କୋଲଗେଟ୍ ପାମୋଲିଭ୍ ଇଣ୍ଡିଆ ପକ୍ଷରୁ କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: କୋଲଗେଟ୍ ପାମୋଲିଭ (ଇଣ୍ଡିଆ) ଲିମିଟେଡ଼ ପକ୍ଷରୁ ଏହାର କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନର ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ବ୍ରାଣ୍ଡ ପ୍ରତିଶୃତି ପ୍ରଦାନ କରୁଛି ଯେ, ପ୍ରତି ବର୍ଷ ୨ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ମୂଳଭିତ୍ତିକ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ଭବିଷ୍ୟତରେ ଖୁସିରେ ରହିପାରିବେ । କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନ ଶକ୍ତ ଭିତ୍ତି ପ୍ରତିଷ୍ଠା କରିବା ଓ ଲୋକମାନଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ପାଇଁ କୋଲଗେଟର ୮୦ ବର୍ଷରୁ ଉଦ୍ଧ୍ୱର୍ ସମୟର ପ୍ରତିଶୃତିକୁ ଜାରି ରଖିଛି । ଏହା ଦୀର୍ଘଦିନ ଧରି ଚାଲିଥିବା କମ୍ପାନୀର ପ୍ୟାନ୍ ଇଣ୍ଡିଆ ଶୁଭାରମ୍ଭ କାର୍ଯ୍ୟକ୍ରମଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି, ଯେପରିକି- ମୂଳ ଓରାଲ୍ ହେଲ୍ଥ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ରାଇଟ୍ ସ୍ମାଇଲ୍ ବ୍ରାଇଟ୍ ଫ୍ୟୁଚର୍ସ (ବିଏସବିଏଫ୍), ମାଗଣା ଦାନ୍ତ ପରୀକ୍ଷଣ ପ୍ରଦାନ କରିବା ପାଇଁ ଓରାଲ୍ ହେଲଥ ମନ୍ଥ୍ ଏବଂ ଜଳର ବ୍ୟବହାର, ମହିଳା ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ ଭଳି ମୂଖ୍ୟ ସାମାଜିକ ପଦକ୍ଷେପ ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଗୁଡ଼ିକରେ କୋଲ୍ଗେଟ୍ କିପ୍ ଇଣ୍ଡିଆ ସ୍ମାଇଲିଂ ଫାଉଣ୍ଡେସନାଲ୍ ସ୍କଲାର୍ସିପ୍ର ଶୁଭାରମ୍ଭ କରିଛି, ଯାହା ସାରା ଭାରତରେ ଲୋକମାନଙ୍କୁ ଆର୍ôଥକ ସହାୟତା ଓ ବିଶ୍ୱସ୍ତ ପ୍ରଦାନ କରିବା ସହ ସେମାନଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ନିମନ୍ତେ ସହାୟତା କରୁଛି । କିପ୍ ଇଣ୍ଡିଆ ସ୍ମାଇଲିଂ ଫାଉଣ୍ଡେସନାଲ୍ ସ୍କଲାରସିପ୍ କାର୍ଯ୍ୟକ୍ରମ ଏକ ବିନା ଲାଭ ରଖୁଥିବା ପ୍ରତିଷ୍ଠାନ ଭାବେ ପରିଚିତ ଶିକ୍ଷାଦାନ ଫାଉଣ୍ଡେସନ୍ ଓ ଭାରତର ସର୍ବବୃହତ ସ୍କଲାର୍ସିପ୍ ପ୍ଲାଟଫର୍ମ ବଡି୪ଷ୍ଟଡିର ସହଯୋଗିତାରେ ଶୁଭାରମ୍ଭ ହୋଇଛି । ଶିକ୍ଷାଦାନ ଫାଉଣ୍ଡେସନର ଅବହେଳିତମାନଙ୍କୁ ବୃହତ ଶିକ୍ଷା ଓ ବିକାଶ ପ୍ରଦାନ କରିବାରେ ସ୍ୱତନ୍ତ୍ରତା ରହିଛି । ବିଶ୍ୱ ବକ୍ସିଂ ଚାମ୍ପିୟନ୍ ମ୍ୟାରୀ କମ୍ଙ୍କ ସମେତ ସାମାଜିକ ବିକାଶରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷ ଡଃ ପ୍ରିୟମ୍ବଦା ସିଂ, ଶିକ୍ଷାଦାନ ପରାମର୍ଶଦାତା ଶ୍ରୀଯୁକ୍ତ ରାଜୀବ ଗ୍ରୋଭର୍, ଏବଂ କୋଲ୍ଗେଟ୍ର ସିଏସଆର୍ ମୁଖ୍ୟ ଶ୍ରୀମତି ପୁନମ୍ ଶର୍ମାଙ୍କୁ ନେଇ ଗଠିତ ଏକ ପ୍ରମୁଖ ପ୍ୟାନେଲ୍ ବୃତ୍ତି ପାଇଁ ଯୋଗ୍ୟ ସର୍ବୋତ୍ତମ ପ୍ରାର୍ଥମାନଙ୍କୁ ସଂଗ୍ରହ କରିବେ ଓ ଆବଶ୍ୟକ ଅନୁଯାୟୀ ବିଶ୍ୱସ୍ତ ପ୍ରଦାନ କରିବେ ।
କିପ୍ ଇଣ୍ଡିଆ ସ୍ମାଇଲିଂ ଫାଉଣ୍ଡେସନ ସ୍କଲାରସିପ୍ କାର୍ଯ୍ୟକ୍ରମ ହେଉଛି ଏକ ଭିନ୍ନ ଜାତୀୟ କାର୍ଯ୍ୟକ୍ରମ, ଯାହା ଶିକ୍ଷା, କ୍ରିଡ଼ା, ଓ ସ।।ମାଜିକ ଉନ୍ନତି କ୍ଷେତ୍ରରେ ବୃତ୍ତି ଓ ବିଶ୍ୱସ୍ତମାନଙ୍କୁ ପ୍ରଦାନ କରୁଛି । ଆଗ୍ରହୀ ପ୍ରାର୍ଥୀମାନେ ଅନ୍ଲାଇନ୍ରେ କିପ୍ ଇଣ୍ଡିଆ ସ୍ମାଇଲିଂ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ.ମକ୍ଟକ୍ଷଶବଗ୍ଧର.ମକ୍ଟଜ୍ଞ/ଳରରକ୍ଟ୍ରସଦ୍ଭୟସବଗ୍ଦଜ୍ଞସକ୍ଷସଦ୍ଭଶ ରେ ଏଥିପାଇଁ ନିବେଦନ କରିପାରିବେ ।
ଶ୍ରୀଯୁକ୍ତ ଇସାମ୍ ବଚ୍ଚଲାନି, ପରିଚାଳନା ନିର୍ଦ୍ଦେଶକ, କୋଲ୍ଗେଟ୍ ପଲ୍ମୋଲିଭ୍ (ଇଣ୍ଡିଆ) ଲିମିଟେଡ଼ ପ୍ରକାଶ କରିଛନ୍ତି, “ଆମର କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନକୁ ଉଭୟ ଓରାଲ୍ ସ୍ୱାସ୍ଥ୍ୟ ଉନ୍ନତି ଓ ସାମାଜିକ ବିକାଶର ବିଭିନ୍ନ ପଦକ୍ଷେପଗୁଡ଼ିକ ପାଇଁ ମୂଳଭିତ୍ତିକ ସହାୟତା ପ୍ରଦାନ କରିବା ନିମନ୍ତେ ଡିଜାଇନ୍ କରାଯାଇଛି । ଆଜି ମୁଁ କିପ୍ ଇଣ୍ଡିଆ ସ୍ମାଇଲିଂ ଫାଉଣ୍ଡେସନାଲ୍ ସ୍କଲାରସିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରି ଅତ୍ୟନ୍ତ ଉତ୍ସାହିତ, ଯାହା କିପ୍ ଇଣ୍ଡିଆ ସ୍ମାଇଲିଂ ଅଭିଯାନକୁ ଆଗକୁ ନେବ ଓ ଯୋଗ୍ୟ ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ପ୍ରତ୍ୟକ୍ଷ ଭାବେ ସହାୟତା ଓ ବିଶ୍ୱସ୍ତ ପ୍ରଦାନ କରିବ ।”
ଏହି ଅବସରରେ ଛଅ ଥର ୱାଲ୍ଡ ବକ୍ସିଂ ଚମ୍ପିୟାନ ହୋଇଥିବା ମ୍ୟାରୀ କମ୍, ଯିଏକି ବର୍ତ୍ତମାନ ବିଶ୍ୱର ଏକ ନମ୍ବର ଏବଂ ଭାରତର ଏକମାତ୍ର ମହିଳା ଅଲମ୍ପିକ୍ ବିଜେତା କହିଛନ୍ତିଯେ, “ମୁଁ କୋଲଗେଟ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା କିପ୍ ଇଣ୍ଡିଆ ସ୍ମାଇଲିଂ ମିସନର କିପ୍ ଇଣ୍ଡିଆ ସ୍ମାଇଲିଂ ଫାଉଣ୍ଡେସନାଲ ସ୍କଲାରସିପ୍ କାର୍ଯ୍ୟକ୍ରମର ଏକ ଅଂଶ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହା ଭାରତର ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଫାଉଣ୍ଡେସନାଲ ସ୍ତରରେ ଅଂଶଗ୍ରହଣ କରିବା ପାଇଁ ସୂଯୋଗ ପ୍ରଦାନ କରିବା ସହିତ ସେମାନଙ୍କର ଉନ୍ନତ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ । ଏହା କେବଳଯେ ଏକ ଆର୍ଥିକ ସ୍କଲାରସିପ୍ ନୁହେଁ ବରଂ ଆହୁରୀ ମଧ୍ୟ ସମୟାନୁଯାୟି ପରାମର୍ଶ ମାଧ୍ୟମରେ ସମ୍ଭବ ହୋଇପାରିବ ।”


Share It

Comments are closed.