ଆଭେଞ୍ଜର ଏଣ୍ଡଗେମ ଫିଲ୍ମ ରିଲିଜ ପୂର୍ବରୁ କୋଉଠି ଦେଖିବେ ଜାଣନ୍ତୁ


ଆପଣ ବହୁ ପ୍ରତିକ୍ଷୀତ ଆଭେଞ୍ଜର୍ସ ଏଣ୍ଡଗେମ ଫିଲ୍ମକୁ  ରିଲିଜ ପୂର୍ବରୁ ଦେଖି ପାରିବେ । ଏହା ସହ ଏବେ ପର୍ଯ୍ୟନ୍ତ ର ସବୁ ଆଭେଞ୍ଜର୍ସ ଫିଲ୍ମ ଗୁଡିକୁ ମଧ୍ୟ । ଏଥିପାଇଁ ଭାରତର ପ୍ରଥମ ଆନ୍ତର୍ଜାତୀୟ ତଥା ବିଶ୍ୱର ୨ୟ ବୃହତ ମୁଭି ଥିଏଟର ସର୍କିଟ ସିନେପଲିସ୍ ପକ୍ଷରୁ ଭାରତର ପ୍ରଥମ ମୁଭି ମାରାଥନର ଆୟୋଜନ କରାଯାଉଛି, ଯେଉଁଥିରେ ଅତ୍ୟନ୍ତ ଲୋକପ୍ରିୟ ମାର୍ଭେଲ୍ ଫିଲ୍ମଗୁଡ଼ିକୁ ପରଦାରେ ପ୍ରଦର୍ଶନ କରାଯାଉଛି । ଏହି ପଦକ୍ଷେପ ମୁକ୍ତିଲାଭ କରିବାକୁ ଥିବା ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଅବସରରେ ନିଆଯାଇଛି, ଯାହା ୨୦୧୮ରେ ଆଇରନ୍ ମ୍ୟାନ ଠାରୁ ଆରମ୍ଭ ହୋଇଥିବା ମାର୍ଭେଲ୍ ଫିଲ୍ମ ସିରିଜର ଫାଇନାଲ୍ ଭାବେ ଅନୁମୋଦିତ ହୋଇଛି ।

ନିଜର ଗ୍ରାହକଙ୍କ ମନୋରଞ୍ଜନ ପାଇଁ ସର୍ଵଦା ତପ୍ତର ଥିବା ସିନେପଲିସ ପକ୍ଷରୁ ୨୦ ଘଣ୍ଟାର ମୁଭି ମାରାଥନ୍ ୨୫ ଏପ୍ରିଲରୁ ୪ଟି ସହର (ଦିଲ୍ଲୀ, ଭୁବନେଶ୍ୱର, ପୁନେ ଏବଂ ମୂମ୍ବାଇ) ସକାଳ ୮ଟାରୁ ଆରମ୍ଭ କରିବା ପଇଁ ଯୋଜନା ରହିଛି । ଏହି ମାରାଥନରେ ଏପରି ୯ଟି ମୁଭି ପ୍ରଦର୍ଶିନ ହେବାକୁ ଯାଉଛି, ଯେଉଁଗୁଡ଼ିକର ମୂଳ ଭାଗ ଓ ଚରିତ୍ରଗୁଡ଼ିକୁ ବୁଝିପାରିବାର ଆବଶ୍ୟକତା ରହିଛି ଏବଂ ଏହା ‘ଅଭେଞ୍ଜର୍ସ ଏଣ୍ଡଗେମ୍’ ସହିତ ସମାପ୍ତ ହେଉଛି ।  ମୁଭିଗୁଡ଼ିକର ସମସ୍ତ ଅଂଶ ଦେଖିଥିବା ଦର୍ଶକ ଶେଷରେ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଦେଖିପାରିବେ । ପ୍ରଥମ ୧୦୦ ଜଣ ପ୍ରଶଂସକଙ୍କୁ ସ୍ପେସାଲ୍ ଡିଜ୍ନି ମର୍ଚାଣ୍ଡିଜ୍ ଆୱାର୍ଡ ଓ ପ୍ରମାଣପତ୍ର ପ୍ରଦାନ କରାଯିବ ।

ପ୍ରଶଂସକମାନେ ଏହି ମାର୍ଭେଲ୍ ମୁଭି ମାରାଥନ୍ ପ୍ୟାକେଜକୁ ମାତ୍ର ୧୫୦୦ ଟଙ୍କାରେ କିଣି ପାରିବେ, ଯେଉଁଥିରେ ମୁଭି ଟିକେଟ୍ ଓ ଖାଦ୍ୟ ଭାଉଚର୍ ଅନ୍ତର୍ଭୁକ୍ତ ରହିଛି ।


Share It

Comments are closed.