ଓମାନ-ଦୁବାଇ ବସ ଦୁର୍ଘଟଣାରେ ୮ ଭାରତୀୟ ମୃତ୍ୟୁ


ସଂଯୁକ୍ତ ଆରବ ଏମିରେଟ୍ସରେ ଓମାନରୁ ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ଅଟନ୍ତି ବୋଲି ଜଣା ପଡିଛି । ଆଜି ଭାରତୀୟ ବାଣିଜ୍ୟ ଦୂତବାସ ପକ୍ଷରୁ ଏହି ଘଟଣା ସଂପର୍କରେ ସୂଚନା ଦିଆଯାଇଛି ।
ଏହି ଘଟଣାକୁ ନେଇ ଭାରତୀୟ ବାଣିଜ୍ୟ ଦୂତବାସ କହିଛନ୍ତି ଯେ, ଅତି ଦୁଃଖର ସହ କହିବାକୁ ପଡୁଛି ଯେ, ଏହି ମର୍ମନ୍ତୁଦ ବସ ଦୁର୍ଘଟଣାରେ ୮ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ କିଛି ଜଣଙ୍କ ପରିବାର ଲୋକଙ୍କୁ ଏହି ଘଟଣା ସଂପର୍କରେ ସୂଚନା ଦିଆ ସରିଥିବା ବେଳେ ଆଉ କିଛି ଜଣଙ୍କ ପରିବାରକୁ ସୂଚନା ଦେବାକୁ ବାକି ରହିଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାଟି ମସ୍କଟରୁ ଦୁବାଇ ଯିବା ରାସ୍ତାରେ ସନ୍ଧ୍ୟା ୬ଟାରେ ଘଟିଥିଲା । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ଭାରତୀୟ ମୃତ୍ୟୁ ବରଣ କରିଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶା କରାଯାଉଛି ।


Share It

Comments are closed.