ଲୋକସଭା ନିର୍ବାଚନରେ ପରାଜୟ ପରେ ପୁଣି ଥରେ ସକ୍ରିୟ ହେଲେ ‘ରାହୁଲ-ପ୍ରିୟଙ୍କା’


ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଅଣ୍ଟା ଭାଙ୍ଗି ପଡିଥିବା କଂଗ୍ରେସ ବର୍ତ୍ତମାନ ପୁନର୍ବାର ତାର ସ୍ଥିତି ଫେରି ପାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ସେପଟେ ନିଜ ଇସ୍ତଫା ପାଇଁ ଅଡି ବସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବର୍ତ୍ତମାନ ସମସ୍ତ ପ୍ରଭାରୀଙ୍କୁ ଦଳର ପରାଜୟ ପଛର ପ୍ରକୃତ କାରଣ ବାହାର କରିବା ପାଇଁ ଆଦେଶ ଦେଇଛନ୍ତି । ସେ ବୁଥ ସ୍ତରରେ କର୍ମକର୍ତ୍ତାଙ୍କୁ ସହ ଆଲୋଚନା କରି ପରାଜୟ ପଛର କାରଣ ବାହାର କରିବା ପାଇଁ ଆଦେଶ କହିଛନ୍ତି ।
ସେହିପରି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁଣି ଥରେ ସକ୍ରିୟ ହୋଇ ପଡିଛନ୍ତି । ସେ ଉତ୍ତରପ୍ରଦେଶ ଗସ୍ତରେ ଯାଇ, ଦଳର ସମସ୍ତ ପ୍ରାର୍ଥୀ, ପଦଅଧିକାରୀ ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ତୃଣ ମୂଳ ସ୍ତରରେ ପରାଜୟ ପଛର କାରଣ ବାହାର କରିବା ପାଇଁ ଆଦେଶ ଦେଇଛନ୍ତି । ଏହା ସହ ଆମେଥିରେ ରାହୁଲ ଗାନ୍ଧୀଙ୍କ ପରାଜୟ ପଛର ମୁଖ୍ୟ କାରଣ କ’ଣ, ସେ ସଂପର୍କରେ ମଧ୍ୟ ପଚରୀ ବୁଝିଥିଲେ ।
କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ଅଧ୍ୟକ୍ଷ ଏବଂ ମହାସଚିବଙ୍କ ଏହି ଆଦେଶ ପରେ କଂଗ୍ରେସ ଶିବିରରେ ପୁଣି ଥରେ ଚଞ୍ଚକତା ଭରି ଯାଇଛି ।


Share It

Comments are closed.