ପୁଣି ଥରେ ଆଠଗଡ ଦଖଲ ଅଭିଯାନ ଆରମ୍ଭ କଲେ ‘ରାଜା’


ଆଠଗଡ଼: ଆଠଗଡ଼ ନିର୍ବାଚନ ମଇଦାନରେ ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଚାର ଅଭିଯାନ ଆଜି ସ୍ଥାନୀୟ ମୁଣ୍ଡଳୀଠାରୁ ଆରମ୍ଭ ହୋଇଛି । ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସ୍ୱାଇଁ ଏବଂ ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ସେମାନଙ୍କ ସମର୍ଥକଙ୍କ ଗହଣରେ ନୂଆପଡ଼ା ସ୍ଥିତ ମୁଣ୍ଡଳିଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ର‌୍ୟାଲି ଜରିଆରେ ଲୋକମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ଓ ସବୁଥର ପରି ଏଥର ମଧ୍ୟ ବିଜୁବାବୁଙ୍କ ଦଳକୁ ସମର୍ଥନ କରିବା ପାଇଁ ପ୍ରାର୍ଥନା କରିଥିଲେ ।
ଏହି ଶୋଭାଯାତ୍ରା ମୁଣ୍ଡଳିଠାରୁ ଆରମ୍ଭ ହୋଇ ବଉଳପଦା, ନୂଆଗଡ଼, ଅନନ୍ତପୁର, ବ୍ରହ୍ମପୁର, ନିଧିପୁର, ଚମ୍ପାପୁର, ଇଶ୍ୱରା ଛକ, ବିରକିଶୋରପୁର ଛକ ଆଦି ସ୍୍ରାନ ଅତିକ୍ରମ କରି ମଧ୍ୟାହ୍ନ ୧୨:୩୦ରେ ଇଚ୍ଛାପୁର ଛକ ସ୍ଥିତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସମାପ୍ତ ହୋଇଥିଲା । ୧୯୯୦-୨୦୧୯ ଦୀର୍ଘ ୩୦ ବର୍ଷର ରାଜନୈତିକ କ୍ୟାରିଅରରେ ଦଳ ଓ ନିଜ ଅଞ୍ଚଳ ପାଇଁ ରଣେନ୍ଦ୍ର ପ୍ରତାପଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି । ଅଠଗଡ଼ ଅଞ୍ଚଳରେ ସେ ଶିକ୍ଷା, ଗମନାଗମନ, ଶିଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶ କରାଇଥିବାରୁ ଅଞ୍ଚଳବାସୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ତାଙ୍କ ସହିତ ରହିଛି ।


Share It

Comments are closed.