ଏଫବିବି କଲର୍ସ ମିସ୍ ଇଣ୍ଡିଆ ୨୦୧୯ର ଓଡ଼ିଶା ଅଡ଼ିସନ୍ ଏପ୍ରିଲ ୧୩ରେ


ଭୁବନେଶ୍ୱର: ଗ୍ଲାମର ଓ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଯୁବ ପ୍ରତିଭାମାନଙ୍କ କଳାକୁ ପ୍ରଦର୍ଶନ କରିବା ପାଇଁ ଏଫବିବି କଲସ୍ର ମିସ୍ ଇଣ୍ଡିଆ ୨୦୧୯ର ଆରମ୍ଭ ହୋଇଛି । ଓଡ଼ିଶାରେ ଏହାର ଅଡ଼ିସନ୍ ଏପ୍ରିଲ୍ ୧୩ରେ ରସୁଲଗଡ଼ ସ୍ଥିତ ଏକ୍ସପ୍ଲାନେଡ଼ ମଲ୍ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରୁ ଚୟନିତ ପ୍ରଥମ ତିନି ଜଣ ପ୍ରତିଭା ଏପ୍ରିଲ୍ ୨୩ରେ ୱେଷ୍ଟିନ୍ କଲିକତାରେ ଅନୁଷ୍ଠିତ ଇଷ୍ଟ ଜୋନାଲ୍ କ୍ରାଉନିଂ ସେରେମନିରେ ନିଜର କଳା ପ୍ରଦର୍ଶନ କରିବେ । ପୁଣି ଇଷ୍ଟ ଜୋନର ୫ଟି ରାଜ୍ୟରୁ ମିସ୍ ଇଣ୍ଡିଆ ଛତିଶଗଡ଼, ମିସ୍ ଇଣ୍ଡିଆ ବିହାର, ମିସ୍ ଇଣ୍ଡିଆ ବେଙ୍ଗଲ, ମିସ୍ ଇଣ୍ଡିଆ ଝାଡ଼ଖଣ୍ଡ, ମିସ୍ ଇଣ୍ଡିଆ ଓଡ଼ିଶାଙ୍କ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ ପ୍ରମୁଖ ରାଜ୍ୟମାନଙ୍କର ବିଜେତା ଜୁନ୍ ୧୫ରେ ମୁମ୍ବାଇରେ ହେବାକୁ ଯାଉଥିବା ଗ୍ରାଣ୍ଡ ଫିନାଲେରେ ଯୋଗ ଦେବେ ।
ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତିଭାମାନଙ୍କ ବୟସ ୧୮-୨୫ ମଧ୍ୟରେ ଓ ଉଚ୍ଚତା ୫.୫” କିମ୍ବା ତଦୁଦ୍ଧ୍ୱର୍ ହୋଇଥିବା ଦରକାର । ୨୬ ଓ ୨୮ ବର୍ଷର ପ୍ରତିଯୋଗୀ ଏବଂ ଓସିଆଇ କାର୍ଡଧାରୀମାନେ ରନର୍ସ ଅପ୍ ସ୍ଥାନରେ ରହିପାରିବେ । ପ୍ରତିଯୋଗିତରେ ସାମିଲ ହେବା ପାଇଁ ସର୍ବପ୍ରଥମେ ସେମାନଙ୍କୁ ଙ୍ଗଙ୍ଗଙ୍ଗ.ଜ୍ଞସଗ୍ଦଗ୍ଦସଦ୍ଭୟସବ.ସଦ୍ଭ ରେ ଲଗ୍ ଅନ୍ କରିବାକୁ ପଡ଼ିବ ଓ ଜ୍ଞସଗ୍ଦଗ୍ଦସଦ୍ଭୟସବକ୍ଟକ୍ସଶବଦ୍ଭସଚ୍ଛବଗ୍ଧସକ୍ଟଦ୍ଭଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ସେମାନେ ନିଜର ପ୍ରୋଫାଇଲ୍ ଓ ପିକ୍ଚର୍ ପଠାଇବେ । ଏହାଛଡ଼ା ପ୍ରତିଯୋଗିମାନେ ମିସ୍ ଇଣ୍ଡିଆର ଫେସ୍ବୁକ୍, ଟ୍ୱିଟର ଓ ଇନ୍ଷ୍ଟାଗ୍ରାମ୍ ପେଜ୍କୁ ଅନୁସରଣ କରିପାରିବେ । ଏହାର ଗ୍ରାଣ୍ଡ ଫିନାଲେ ଜୁନ୍ ୩୦ରେ ଅପରାହ୍ନ ୧ ଓ ୫ରେ କଲର୍ସରେ ଏବଂ ଅପରାହ୍ନ ୫ଟାରେ ଏମ୍ଟିଭିରେ ପ୍ରସାରିତ ହେବ ।
ଇଷ୍ଟ ଜୋନ୍ ଦାୟିତ୍ୱରେ ଥିବା ନେହା ଦୁପିଆ ପ୍ରକାଶ କରିଛନ୍ତି, “ମୁଁ ମୋର ଯାତ୍ରା ମିସ୍ ଇଣ୍ଡିଆଠାରୁ ଆରମ୍ଭ କରିଛି ଏବଂ ପ୍ରତିବର୍ଷ ଅନେକ ପ୍ରତିଭାମାନଙ୍କୁ ଦେଖିଆସୁଛି, ଯେଉଁମାନେ ମିସ୍ ଇଣ୍ଡିଆ ଜିତିବାକୁ ଓ ମିସ୍ ୱାର୍ଲଡ ଜିତି ଭାରତକୁ ଗୌରବାନ୍ୱିତ କରିବାକୁ ସ୍ୱପ୍ନ ଦେଖିଥାଆନ୍ତି । ମୁଁ ଏହିବର୍ଷ ମନୁଷୀଙ୍କ ପରବର୍ତ୍ତୀ ପିଢ଼ି ଦଖିବାକୁ ଚାହୁଁଛି ।”


Share It

Comments are closed.