ବିଜେପି ଟିକେଟରୁ ନିର୍ବାଚନ ଲଢିବେ ‘ରବି’


ଭୋଜପୁରୀ ଅଭିନେତା ରବି କିଶାନ ୨୦୧୭ରେ ବିଜେପି ପାର୍ଟିରେ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ଆଗାମୀ ନିର୍ବାଚନରେ ତାଙ୍କ ଭୂମିକାକୁ ନେଇ କୌଣସି ଖବର ଆସୁନଥିବା ବେଳେ ବର୍ତ୍ତମାନ ଚଳିତ ନିର୍ବାଚନରେ ସେ ଲୋକସଭା ପ୍ରାର୍ଥୀ ହେବେ ବୋଲି ନିଶ୍ଚିନ୍ତ ହୋଇିଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ବର୍ତ୍ତମାନ କେଉଁ ସ୍ଥାନରୁ ନିର୍ବାଚନ ଲଢିବେ ତାହା ସ୍ଥିର ହୋଇନାହିଁ । ରବି ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସରୁ ନିର୍ବାଚନ ଲଢୁଥିବା ବେଳେ ବିଜେପିରୁ କେଉଁ ସ୍ଥାନରୁ ଲଢିବେ ତାହା ପାର୍ଟି ଉପରେ ଛାଡିଦେଇଛନ୍ତି । କଂଗ୍ରେସରେ ଥିବା ବେଳେ ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେଶର ଜୁଆନପୁରରୁ ନିର୍ବାଚନ ଲଢିଥିଲେ କିନ୍ତୁ ମାତ୍ର ସେଠାରେ ସେ ୪ପ୍ରତିଶତ ଭୋଟ ହାତେଇପାରିଥିଲେ । ତେଣୁ ଚଳିତ ବର୍ଷ ସେ ବିଜେପିରେ ଯୋଗଦେଇ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ସେ ଆଶା ରଖିଛନ୍ତି ।
ରବିଙ୍କ କହିବା ଅନୁଯାୟୀ ସେ ବିଜେପିରେ ମୋଦିଙ୍କ ସହଯୋଗରେ ଦେଶରୁ ଦାରିଦ୍ର‌୍ୟ ଦୂର କରିବାକୁ ଚାହୁଁଛନ୍ତି । ରବି ଭୋଜପୁରୀର ଜଣେ ପ୍ରସିଦ୍ଧ କଳାକାର ହୋଇଥିବା ବେଳେ ବଲିଉଡ, ତେଲୁଗୁ ଏବଂ ହିନ୍ଦି ଭାଷାରେ ପାଖାପାଖି ୫୦ ଫିଲ୍ମ କରିସାରିଛନ୍ତି । ଚଳିତ ବର୍ଷ ତାଙ୍କର ୯ଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ରବି ନରେନ୍ଦ୍ର ମୋଦିଙ୍କୁ ଉତ୍ସର୍ଗ କରି ତୁ ଜିତ କେ ଲିଏ ବନାହେ ଗୀତଟି ଗାଇଛନ୍ତି । ସେହି ମ୍ୟୁଜିକ ଭିଡିଓଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣଡିସ ନିଜ ବାସ ଭବନରୁ ଲଞ୍ଚ କରିଛନ୍ତି ।


Share It

Comments are closed.