ପାଣ୍ଡ୍ୟା ଏବଂ ରାହୁଲଙ୍କ ଉପରେ ଲାଗିଲା ୨0ଲକ୍ଷ ଲେଖାଏଁ ଜୋରିମନା


କରଣ ଜୋହରଙ୍କ ଲୋକପ୍ରିୟ ଟିଭିଶୋ ରେ ମହିଳାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ ମାମଲାରେ ବିସିସିଆଇ ଆଜି ହାର୍ଦିକ ପାଣ୍ଡ୍ୟା ଏବଂ କେ ଏଲ ରାହୁଲଙ୍କ ବିରୋଧରେ ଦଣ୍ଡ ଶୁଣାଇଛନ୍ତି । ଏହି ମାମଲାର ଶୁଣାଣି କରି ବିସିସିଆଇର ଲୋକପାଳ ଶ୍ରୀ ଡି କେ ଜୈନ, ଉଭୟଙ୍କୁ ଦଶ ଜଣ ସୈନିକ ବିଧବାଙ୍କୁ ଏକ ଲକ୍ଷ ଲେଖାଏଁ ଦାନ କରିବା ପାଇଁ କହିବା ସହ, ଦଶଲକ୍ଷ ଟଙ୍କା ଅନ୍ଧ କ୍ରିକେଟରଙ୍କ ପାଇଁ ଗଠିତ ପାଣ୍ଠି କୁ ଦେବାକୁ କହିଛନ୍ତି । ଏହାସହ ସେ କହିଛନ୍ତି ଯଦି ଉଭୟ ଖେଳାଳି ଚାରି ସପ୍ତାହ ମଧ୍ୟରେ ପାଳନ ନକରନ୍ତି , ତେବେ ତାଙ୍କୁ ଦିଆଯିବାକୁ ଥିବା ପାଉଣାରୁ ଏହି ରାଶିକୁ ନିଆଯିବ ।

ସୂଚନାଯୋଗ୍ୟଯେ ପୂର୍ବରୁ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭଜନ୍ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଭାରତୀୟ କ୍ରିକେଟ୍‌ ଦଳର ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଅଡ଼ୁଆରେ ପଡ଼ିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବା ପରେ ଚାରିଆଡ଼ୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଶେଷ କରି ମହିଳାଙ୍କୁ ନେଇ ପାଣ୍ଡ୍ୟା କହିଥିବା କେତେକ ବିବାଦୀୟ କଥାକୁ କ୍ରୀଡ଼ାପ୍ରେମୀ କଟୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ପାଣ୍ଡ୍ୟା କ୍ଷମା ପ୍ରାର୍ଥନା କରିଥିଲେ।


Share It

Comments are closed.